୧୧ ମାସର ଶିଶୁ ରାତାରାତି ହୋଇଗଲା କୋଟିପତି

 

ଦୁବାଇ: ଏଇ ଶୀର୍ଷକ ପଢ଼ି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ! ଏବଂ ମନରେ ଅନେକ ପ୍ରଶ୍ନ ଆସୁଥିବ କି କିପରି ମାତ୍ର ୧୧ମାସର ଶିଶୁ ରାତାରାତି କୋଟିପତି ହୋଇ ପାରିଲା? ବାସ୍ତବରେ ଘଟଣାଟି ଏହିପରି…

ଆଜ୍ଞା ହିଁ, କେରଳରେ ବସବାସ କରୁଥିବା ମହମ୍ମଦ ସାଲାହଙ୍କ ନାମରେ ଦୁବାଇରେ ସାତ କୋଟି ଟଙ୍କାର ଲଟେରି ଲାଗି ଯାଇଛି। ତେବେ ଆଶ୍ଚର୍ଯ୍ୟର କଥାଟି ହେଉଛି, ଫେବ୍ରୁଆରି ୧୩ରେ ମହମ୍ମଦ ସାଲାହଙ୍କୁ ବର୍ଷେ ପୂରିବ।

Image result for /indian-win-lottery-of-7-crore"
India Today

ଏହି ଘଟଣାକୁ ନେଇ ମହମ୍ମଦ ସାଲାହଙ୍କ ପିତା କହନ୍ତି, ‘ମୁଁ ମୋର ଲଟେରି ଟିକେଟ ମୋର ପୁଅ ନାମରେ କିଣିଥିଲି। ମୋର ଲଟେରି ଟିକଟ ନମ୍ବର ୧୩୧୯ ଥିବା ବେଳେ ୩୨୩ ସିରିଜର ରହିଥିଲା। ଏଭଳି ଲଟେରି କେବେ ମୋ ଭାଗ୍ୟରେ ଜୁଟିବ, ତାହା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି। ଯେତେବେଳେ ଏହି ଲଟେରି ଜିତିଥିବା ଶୁଣିଲି, କିଛି ସମୟ ପାଇଁ ନିଜକୁ ବିଶ୍ୱାସ କରି ପାରି ନଥିଲି । ଖୁସିରେ ଆଖିରୁ ଲୁହ ଝରି ପଡ଼ିଥିଲା । ମୋ ପୁଅ ନାମରେ ଲଟେରି କିଣି ଜିତିଥିବା ଏହି ୭କୋଟି ଟଙ୍କାକୁ ମୁଁ କ’ଣ କରିବି? କେଉଁ କାମରେ ଲଗାଇବି ତାହା ମୁଁ ଏଯାବତ ସ୍ଥିର କରି ନାହିଁ। ଏହି ବିଜୟର ପୂରାପୂରି ଶ୍ରେୟ ମୋର ପୁଅକୁ ଦେବି। ତାର ଆଗାମୀ ଜୀବନ ଉଜ୍ଜ୍ୱଳ ଓ ଶୁଭଙ୍କର ହେଉ । ଏହା ହିଁ ମୋର ପାର୍ଥନା ବୋଲି ସାଲାହଙ୍କ ପିତା କହିଛନ୍ତି।’

ସମ୍ବନ୍ଧିତ ଖବର