ଭଡ଼ା ରହୁଥିବା ଘର ମାଲିକଙ୍କୁ ସାହାଯ୍ୟ କରିବା ପାଇଁ ୟୁକ୍ରେନରୁ ଫେରିଲେନି ଭାରତୀୟ ଛାତ୍ରୀ, ଫୋନରେ ମା’ଙ୍କୁ କହିଲେ…

ନୂଆଦିଲ୍ଲୀ: ମୁଁ ବଞ୍ଚେ କି ନବଞ୍ଚେ, କିନ୍ତୁ ମୁଁ ମୋ ଘର ମାଲିକଙ୍କ ପିଲା ଏବଂ ପତ୍ନୀଙ୍କୁ ଏଭଳି ସ୍ଥିତିରେ ଏକା ଛାଡ଼ି ଯାଇପରିବି ନାହିଁ। ମୋତେ ଏଠି ରହି ସେମାନଙ୍କୁ ଲଢ଼େଇରେ ସାଥ ଦେବାକୁ ହେବ। ଭାରତରେ ଥିବା ମା’ ଝିଅର ବାଟକୁ ଚାହିଁ ବସିଥିବା ବେଳେ ଏଭଳି କହି ମା’କୁ ସାନ୍ତ୍ବନା ଦେଇଛି ୟୁକ୍ରେନରେ ରହୁଥିବା ଝିଅ। ୪ଦିନ ହେଲାଣି ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ସେଠାରେ ରହୁଥିବା ପ୍ରାୟ ୨୦,୦୦୦ ଭାରତୀୟଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ସରକାର ଉଦ୍ୟମ କରୁଥିବା ବେଳେ ୟୁକ୍ରେନରେ ରହୁଥିବା ନେହା ଏବେ ଭାରତ ଫେରିବାକୁ ଚାହୁଁନଥିବା ଜଣାପଡ଼ିଛି।

ସୂଚନା ମୁତାବକ, ହରିୟାଣାରେ ଜନ୍ମିତ ୧୭ ବର୍ଷୀୟ ନେହା ଗତବର୍ଷ ୟୁକ୍ରେନକୁ ପାଠ ପଢ଼ିବାକୁ ଯାଇଥିଲେ। ଏବେ ଯୁଦ୍ଧ ପରିସ୍ଥିତି ଉପୁଜିବାରୁ ନେହା ଭଡ଼ା ରହୁଥିବା ଘରର ମାଲିକ ଦେଶର ଲଢ଼େଇରେ ସାଥ ଦେବାକୁ ଋଣଭୂମିକୁ ଓହ୍ଲାଇଛନ୍ତି। ଯୁଦ୍ଧ ଭୂମିକୁ ଯାଉ ଯାଉ ସେ ପଛରେ ନିଜ ପତ୍ନୀ ଓ ଦୁଇ ପିଲାଙ୍କୁ ଛାଡ଼ିଯାଇଛନ୍ତି। ପାଖରେ ଆଉ କେହି ନଥିବାରୁ ସେମାନଙ୍କ ସହ ରହିବାକୁ ନିଷ୍ପତ୍ତି ନେଇଛନ୍ତି ନେହା। ଭାରତ ଫେରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲେ ବି ସେ ଭାରତ ନଫେରି ୟୁକ୍ରେନରେ ରହି ପରିସ୍ଥିତିର ସାମ୍ନା କରିବେ ବୋଲି ନିଜ ମା’ଙ୍କୁ ଜଣାଇ ଦେଇଛନ୍ତି।

opindia

ନେହା ସାଙ୍ଗୱାନ ନିଜ ମା’ଙ୍କୁ ଫୋନ କରି କହିଛନ୍ତି ଯେ, “ମୁଁ ବଞ୍ଚେ କି ନବଞ୍ଚେ, କିନ୍ତୁ ମୁଁ ଏହି ପିଲାମାନଙ୍କୁ ଏବଂ ସେମାନଙ୍କ ମା’ଙ୍କୁ ଏଭଳି ପରିସ୍ଥିତିରେ ଛାଡିପାରିବି ନାହିଁ।” ନେହା ଗତ ବର୍ଷ ୟୁକ୍ରେନର ଏକ ମେଡିକାଲ କଲେଜରେ ନାମ ଲେଖାଇଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର