ନୂଆଦିଲ୍ଲୀ: ଅଙ୍ଗ ପ୍ରତିରୋପଣ କରିବାର ଅର୍ଥ ହେଉଛି ଜଣେ ମଣିଷର ଏକପ୍ରକାର ପୁର୍ନଜନ୍ମ ପ୍ରାପ୍ତି। ୪ ବର୍ଷ ତଳେ ଅନ୍ୟ ଜଣଙ୍କ ହୃତପିଣ୍ଡ୍‌ ବା ହାର୍ଟକୁ ନିଜ ଶରୀରରେ ଲଗାଇ ପୁର୍ନଜନ୍ମ ପାଇଥିବା ରାହୁଲ କୁମାର ପ୍ରଜାପତି ନାମଜ ଜଣେ ଯୁବକ ଏବେ ନିଜର ଅନୁଭବକୁ ନେଇ ଏକ ଭାବୁକ‌ ପୋଷ୍ଟ୍‌ ସେୟାର୍‌ କରିଛନ୍ତି। ସେ କହୁଛନ୍ତି କି ‘ମୁଁ ଏବେ ଭାବୁଛି ମୋ ଜୀବନ ହେଉଛି ଈଶ୍ବରଙ୍କ ଆଶୀର୍ବାଦ। ହୃତପିଣ୍ଡ ପ୍ରତିରୋପଣ ପରେ ମୋ ଚିନ୍ତାଧାରା ପୂରା ବଦଳି ଯାଇଛି। ସବୁବ‌େଳେ ଏହି ଭାବନା ମୋ ଭିତରେ ରହୁଛି ଯେ ଯାହାଙ୍କର ହୃତପିଣ୍ଡ ମୋ ଶରୀରରେ ଲାଗିଛି ଯେ ସବୁବେଳେ ମୋ ସାଥୀରେ ଅଛନ୍ତି।’

Advertisment

ସେ ଆହୁରି ବି କହିଛନ୍ତି, ‘ମୁଁ ଯେବେ ବି ଖେଳ କିମ୍ବା କୌଣସି ପ୍ରତିଯୋଗିତାରେ ଭାଗ ନିଏ ତ ମୋତେ ଏପରି ଲାଗେ ଯଦିଓ ‌ମୁଁ ମୋ ପାଇଁ କିମ୍ବା ମୋ ପରିବାର ପାଇଁ ଜିତିନପାରେ, କିନ୍ତୁ ତାଙ୍କ ପାଇଁ ନିଶ୍ଚୟ ଜିତିବି ଯାହାଙ୍କ ହୃତପିଣ୍ଡ ମୋ ଶରୀରରେ ଲାଗିଛି। ମୁଁ ସବୁବେଳେ ଖୁସିରେ ରହିବାକୁ ଚେଷ୍ଟା କରେ। କାରଣ ମୁଁ ଚାହେଁ ମୋ ପାଖରେ ଅନ୍ୟ ଜଣଙ୍କ ସଂପତ୍ତି ଅଛି। ସେ ହୃଦୟ କେବେ ବି ଦୁଃଖୀ ନହେଉ। ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଏହି ହୃଦୟକୁ ଖୁସି ରଖିବାକୁ ଚେଷ୍ଟା କରିବି। ଏହା ମୋର କାହାଣୀ।’

ସେ ଆହୁରି ବି ବଖାଣିଛନ୍ତି ଯେ ତାଙ୍କର ଏହି କାହାଣୀର ଆରମ୍ଭ ୨୦୧୨ ମସିହାରୁ ହୋଇଛି। ଯୁବକ ଜଣକ ଦ୍ବାଦଶ ପରୀକ୍ଷା ଦେବା ବେଳେ ତାଙ୍କୁ ଅଚାନକ ଜ୍ବର ଆସିଥିଲା। ତା’ପରେ ପରୀକ୍ଷା କରୁ କରୁ ତାଙ୍କ ହୃତପିଣ୍ଡ ବା ହାର୍ଟ ଖରାପ ଥିବା ଜଣାପଡ଼ିଥିଲା। ତା’ପରେ ଯୁବକଙ୍କ ଦୁନିଆ ଏପଟ ସେପଟ ହୋଇ ଯାଇଥିଲା। ବହୁ ଦିନ ଚିକିତ୍ସିତ ହେବା ପରେ ତାଙ୍କୁ ଜଣେ ହାର୍ଟ ଡୋନର ବା ହୃତପିଣ୍ଡ ଦାତା ମିଳିଗଲେ। ଯୁବକଙ୍କ କହିବାନୁଯାୟୀ, ହୃତପିଣ୍ଡ ଦାତା ଜଣକ ବି ତାଙ୍କରି ବୟସର ଥିଲେ। ଏହାପରେ ସେ ସ୍ବାଭାବିକ ଜୀବନ ଜିଇଁବା ଆରମ୍ଭ କରିବା ସ୍ବପ୍ନ ଦେଖିଥିଲେ।