ଆମେ ଗ୍ରହଣ କରୁଥିବା ବାୟୁର ଗୁଣବତ୍ତା ଦିନକୁ ଦିନ କମି କମି ଆସୁଥିବା ବେଳେ ବୃକ୍ଷରୋପଣ ହିଁ ଏହାର ସରଳ ସମାଧାନ କରିପାରିବ। ଜଳବାୟୁ ପରିବର୍ତ୍ତନ ବିରୋଧରେ ଲଢ଼ିବା ନିମନ୍ତେ ମଧ୍ୟ ଏହା ଅପରିହାର୍ଯ୍ୟ। ତେବେ କେଉଁ ଗଛ ଲଗାଇବା ଉଚିତ ସେ ନେଇ ଅନେକଙ୍କ ମନରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥାଏ। ଏହି ଦ୍ବନ୍ଦ୍ବ ଦୂର କରିବା ଲାଗି ଅଧିକ ପରିମାଣର ଅମ୍ଳଜାନ ଦେଉଥିବା କିଛି ଭାରତୀୟ ବୃକ୍ଷ ବାବଦରେ ଜାଣିବା।
l ଫଳର ସ୍ବତନ୍ତ୍ର ସ୍ବାଦ ପାଇଁ ସର୍ବତ୍ର ପରିଚିତ ତଥା ବହୁଳ ଭାବରେ ଉପଲବ୍ଧ ଆମ୍ବ ଗଛ ଅମ୍ଳଜାନ ସୃଷ୍ଟି କରିବାରେ ଅଗ୍ରଣୀ। ଏହାର ଝଙ୍କାଳିଆ ଶାଖାପ୍ରଶାଖା ଏଥିପାଇଁ ଦାୟୀ।
l ଅଶ୍ବତ୍ଥ ହେଉଛି ଅନ୍ୟତମ ପ୍ରଭୂତ ଅମ୍ଳଜାନ ସୃଷ୍ଟିକାରୀ ବୃକ୍ଷ। ଗଛଗୁଡ଼ିକ ସାଧାରଣତଃ ଦିନବେଳେ ସୂର୍ଯ୍ୟାଲୋକ ଉପସ୍ଥିତିରେ ଆଲୋକ ସଂଶ୍ଳେଷଣ ପ୍ରକ୍ରିୟାରେ ଅଙ୍ଗାରକାମ୍ଳ ଗ୍ରହଣ କରି ଅମ୍ଳଜାନ ଛାଡୁଥିବା ବେଳେ ଅଶ୍ବତ୍ଥ ଗଛ ରାତିରେ ମଧ୍ୟ କିଛି ପରିମାଣର ଅମ୍ଳଜାନ ଛାଡ଼ିଥାଏ। ନିଜର ଓହଳ ଲମ୍ବାଇ ବିସ୍ତାରିତ ହୋଇଥିବା ବଟବୃକ୍ଷ ମଧ୍ୟ ଉଚ୍ଚକୋଟୀର ଅମ୍ଳଜାନ ନିର୍ଗମନ କରିଥାଏ।
l ବଣୁଆ ଅର୍ଜୁନ ଗଛ ହେଉଛି ଅମ୍ଳଜାନର ଅନ୍ୟତମ ଉତ୍ସ। ମାତ୍ରାଧିକ ଶାଖାପ୍ରଶାଖା ମେଲାଇ ରହିଥିବା ଏହି ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସମେତ ଅନ୍ୟାନ୍ୟ ପ୍ରଦୂଷଣ କଣିକାଗୁଡ଼ିକୁ ମଧ୍ୟ ହଜମ କରିଦେଇଥାଏ।
l ସୁନ୍ଦର ସବୁଜ ପତ୍ର ପାଇଁ ଆକର୍ଷକ ଦିଶୁଥିବା ଅଶୋକ ବୃକ୍ଷ ମଧ୍ୟ ପ୍ରଭୂତ ଅମ୍ଳଜାନ ସୃଷ୍ଟିକାରୀ ତାଲିକାରେ ଅନ୍ତର୍ଭୁକ୍ତ।
l ବେଲଗଛ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସମେତ ସମସ୍ତ ପ୍ରକାର ବିଷାକ୍ତ ବାଷ୍ପକୁ ଶୋଷିନେଇ ଉଲ୍ଲେଖନୀୟ ପରିମାଣର ଅମ୍ଳଜାନ ଛାଡ଼ିଥାଏ।
l ପବିତ୍ର ବୃକ୍ଷ ଭାବେ ବିବେଚିତ ନିମ ଗଛ ବହୁ ପରିମାଣର ଅମ୍ଳଜାନ ସୃଷ୍ଟି କରେ। ବିଶେଷ କରି ଏହା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ସାଙ୍ଗକୁ ସଲ୍ଫର୍ ଡାଇଅକ୍ସାଇଡ୍ ପରି ପ୍ରଦୂଷକକୁ ମଧ୍ୟ ଶୋଷି ନେଇଥାଏ।
l ଅତ୍ୟନ୍ତ ମରୁଡ଼ି ସ୍ଥିତି ଓ ଦୁର୍ବଳ ମୃତ୍ତିକା ପ୍ରତି ସହନଶୀଳ ଶାଗୁଆନ ଗଛର ଅମ୍ଳଜାନ ଉତ୍ପାଦନକାରୀ ଅବଦାନ ଉଲ୍ଲେଖନୀୟ।
l ପ୍ରାକୃତିକ ବାୟୁ ବିଶୋଧନକାରୀ ଭାବେ ବିବେଚିତ ବାଉଁଶ ଗଛର ଭୂମିକା ମଧ୍ୟ କିଛି କମ୍ ନୁହେଁ। ବାଉଁଶବଣ ଏକର ପିଛା ବର୍ଷକୁ ୮୦ ଟନ୍ ଅଙ୍ଗାରକାମ୍ଳ ଶୋଷିନେଇ ୭୦ ଟନ୍ ଅମ୍ଳଜାନ ଛାଡ଼ିଥାଏ।
ବିପୁଳ ଅମ୍ଳଜାନ ଦେଉଥିବା ଭାରତୀୟ ବୃକ୍ଷ
/sambad/media/post_attachments/wp-content/uploads/2024/07/dagdaagddag.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)