ହିମାଳୟର ବରଫ ଉପରେ ଦେଖିବାକୁ ମିଳିଲା ବିଶାଳକାୟ ପଦ ଚହ୍ନ, ହିମମାନବ ୟେତି ବଞ୍ଚିଥିବା ନେଇ ଆଶଙ୍କା

ନୂଆଦିଲ୍ଲୀ : ଡିୟୁଟି ସମୟରେ ଭାରତୀୟ ସେନା ହିମାଳୟର ବରଫ ଉପରେ କିଛି ଏଭଳି ଚିହ୍ନ ଦେଖିଥିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବରଫ ଉପରେ ବିଶାଳକାୟ ପଦ ଚିହ୍ନ ଦେଖି ଏହାର ଫଟୋ ସେ ନିଜର ଟୁଇଟ୍‌ର ଆକାଉଣ୍ଟରେ ସେୟାର କରିଥିବା ବେଳେ ଏବେ ତାହା ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସେୟାର କରି ହିମମାନବ ୟେତି ଜୀବିତ ଥିବା ନେଇ ଆଶଙ୍କା କରିବା ସହ ଏଭଳି ଚିହ୍ନ ମକାଲୁ ବେସ୍‌କ୍ୟାମ୍ପ ପାଖରେ ଦେଖା ଯାଇଥିଲା ବୋଲି ଜଣାଇଛନ୍ତି । ସେୟାର କରାଯାଇଥିବା ଫଟୋରେ ବରଫ ଉପରେ ବଡ଼ ବଡ଼ ପଦ ଚିହ୍ନ ପଡ଼ିଥିବା ଦେଖା ଯାଉଛି । ଫଟୋ ଦେଖି ଏହା ହିମମାନବ ୟେତିର ହୋଇପାରେ ସନ୍ଦେହ କରାଯାଉଛି । ଏପ୍ରିଲ ୯ରେ ଏଭଳି ଚିହ୍ନ ଦେଖା ଯାଇଥିବା ବେଳେ ପଦ ଚିହ୍ନଟି କାହାର, ସେ ନେଇ କୌଣସି ସ୍ପଷ୍ଟିକରଣ ମିଳି ପାରି ନାହିଁ ।

indiatoday.in

ତେବେ ୟେତି ପୌରାଣିକ ପରିକଳ୍ପନା ଉପରେ ଆଧାରିତ ଏକ ପ୍ରାଣି, ଯାହାର ଅସ୍ତିତ୍ୱକୁ ନେଇ ଅନେକ ଚର୍ଚ୍ଚା ପୂର୍ବରୁ ହୋଇ ଆସିଛି । କିନ୍ତୁ ଏ ପର୍ଯ୍ୟନ୍ତ ୟେତିର ଅସ୍ତିତ୍ୱକୁ ନେଇ କୌଣସି ପ୍ରମାଣ ମିଳି ନାହିଁ ।

ସମ୍ବନ୍ଧିତ ଖବର