ପ୍ରାୟ ଦୁଇ ଦଶକ ପରେ ବଦଳିବାକୁ ଯାଉଛି ଭାରତୀୟ ରେଳର ରଙ୍ଗ!

ରେଳଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ବିଭିନ୍ନ ଯୋଜନାମାନ ପ୍ରସ୍ତୁତ କରିଚାଲିଥିବା ବେଳେ ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛି ରେଳ ମନ୍ତ୍ରାଳୟ। ଏହି ନିଷ୍ପତ୍ତି ଅନୁଯାୟୀ ଏବେ ଟ୍ରେନ୍‌ର ରଙ୍ଗ ପରିବର୍ତ୍ତନ କରିବାକୁ ଯାଉଛି ରେଳବାଇ। ଏବେ ପର୍ଯ୍ୟନ୍ତ ଯେଉଁ ଟ୍ରେନ୍‌ ନୀଳ ରଙ୍ଗରେ ଦେଖାଯାଉଛି, ତାହା ଆଉ କିଛି ଦିନ ପରେ ଗାଢ଼ ହଳଦିଆ ଓ ଧୂଷର ରଙ୍ଗର ହେବ ବୋଲି ସୂଚନା ମିଳିଛି। ଦିଲ୍ଲୀ-ପଠାନକୋଟ୍‌ ଏକ୍ସପ୍ରେସ୍‌ ପ୍ରଥମେ ଏହି ରଙ୍ଗରେ ସଜେଇ ହେବ।

ସୂଚନା ଅନୁସାରେ ଜୁନ ମାସର ଶେଷ ପର୍ଯ୍ୟନ୍ତ ଭାରତୀୟ ରେଳର ରଙ୍ଗ ପୁରା ବଦଳିଯିବ। ଏହି ଯୋଜନା ଅନୁସାରେ ପାଖାପାଖି ୩୦ ହଜାର କୋଚ୍‌ ନୂଆ ରଙ୍ଗରେ ରଙ୍ଗେଇ ହେବ। କେବଳ ରଙ୍ଗ ନୁହେଁ ଆରାମଦାୟକ ସିଟ୍‌ ଓ ଭାକ୍ୟୁମ ବାଥରୁମ ପାଇଁ ରେଳବାଇ ନିଷ୍ପତ୍ତି ନେଇଛି। ଯାତ୍ରୀଙ୍କ ସୁବିଧା ପାଇଁ ସମସ୍ତ ସିଟରେ ମୋବାଇଲ ଚାର୍ଜର ଦେବାର ବ୍ୟବସ୍ଥା ଚଳାଇବା ପାଇଁ ପସ୍ତୁତି ଆରମ୍ଭ ହୋଇଛି। ତେବେ ସୂଚନା ଅନୁସାରେ ମେଲ ଓ ଏକ୍ସପ୍ରେସ୍‌ ଟ୍ରେନ ଗୁଡ଼ିକ ହିଁ ନୂଆ ରଙ୍ଗରେ ସଜେଇ ହେବେ। ରାଜଧାନୀ, ଶତାବ୍ଦୀ, ଦୁରାନ୍ତା ପରି ଟ୍ରେନରେ ପ୍ରଥମେ ନୂଆ ରଙ୍ଗରେ ଚାଲିବ। ଜଣେ ବରିଷ୍ଠ ରେଳବାଇ ଅଧିକାରୀଙ୍କ ଅନୁସାରେ ରେଳମନ୍ତ୍ରୀଙ୍କ ମଞ୍ଜୁରୀ ମିଳିବା ପରେ ଏବେ କୋଚ ଗୁଡ଼ିକର ରଙ୍ଗ ପରିବର୍ତ୍ତନ ପାଇଁ କାମ ଜୋରସୋରରେ ଚାଲିଛି । ସୂଚନା ଅନୁସାରେ ପ୍ରାୟ ୨ ଦଶକ ପରେ ଭାରତୀୟ ରେଳର ରଙ୍ଗ ବଦଳୁଛି ।

ସୂଚନାଯୋଗ୍ୟ ୨୦୧୮ ସୁଦ୍ଧା ସମସ୍ତ ଟ୍ରେନରେ ବାୟୋଟୟଲେଟ ଲଗାଯିବ ବୋଲି ରେଳ ମନ୍ତ୍ରାଳୟ ତରଫରୁ ନିଷ୍ପତ୍ତି ନିଆଯାଇଛି। ଶୌଚାଳୟକୁ ଠିକ୍‌ ଭାବେ ସଫା କରାଯାଉ ନ ଥିବାରୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଲୋକମାନକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ପୁର୍ବରୁ ଶୌଚାଳୟର ସବୁ ଆବର୍ଜନା ରେଲଓ୍ଵ ଟ୍ରାକ୍‌କୁ ଯାଉଥିଲା। ଯାହା ଫଳରେ ରେଲେଓ୍‌ ଟ୍ରାକ୍‌ ଗୁଡ଼ିକ ଅପରିଷ୍କାର ହେବା ସହ ଶୌଚାଳୟ ମଧ୍ୟ ଠିକ୍‌ ସେ ସଫା କରାଯାଉ ନଥିଲା। ଏହି ସବୁ ସମସ୍ୟାର ସମାଧାନ ପାଇଁ ରେଳବାଇ ଟ୍ରେନରେ ବାୟା ଟୟଲେଟ୍‌ ବ୍ୟବହାର ଆରମ୍ଭ କରିଥିଲା। ଏହା ହେବା ପରେ ଏହି ସମସ୍ୟାର ସମାଧାନ କିଛିଟା ହୋଇପାରିଛି।

ବାୟୋ ଟଏଲେଟ୍‌କୁ ଟ୍ରେନ୍‌ର ବଗି ତଳେ ଲଗାଇ ଦିଆଯିବା ସହିତ ଆନେରୋବିକ୍‌ ନାମକ ବ୍ୟାକ୍ଟେରିଆ ସେଥିରେ ଛାଡ଼ି ଦିଆଯାଏ। ଏହି ବ୍ୟାକ୍ଟେରିଆ ମଣିଷର ମଳକୁ ମିଥେନ୍‌ ଏବଂ ଜଳକୁ ରୂପାନ୍ତର କରିବା ପରେ ଏହାକୁ ବାହାରକୁ ଛାଡ଼ିଦିଆଯାଏ। ଯାହା ଫଳରେ କି ରେଲଓ୍ଵ ଟ୍ରାକ୍‌ ସଫା ରହିବା ସହିତ ଦୁର୍ଗନ୍ଧ ମଧ୍ୟ ହୋଇ ନ ଥାଏ। ଟ୍ରେନ୍‌ରେ ଥିବା ଶୌଚାଳୟକୁ ପରିଷ୍କାର ରଖିବା ପାଇଁ ପ୍ରଥମେ ଓଡ଼ିଏଫ୍‌ କ୍ୟାମ୍ପେନ୍‌ ଦ୍ୱାରା ବାୟୋ ଟଏଲେଟ୍‌ ଯୋଜନା ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ୯୦୦ଟି ଟ୍ରେନ୍‌ରେ ପ୍ରାୟ ସବୁ ବଗିରେ ବା କିଛି ବଗିରେ ବାୟୋ ଟଏଲେଟ୍‌ ଖଞ୍ଜା ଯାଇଛି । ଡ଼ିସେମ୍ବର ୨୦୧୮ ସୁଦ୍ଧା ଏହି ଯୋଜନାକୁ ଶତ ପ୍ରତିଶତ ସଫଳ କରିବା ପାଇଁ ରେଳମନ୍ତ୍ରୀ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର