ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଜଣେ ବୃଦ୍ଧ ସେଫଙ୍କ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓକୁ ଦ କାଲୋନିୟମ ରେସ୍ତୋରାଁର ଇନଷ୍ଟାଗ୍ରାମରେ ସେୟାର କରାଯାଇଛି। ଉକ୍ତ ବୃଦ୍ଧ ସେଫଙ୍କ ନାମ ପଦ୍ମା ବ୍ୟାସ। ଯିଏକି ମୂଳ ଭାରତୀୟ ଥିବା ବେଳେ ଅଷ୍ଟ୍ରେଲିଆରେ ବସବାସ କରୁଛନ୍ତି। ବ୍ୟାସ ଦ କାଲୋନିୟମ ରେସ୍ତୋରାଁର ମୁଖ୍ୟ ସେଫ ରହିଛନ୍ତି। ନିକଟରେ ଅଷ୍ଟ୍ରେଲିଆର ସିଡନୀରେ ଆୟୋଜିତ ହୋଇଥିବା ଏକ ଖାଦ୍ୟ ମେଳାରେ ସେ ଭାଗ ନେଇଥିଲେ।

Advertisment

ଇନଷ୍ଟାଗ୍ରାମରେ ବ୍ୟାସଙ୍କ ଏହି  ଭିଡିଓ ସେୟାର କରି କ୍ୟାପସନରେ ଲେଖାହୋଇଛି, ‘କେହି ବି ଉକ୍ତ ସେଫଙ୍କ ଖାଦ୍ୟକୁ ଚାଖିବାକୁ ଆସିଲେ ନାହିଁ।’

ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଲୋକେ ଉକ୍ତ ବୃଦ୍ଧ ସେଫଙ୍କ ସମର୍ଥନରେ ଆଗେଇ ଆସିଛନ୍ତି। ଲୋକେ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ବୃଦ୍ଧଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟ ବହୁତ ସ୍ବାଦିଷ୍ଟ ଲାଗୁଛି। ହୁଏତ ଲୋକଙ୍କୁ ଜଣାନାହିଁ ଗୁଣବତ୍ତ୍ବା ଓ ସ୍ବାଦିଷ୍ଟ ଖାଦ୍ୟ କ’ଣ ହୋଇଥାଏ।

ବୃଦ୍ଧଙ୍କ ସହିତ ଏମିତି ଘଟଣା ଘଟିଥିବାରୁ ଦୁଃଖ ଲାଗୁଛି। ଆଶା କରୁଛି ଭବିଷ୍ୟତରେ ଏହି କାର୍ଯ୍ୟକ୍ରମରେ ବ୍ୟାସ ସାମିଲ ହେଲେ ଅଧିକ ପରିମାଣରେ ଲୋକେ ତାଙ୍କ ଖାଦ୍ୟକୁ ଚାଖିବା ପାଇଁ ଷ୍ଟଲରେ ଭିଡ଼ ଜମାଇବେ। ମୁଁ ଯଦି ଉକ୍ତ ସ୍ଥାନରେ ଥାଆନ୍ତି ବୃଦ୍ଧ ଦ୍ବାରା ପ୍ରସ୍ତୁତ ସମସ୍ତ ଖାଦ୍ୟ ଖାଇ ଦେଇଥାଆନ୍ତି।