ଟ୍ରେନରେ ଖୁବ୍‌ ଶୀଘ୍ର ମିଳିବ ବିମାନ ଭଳି ସ୍ୱାଦିଷ୍ଟ ଖାଦ୍ୟ; ଜାଣନ୍ତୁ କେମିତି

ନୂଆଦିଲ୍ଲୀ : ଭାରତୀୟ ରେଳରେ ପ୍ରତିଦିନ ୧୨ ଲକ୍ଷ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରାଯାଉଥିଲେ ମଧ୍ୟ ସବୁବେଳେ ଏହାର ସ୍ୱାଦ ଏବଂ ପ୍ରସ୍ତୁତିକୁ ନେଇ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିଥାଏ । ଗତବର୍ଷ ହୋଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା କି ରେଳରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ଅନେକ ସମୟରେ ମନୁଷ୍ୟ ଖାଇବା ଯୋଗ୍ୟ ନୁହଁ । ଖାଇବାର ତାଲିକାରେ ୬-୭ ପ୍ରକାରର ଜିନିଷ ରହିଥିଲେ ମଧ୍ୟ ତାହା ସ୍ୱାଦହୀନ ହେବା ସହ ସ୍ୱାସ୍ଥ୍ୟକର ହୋଇ ନ ଥାଏ । ଏଣୁ ବର୍ତ୍ତମାନ ଭାରତୀୟ ରେଳ ଏହାର ଖାଦ୍ୟ ବ୍ୟବସ୍ଥାରେ ସୁଧାର ଆଣୁଛି । ଟ୍ରେନର ରୋଷେଇ ଘରକୁ ପରିବର୍ତ୍ତନ କରାଯିବା ସହ କ୍ୟାମେରା ଏବଂ ଖାଦ୍ୟକୁ ପୁଷ୍ଟିକର କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ତନଖି ବ୍ୟବସ୍ଥା ଲାଗୁ ହେବ।

Condé Nast Traveler

ପିଟିଆଇ ରିପୋର୍ଟ ଅନୁଯାୟୀ , ରେଳର ଖାଇବା ତାଲିକାକୁ ବିମାନର ଖାଇବା ତାଲିକା ସଦୃଶ କରାଯିବ। ଏହା ସହ କମ୍ବୋମିଲ୍‌ ରେ ଅଧିକା ନୁହଁ ବରଂ ୨-୩ଟି ଜିନିଷ ସାମିଲ କରାଯିବ । ଏହାର ଖାଦ୍ୟ ତାଲିକାକୁ ବିମାନର ଖାଦ୍ୟ ତାଲିକା ସଦୃଶ ପ୍ରସ୍ତୁତ କରାଯିବ । ଏହା ସହ ଖାଦ୍ୟକୁ ସ୍ୱାସ୍ଥ୍ୟକର କରାଯିବା ସହ ସ୍ୱାଦ ପ୍ରତି ବିଶେଷ ଧ୍ୟାନ ରଖାଯିବ। ଆଇଆରସିଟିସିକୁ ବର୍ତ୍ତମାନ ୬୮ଟି ନୂତନ-ସୁବିଧା ବିଶିଷ୍ଟ ଟ୍ରେନରେ ଏହି ବ୍ୟବସ୍ଥା ପାଇଁ କୁହାଯାଇଥିବା ବେଳେ ପ୍ରଥମ ସ୍ତରରେ ରାଜଧାନୀ , ଶତାବ୍ଦୀ ଏବଂ ଦୂରନ୍ତୋ ଆଦି ଟ୍ରେନରେ ଏହାକୁ ଆରମ୍ଭ କରିବାର ସୂଚନା ରହିଛି। ପ୍ରତିଟି ରୋଷେଇ ଘରର ପ୍ରସ୍ତୁତି ପାଇଁ ୧ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ସ୍ୱତନ୍ତ୍ର ରୋଷେଇ ଘରେ ଆମିଷ ଏବଂ ନିରାମିଷ ପାଇଁ ଭିନ୍ନ ଭିନ୍ନ ଚୁଲା ଏବଂ ପାତ୍ରର ବ୍ୟବହାର କରାଯିବ । ନୂତନ ଧରଣର ରୋଷେଇ ଘରେ ଏକାଥରକରେ ୨୦,୦୦୦ -୨୫,୦୦୦ ମିଲ୍‌ ପ୍ରସ୍ତୁତ କରାଯାଇପାରିବ ।

ସମ୍ବନ୍ଧିତ ଖବର