ବିଶ୍ୱର ଏହି ୫ ବଡ଼ କମ୍ପାନିର ସିଇଓ ଭାରତୀୟ ,ଜାଣନ୍ତୁ ଦରମା କେତେ

ବିଶ୍ୱର କୋଣ ଅନୁକୋଣରେ ରହିଛନ୍ତି ଭାରତର ସୁଯୋଗ୍ୟ ସନ୍ତାନ। ଭାରତରୁ ଜନ୍ମ ହୋଇଥିବା ଏମିତି କିଛି ବ୍ୟକ୍ତିତ୍ୱଙ୍କ ବିଷୟରେ ଆସନ୍ତୁ ଜାଣିବା ଯିଏକି ବିଶ୍ୱ ଦରବାରରେ ଭାରତର ମୁଣ୍ଡ ଟେକ ରଖିଛନ୍ତି। ସେମାନେ ହେଲେ…

ସତ୍ୟ ନଡେଲା: ସତ୍ୟ ନେଡେଲାଙ୍କ ଜନ୍ମ ଆମ ଦେଶର ହାଇଦ୍ରାବାଦ୍‌ଠାରେ। ସେ ୧୯୯୨ ମସିହା ପୂର୍ବରୁ ମାଇକ୍ରୋସଫଟ୍‌ରେ ସଦସ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି। ତାଙ୍କର କାର୍ଯ୍ୟଦକ୍ଷତା ହେତୁ ସେ ପରବର୍ତ୍ତୀ ମୁହୁର୍ତ୍ତରେ ମାଇକ୍ରୋସଫ୍‌ଟର ସିଇଓ ଭାବେ ନିଯୁକ୍ତ ହେଲେ। ତାଙ୍କ ଦରମା ୮୪ ମିଲିୟନ୍‌ ଡଲାର।

ସୁନ୍ଦର ପିଚାଇ: ଗୁଗୁଲ୍‌ ସିଇଓ ଭାବେ ପରିଚିତ ସୁନ୍ଦର ପିଚାଇ ମଧ୍ୟ ଭାରତର ସନ୍ତାନ। ସେ ଦେଶର ମଦୁରାଇଠାରେ ଜନ୍ମଗ୍ରହଣ କରିଥିଲେ। ଆଇଆଇଟି ଖଡଗପୁରରେ ସେ ନିଜର ଶିକ୍ଷା ସଂପୂର୍ଣ୍ଣ କରି ଆମେରିକାର ଗୁଗୁଲ୍‌ରେ ଚାକିରି ପାଇଥିଲେ। ତାଙ୍କ ଦରମା ୫୦ ମିଲିୟନ୍‌ ଡଲାର।

ସଞ୍ଜୟ ଝା: ଗ୍ଲୋବାଲ୍‌ ଫାଉଣ୍ଡରିଜ୍‌ର ପୂର୍ବତନ ସିଇଓ ସଞ୍ଜୟ ମଧ୍ୟ ଜଣେ ଭାରତୀୟ। ୨୦୧୪ ମସିହାରେ ସେ ଆମେରିକାର ଏହି ଖାତାନାମା କମ୍ପାନି ପକ୍ଷରୁ ଚାକିରି ଅଫର୍‌ ପାଇଥିଲେ। ତାଙ୍କ ଦରମା ୮.୬ ମିଲୟନ୍‌ ଡଲାର।

ଦିନେଶ ପଟିଓ୍ଵାଲ୍‌: ଦିନେଶ ହେଉଛନ୍ତି ହର୍ମନ ଇଣ୍ଟର୍‌ନେସ୍‌ନାଲ୍‌ କମ୍ପାନିର ସିଇଓ। ତାଙ୍କର ଜନ୍ମ ଉତ୍ତରପ୍ରଦେଶରର ଆଗ୍ରାଠାରେ। ତାଙ୍କ ଦରମା ୧୦.୬ ମିଲିୟନ୍‌ ଡଲାର।

ଅଜୟ ବେଙ୍ଗା: ସେ ବର୍ତ୍ତମାନ ଅଗ୍ରଣୀ ଆର୍ଥିକ କମ୍ପାନି ମାଷ୍ଟରକାର୍ଡର ସିଇଓ ଭାବେ କାର୍ଯ୍ୟରତ। ସେ ମଧ୍ୟ ଆମ ଦେଶ ଭାରତର ଜଣେ ସୁସନ୍ତାନ। ତାଙ୍କ ଦରମା ୧୨.୪ ମିଲିୟନ୍‌ ଡଲାର।

ସମ୍ବନ୍ଧିତ ଖବର