୧୦୦ ଘଣ୍ଟାରୁ ଅଧିକ ସମୟ ଦେଲେ ଭାଷଣ ଦେଇ ବିଶ୍ୱ ରେକର୍ଡ କଲେ ଭାରତୀୟ ଯୁବକ

ଲକ୍ଷ୍ନୗ: ସାଧାରଣତଃ ରାଜନେତାମାନେ ଦୀର୍ଘ ଭାଷଣ ଦେଇଥାନ୍ତି । ଅଧିକାଂଶ ସମୟ ନେତାଙ୍କ  ଭାଷଣ ଶୁଣି ଲୋକମାନେ ବିରକ୍ତ ହୋଇଥାନ୍ତି। କିନ୍ତୁ ଏବେ ଲମ୍ବା ଭାଷଣ ଦେଇ ଭାରତର ଜଣେ ଯୁବକ ଯତୀଶ ଚନ୍ଦ୍ର ଶୁକ୍ଳା ବିଶ୍ୱ ରେକର୍ଡ କରିଛନ୍ତି । ୧୦୦ ଘଣ୍ଟାରୁ ଅଧିକ ସମୟ ଭାଷଣ ଦେବା ସହ ନେପାଳର ଅନନ୍ତାଙ୍କ ନାଁରେ ଥିବା ବିଶ୍ୱରେକର୍ଡକୁ ଭାଙ୍ଗିଛନ୍ତି ଯତୀଶ । ପୂର୍ବରୁ ନେପାଳର ଅନନ୍ତା ୯୦ ଘଣ୍ଟା ୨ ମିନିଟର ଭାଷଣ ଦେଇ ବିଶ୍ୱରେକର୍ଡ ନିଜ ନାଁରେ କରିଥିଲେ ।

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଅଞ୍ଚଳର ଯତୀଶ ଚନ୍ଦ୍ର ଶୁକ୍ଳା ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ଭାଷଣ ଦେବା ପରେ ମଧ୍ୟ ଅଟକିନାହାନ୍ତି । ଯତୀଶ କହିଛନ୍ତି, ମୁଁ ଏତେ ଘଣ୍ଟା ଧରି ଭାଷଣ ଦେବାକୁ ଚାହୁଁଛି ଯାହାଫଳରେ ଏହି ରେକର୍ଡକୁ ଅନ୍ୟ କେହି ଏତେ ସହଜରେ ଭାଙ୍ଗି ପାରିବେ ନାହିଁ । ଏହାପୂର୍ବରୁ ଲଗାତାର ପଢ଼ିବା ଓ ପଢ଼ାଇବା କ୍ଷେତ୍ରରେ ବିଶ୍ୱରେକର୍ଡ କରିଥିବା ଯତୀଶଙ୍କ ନାଁରେ ଲମ୍ବା ସମୟ ଧରି ଭାଷଣ ଦେବାର ରେକର୍ଡ ମଧ୍ୟ ଯୋଡି ହୋଇଯାଇଛି । ଏହି ଦୀର୍ଘ ଭାଷଣ ଦେଇ ବିଶ୍ୱରେକର୍ଡ କରିଥିବା ଯତୀଶ ଏହା ମଧ୍ୟରେ ୬ ଘଣ୍ଟା ୯ ମିନିଟର ୩୨ଟି ବ୍ରେକ ନେଇଥିଲେ ।

www.jagran.com

ଯତୀଶ ଶୁକ୍ଳା ୫ ଜାନୁଆରି (ଶନିବାର)ର ଦ୍ୱିପ୍ରହର ସମୟରୁ ବିଶ୍ୱ ରେକର୍ଡ କରିବା ପାଇଁ ଭାଷଣ ଦେବା ଆରମ୍ଭ କରିଥିଲେ । ଆଉ ୯ ତାରିଖ (ବୁଧବାର) ଦିନ ୧୦୦ ଘଣ୍ଟାର ଭାଷଣ ଦେବା ସହ ନୂଆ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ପୂର୍ବରୁ ନେପାଳର ଅନନ୍ତାଙ୍କ ନାମରେ ଥିବା ଏହି ରେକର୍ଡକୁ ଭାଙ୍ଗିବା ପାଇଁ ଯତୀଶ ନ ଶୋଇ, ବିଶ୍ରାମ ନ ନେଇ ଲଗାତାର ଭାବେ ଭାଷଣ ଦେଇଥିଲେ । ଯତୀଶ ଭାଷଣ ଦେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଲୋକ ମଧ୍ୟ ୫ ଦିନ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ । ବୁଧବାର ସକାଳ ୧୦ଟା ୩୦ ମିନିଟ ସମୟରେ ଏହି  ରେକର୍ଡ କରିଥିଲେ ଯତୀଶ । ଆଉ ଏହାସହ ଗୋଲ୍ଡେନ୍ ବୁକ୍ ଅଫ୍ ୱାଲ୍ଡ ରେକର୍ଡସ ନିଜ ନାଁ ସାମିଲ କରିଥିଲେ ଯତୀଶ ।

ସମ୍ବନ୍ଧିତ ଖବର