ରେଳବାଇ ସେୟାର କଲା ୪ଟି ସୁନ୍ଦର ଫଟୋ, ଲୋକେ ଦେଉଛନ୍ତି ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଫଟୋ ରହିଥାଏ, ଯାହାକୁ ଦେଖିଲେ ମନ ଖୁସି ହୋଇଯାଇଥାଏ।

ନିକଟରେ ଭାରତୀୟ ରେଳବାଇ ୪ଟି ଫଟୋ ସେୟାର କରିଛି। ଯାହାକି ଦେଖିବାକୁ ଖବୁ ସୁନ୍ଦର ଲାଗୁଛି। ଏହି ଫଟୋଟି ଟ୍ରାକରେ ଦ୍ରୁତଗତିରେ ଟ୍ରେନ ଯାଉଥିବା ବେଳେ ଉଠାଇଯାଇଛି। ଏହା ଏକ ବାସ୍ତବ ଫଟୋ ବୋଲି ଲୋକେ ବିଶ୍ବାସ କରୁ ନାହାନ୍ତି। କେହି ଜଣେ ଚିତ୍ରଶିଳ୍ପୀ ଏହାକୁ ଆଙ୍କିଥିବା କହୁଛନ୍ତି। କିନ୍ତୁ ଏହା ବାସ୍ତବ ଅଟେ।

ସୋସିଆଲ ମିଡିଆ ବ୍ୟବହାରକରୀ ଏହି ଫଟୋକୁ ଦେଖି ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, ଦୃଶ୍ୟ ଦେଖି ଆଖି ଖୁସି ହୋଇ ଯାଉଛି। ଆଉ ଜଣେ ଲେଖିଛନ୍ତି, ଚମତ୍କାର ଫଟୋ। ଏମିତି ଫଟୋ ଉଠାଇ ଥିବାରୁ ରେଳବାଇକୁ ଅଶେଷ ଅଶେଷ ଧନ୍ୟବାଦ। ଭାରତୀୟ ରେଳ ବାସ୍ତବରେ ଅତି ସୁନ୍ଦର। କେବଳ ଏତିକି ନୁହେଁ, ଭାରତୀୟ ରେଳ ସର୍ବଦା ସୁନ୍ଦର ଜିନିଷକୁ ସେୟାର କରିଥାଏ। ଏହି କାରଣରୁ ଭାରତୀୟ ରେଳ ଚର୍ଚ୍ଚାରେ ରହିଛି।

ସୋସିଆଲ ମିଡିଆ ବ୍ୟବହାରକାରୀ ଏହି ଫଟୋକୁ ପସନ୍ଦ କରିବା ସହିତ ବହୁ ମାତ୍ରାରେ ସେୟାର ବି କରୁଛନ୍ତି।

 

 

ସମ୍ବନ୍ଧିତ ଖବର