ଲୋକ ଉଡ଼ାଉଥିଲେ ମଜାକ୍‌, ହେଲେ ବି ନିଶ କାଟିଲେନି ମହିଳା

ନୂଆଦିଲ୍ଳୀ: କିଶୋର ଅବସ୍ଥାରେ ପୁଅମାନଙ୍କ ନିଶ-ଦାଢ଼ି ଉଠିବା ଏକ ସାଧାରଣ କଥା। ମାତ୍ର ଆପଣ କେବେ କେଉଁ ଝିଅର ନିଶ ଉଠିବାର ଦେଖିଛନ୍ତି? ଆଜ୍ଞା ହଁ, ଶରୀରରେ ହର୍‌ମୋହନ ପ୍ରଭାବରୁ କେବେ କେବେ ଝିଅମାନଙ୍କର ବି ନିଶ-ଦାଢ଼ି ଉଠିଥିବା ଦେଖିବାକୁ ମିଳିଥାଏ। ହର୍‌ମୋହନ ବିଗିଡ଼ିବା କାରଣରୁ ମୁହଁରେ ଯଦି ନିଶ-ଦାଢ଼ି ଉଠେ ତେବେ ଭାବିଲେ ଜଣେ ମହିଳାଙ୍କ ମୁହଁ କିପରି ଦିଶିବ? ସେପରି କିଛି ମହିଳା ଅଛନ୍ତି ଯେଉଁମାନଙ୍କର ନିଶ-ଦାଢ଼ି ଉଠିଥାଏ। ମାତ୍ର ସେମାନେ ତାହାକୁ କାଟିକି ସଫା କରି ଦେଇଥାନ୍ତି।

ମାତ୍ର ଆମ ଦେଶରେ ଏମିତି ଜଣେ ମହିଳା ଅଛନ୍ତି ଯିଏକି ନିଜ ନିଶକୁ ନକାଟି ଯେପରି ଅଛି ସେପରି ରହିବାକୁ ଦେଇଛନ୍ତି। ତାଙ୍କୁ ତାଙ୍କ ନିଶ ଖୁବ୍ ପସନ୍ଦ। ଅନେକ ଥର ଲୋକ ତାଙ୍କୁ ତାଙ୍କର ନିିଶ ପାଇଁ ଖୁବ୍ ଥଟ୍ଟା କରିଛନ୍ତି। ମାତ୍ର ତା ସତ୍ତ୍ବେ ବି ସେ ତାଙ୍କ ନିଶ ନକାଟି ସେପରି ରଖିଛନ୍ତି।

‌ନିଶ ରଖିଥିବା ଏହି ମହିଳାଙ୍କ ନାମ ସାୟଜା। ସେ କେରଳର କୁନ୍ନୁର ଜିଲ୍ଲାର। ୩୫ ବର୍ଷୀୟା ଏହି ମହିଳା ଜଣକ ଲୋକଙ୍କ ପରିହାସର ପାତ୍ରୀ ବନିବା ପରେ ବି ସେ ଶେଷରେ ନିଷ୍ପତ୍ତି ନେଲେ ଯେ ଇଶ୍ବର ତାଙ୍କୁ ଯାହା ଦେଇଛନ୍ତି ସେ ତାକୁ ନେଇ ଲଜ୍ଜା ଅନୁଭବ ନକରି ତାହା ସହ ନିଜର ପରିଚୟ ଗଢ଼ିବେ।

ସେ ଆଇବ୍ରୋ ଥ୍ରେଡିଂ କରିଥାନ୍ତି। ମାତ୍ର କେବେ ବି ତାଙ୍କ ନିଶ ଥ୍ରେଡିଂ କରିବାକୁ ଉଚିତ ମଣିନାହାନ୍ତି। ତାଙ୍କର ଗତ ୫ ବର୍ଷ ହେବ ‌ଏହି ନିଶ ଉଠିବା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର