ନୂଆଦିଲ୍ଲୀ: ଏନଟିଏ -ଏନଇଇଟି ( ନିଟ୍) ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାବ ଇତିହାସ ସୃଷ୍ଟି କରିଛନ୍ତି । ସେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ୧୦୦ ପ୍ରତିଶତ ସଫଳତା ପାଇଛନ୍ତି । ସେହିପରି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି । କୋଭିଡ ମହାମାରୀକୁ ନେଇ ଭାରତୀୟ ଡାକ୍ତରଙ୍କ ଅବଦାନ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ବୋଲି ସୋଏବ ଆଫତାବ କହିଛନ୍ତି।

Advertisment

୧୦୦ ପ୍ରତିଶତ ନମ୍ବର ରଖି ଚର୍ଚ୍ଚାରେ ଥିବା ସୋଏବ ଆଫତାବ ଭାଇରସକୁ ସାହାସର ସହ ସାମ୍ନା କରିବା ସହିତ ରାଜସ୍ଥାନର କୋଟାସ୍ଥିତ ଏକ କୋଚିଂ ସେଣ୍ଟରରେ ରହିବାକୁ ନିଷ୍ପତ୍ତି ନେଇଥିଲେ। ଯେଉଁ ସମୟରେ ସ୍ବତନ୍ତ୍ର ବସ ଯୋଗେ ହଜାର ହଜାର ନିଟ ପ୍ରାର୍ଥୀମାନେ ନିଜ ନିଜ ଘରକୁ ଫେରୁଥିଲେ ସେ ସମୟରେ ଆଫତାବ କରୋନା ସଂକ୍ରମିତଙ୍କ ପାଇଁ ଡାକ୍ତରଙ୍କ ଉତ୍ସର୍ଗକୁ ଦେଖି ଅନୁପ୍ରାଣିତ ହୋଇଥିଲେ।

ସୋଏବ ଆଫତାବ କହିଛନ୍ତି, ମୁଁ ଭାବୁଛି ମହାମାରୀ ପ୍ରତି ଭାରତୀୟ ଡାକ୍ତରଙ୍କ ଉତ୍ସର୍ଗ ଅତୁଳନୀୟ। ମୁଁ ପ୍ରକୃତରେ ସେମାନଙ୍କ ପରି ହେବାକୁ ଚାହୁଁଛି ... ସେମାନେ ଏକ ପ୍ରେରଣା | ସେମାନେ ଯେପରି ଭାବରେ ମହାମାରୀକୁ ନିୟନ୍ତ୍ରଣ କରିଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ।

ମହାମାରୀ ସମୟରେ ପିଲାମାନେ ଘରକୁ ଫେରି ଆସିଥିବା ବେ‌ଳେ ରାଜସ୍ଥାନର କୋଟାରେ ରହି ଅଧ୍ୟୟନ କରିବାର ବାଟକୁ ବାଛିଥିଲେ ଆଫତାବ ।

NEET Topper Soyeb Aftab Wanted to Become Software Engineer in Childhood

ଏନଟିଏ -ଏନଇଇଟି ( ନିଟ୍) ପରୀକ୍ଷାରେ ହରିୟାଣାର ସତ୍ତ୍ବିକ ଗୋଦରା ସପ୍ତମ ସ୍ଥାନ ରଖିଥିଲେ। ହରିୟାଣାର ସତ୍ତ୍ବିକ କହିଛନ୍ତି, ‘ତାଙ୍କ ଡାକ୍ତର ପିତାମାତାଙ୍କ ଠାରୁ ମୁଁ ଅନୁପ୍ରମାଣିତ ହୋଇଛନ୍ତି। କାରଣ କରୋନା ମହାମାରୀ ସମୟରେ ମୁଁ ମୋର ପିତାଙ୍କ କଷ୍ଟକୁ ଦେଖିଛି। ସେମାନେ ପରିବାରକୁ ପଛରେ ପକାଇ କରୋନା ସଂକ୍ରମିତଙ୍କ ସେବାରେ ନିଜକୁ ହଜେଇ ଦେଇଥିଲେ। ପିତାମାତାଙ୍କ ଏଭଳି ନିଷ୍ଠାପର କାମ ଦେଖି ମୁଁ ବି ପାଠପଢ଼ାରେ କଠିନ ପରିଶ୍ରମ କରିଥିଲି ଆଉ ଆଜି ମୋର ପରୀକ୍ଷା ଫଳରେ ଖୁସି ଅଛି।’

ସେହିପରି ନବମ ସ୍ଥାନାରେ ଥିବା କର୍ଣ୍ଣାଟକର କାର୍ତ୍ତିକ ରେଡ୍ଡି କହିଛନ୍ତି, ‘ସହର ଏବଂ ଗାଁର ଛାତ୍ରମାନେ ଜାଣିବା ଦରକାର କି ସଫଳତା କେବଳ ‌ବଡ଼ ସହରର ପିଲାମାନେ ପାଇ ନଥାଆନ୍ତି। ଆପଣ କେଉଁଠାରୁ ଆସିଛନ୍ତି ତାହା ଗୁରୁତ୍ବ ରଖି ନଥାଏ। କେବଳ କଠିନ ପରିଶ୍ରମ ଉପରେ ସବୁକିଛି ନିର୍ଭର କରିଥାଏ। ଛାତ୍ରମାନେ ଭାବନ୍ତି କୋଚିଂ ଆବଶ୍ୟକ କିନ୍ତୁ ମୁଁ ମୋ ଜନ୍ମସ୍ଥାନରେ ପାଠପଢ଼ିଥିଲି। ମୋ କଲେଜ ମୋତେ ସମର୍ଥନ କରିଥିଲା । ମୋର ଶିକ୍ଷକମାନେ ମୋତେ ପ୍ରେରଣା ଦେଇଥିଲେ ଏବଂ ମୁଁ ମୋର ପ୍ରଦର୍ଶନକୁ ନେଇ ବହୁତ ଖୁସି ଅଛି।