କଳାଧନ ବିରୋଧରେ କଡ଼ା ପଦକ୍ଷେପ ନିଆଯିବା ସତ୍ତ୍ୱେ ମଧ୍ୟ ଏହା ବଢ଼ିବାରେ ଲାଗିଛି। ଏକ ତଥ୍ୟରୁ ଜଣାପଡିଛି ଯେ, ସ୍ୱିସ୍ ବ୍ୟାଙ୍କରେ ଏବେ ରହିଛି ଭାରତୀୟମାନଙ୍କର ୭ ହଜାର କୋଟି ଟଙ୍କାର କଳାଧନ। କେବଳ ୨୦୧୭ରେ ଜମା ହୋଇଛି ୫୦ ପ୍ରତିଶତରୁ ଅଧିକ ଟଙ୍କା।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ ଦେଇଥିବା ତଥ୍ୟ ଏଭଳି ଏକ ଧାରଣା ସୃଷ୍ଟି କରିଛି । ସ୍ୱିସ୍ ବ୍ୟାଙ୍କ ଜାରି କରିଥିବା ତଥ୍ୟ ଅନୁସାରେ ତାଙ୍କ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥ ୫୦ ପ୍ରତିଶତ ବଢିଛି। ଏହା ଏବେ ୭ହଜାର କୋଟି ଟଙ୍କାରେ ପହଞ୍ଚିଛି ବୋଲି ଏସଏନବି ସୂଚନା ଦେଇଛି। ବ୍ୟାଙ୍କରେ ଭାରତୀୟ ଜମାକାରୀ ସିଧାସଳଖ ୬ ହଜାର ୯ ଶହ କୋଟି ଟଙ୍କା ଜମା କରିଛନ୍ତି। ଅନ୍ୟମାନଙ୍କ ମାଧ୍ୟମରେ ପ୍ରାୟ ୧୧୦ କୋଟି ଟଙ୍କା ଜମା ହୋଇଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି।
ହିସାବ ଅନୁସାରେ ସ୍ୱିଜରଲାଣ୍ଡର ଏହି ବ୍ୟାଙ୍କରେ ମୋଟ ୧୦୦ ଲକ୍ଷ କୋଟି ଟଙ୍କା ବିଦେଶୀ ଅର୍ଥ ଜମା ହୋଇ ରହିଛି। କଳାଧନ ବିରୋଧରେ ସାରାଦେଶରେ ଅଭିଯାନ ଚାଲିଥିବା ବେଳେ ସ୍ୱସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ଅର୍ଥ ବଢିବା ଚିନ୍ତା ବଢାଇଛି। ୨୦୧୬ରେ ସ୍ୱସ୍ ବ୍ୟାଙ୍କରେ ଭାରତୀୟଙ୍କ ଜମା ରାଶି ୪୫ ପ୍ରତିଶତ ହ୍ରାସ ପାଇଥିଲା। କଳାଧନ ବିରୋଧରେ କଡ଼ା ପଦକ୍ଷେପ ନିଆଯିବା ସତ୍ତ୍ୱେ ମଧ୍ୟ ଭାରତୀୟମାନେ ନିର୍ଭୟରେ ସ୍ୱିସ ବ୍ୟାଙ୍କରେ ଟଙ୍କା ରଖୁଛନ୍ତି। ସ୍ୱିଜରଲାଣ୍ଡରେ ଅର୍ଥ ରଖିଥିବା ବିଭିନ୍ନ ବିଦେଶୀ ବ୍ୟକ୍ତିଙ୍କ ଜମା ପରିମାଣ ହାରାହାରି ୩ ପ୍ରତିଶତ ବଢିଥିବାବେଳେ ଭାରତୀୟଙ୍କ ଜମା ଅର୍ଥ ଏତେ ପରିମାଣରେ ବଢିବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି।