ଜାଗତିକ ହେଲା ଭାରତୀୟ ଶବ୍ଦ: ଅନ୍ନା, ଆଚ୍ଛା! ସ୍ଥାନ ପାଇଲା ଅକ୍ସଫୋର୍ଡ ଡିକ୍‌ସ୍‌ନାରିରେ

ହାଇଦ୍ରାବାଦ: ବଡ଼ ଭାଇଙ୍କୁ ବୁଝାଉଥିବା ତାମିଲ ଓ ତେଲୁଗୁ ଭାଷାର ଶବ୍ଦ ‘ଅନ୍ନା’ ଶେଷରେ ଅକ୍ସ୍‍ଫୋର୍ଡ ଇଂଲିଶ୍‌ ଡିକ୍‌ସ୍‌ନାରିରେ ସ୍ଥାନ ପାଇଛି। ତେଲୁଗୁ, ଉର୍ଦ୍ଦୁ, ତାମିଲ, ହିନ୍ଦୀ ଏବଂ ଗୁଜୁରାଟୀରୁ ସମୁଦାୟ ୭୦ଟି ନୂତନ ଭାରତୀୟ ଶବ୍ଦ ମାସେ ତଳେ ପ୍ରକାଶିତ ଡିକ୍‌ସ୍‌ନାରିର ସଦ୍ୟତମ ସଂସ୍କରଣରେ ସାମିଲ କରାଯାଇଛି।

ଏ ପର୍ଯ୍ୟନ୍ତ ‘ଅନ୍ନା’କୁ ଅଭିଧାନରେ ଏକ ବିଶେଷ ରୂପେ ରଖାଯାଇଥିଲା। ଭାରତ ଏବଂ ପାକିସ୍ତାନରେ ‘ଅନ୍ନା’ ଥିଲା ପୁରାତନ ମୁଦ୍ରାର ଏକକ। ତାହା ଏକ ଟଙ୍କାର ୧୬ ଭାଗରୁ ଭାଗେ ବୋଲି ହିସାବ କରା ଯାଉଥିଲା। ଏବେ ଦ୍ୱିତୀୟ ‘ଅନ୍ନା’ର ଅର୍ଥ ଅନ୍ୟ ଏକ ବିଶେଷ। ତେଲୁଗୁ ଏବଂ ତାମିଲ ଭାଷାରେ ‘ଅନ୍ନା’ର ଅର୍ଥ ବଡ଼ ଭାଇ। ସମ୍ମାନଜନକ ସଂଜ୍ଞା ଅଥବା ସମ୍ଭାଷଣରେ ‘ଅନ୍ନା’ ସର୍ବଦା ବ୍ୟବହାର କରାଯାଏ।

Image Courtesy of The Oxford Dictionary Blog

ବାପାଙ୍କୁ ବୁଝାଉ ଥିବା ଉର୍ଦ୍ଦୁ ଶବ୍ଦ ‘ଆବ୍ଦା’କୁ ମଧ୍ୟ ଅଭିଧାନରେ ସାମିଲ କରାଯାଇଛି। ଅକ୍ସ୍‍ଫୋର୍ଡ ଇଂଲିଶ୍‌ ଅଭିଧାନରେ ସାମିଲ ହୋଇ ଥିବା ଅନ୍ୟାନ୍ୟ ଭାରତୀୟ ଶବ୍ଦଗୁଡ଼ିକ ମଧ୍ୟରେ ଅଛି: ଆଚ୍ଛା, ବାପୁ, ବଡ଼ା ଦିନ, ବଚ୍ଚା, ସୂର୍ଯ୍ୟ ନମସ୍କାର। ସାମିଲ ହୋଇଥିବା ଅଧିକାଂଶ ଭାରତୀୟ ଶବ୍ଦ ସମ୍ପର୍କ, ସଂସ୍କୃତି ଏବଂ ଖାଦ୍ୟକୁ ବୁଝାଉଛି। ପୂର୍ବରୁ ଅକ୍ସ୍‍ଫୋର୍ଡ ଇଂଲିଶ୍‌ ଅଭିଧାନରେ ଥିବା ଆଚ୍ଛା ଅର୍ଥାତ୍‌ ଭଲ ବ୍ୟତିରେକେ, ଏଥର ସାମିଲ ହୋଇଥିବା ‘ଆଚ୍ଛା!’ ଶବ୍ଦଟି ଆଶ୍ଚର୍ଯ୍ୟ, ସନ୍ଦେହ ଏବଂ ଆନନ୍ଦ ଆଦି ବିସ୍ମୟ ଭାବ ପ୍ରକାଶ କରିବା ନିମନ୍ତେ ଉଦ୍ଦିଷ୍ଟ।

ଅକ୍ସ୍‍ଫୋର୍ଡ ଇଂଲିଶ୍‌ ଅଭିଧାନର ଶବ୍ଦ ସମ୍ପାଦିକା ଡାନିକା ସାଲାଜର୍‌ଙ୍କ ଦ୍ୱାରା ଲିଖିତ ରିଲିଜ୍‌ ନୋଟ୍‌ ଅନୁସାରେ, ଭାରତୀୟ ଇଂରାଜୀରୁ ସୃଷ୍ଟ ୭୦ଟି ଶବ୍ଦ ଅକ୍ସଫୋର୍ଡ ଇଂଲିଶ୍‌ ଡିକ୍ସନାରିର ଏହି ସଦ୍ୟତମ ସଂସ୍କରଣରେ ଯୋଗ କରାଗଲା। ପୂର୍ବରୁ ପାଖାପାଖି ୯୦୦ ଭଳି ଶବ୍ଦ ଅକ୍ସ୍‍ଫୋର୍ଡ ଇଂଲିଶ୍‌ ଅଭିଧାନରେ ମହଜୁଦ ରହିଛି।
ସେ ଲେଖିଛନ୍ତି: ଭାରତୀୟ କଥୋପକଥନରେ ଆତ୍ମୀୟସ୍ୱଜନଙ୍କୁ ସମ୍ବୋଧନର କରିବା ନିମନ୍ତେ ବହୁ ଉତ୍ତମ ଏବଂ ଜଟିଳ ବୈଶିଷ୍ଟ୍ୟ ରହିଛି। ବୟସ, ଲିଙ୍ଗ, ଆଭିଯାତ୍ୟ ଏବଂ ପରିବାର ସମ୍ପର୍କ ଅନୁସାରେ ବ୍ୟକ୍ତି ବିଶେଷଙ୍କୁ ସମ୍ବୋଧନ କରିବାର ନିମେନ୍ତ ନିର୍ଦ୍ଦିଷ୍ଟ ଉଚ୍ଚମାନର ଶବ୍ଦ ରହିଛି। ସେ ଭଳି ଶବ୍ଦଗୁଡ଼ିକର ସମଶବ୍ଦ ଇଂରାଜୀରେ ନାହିଁ। ଏହି ଆଭିଧାନିକ ଶୂନ୍ୟତା ପୂରଣ କରିବା ନିମନ୍ତେ ଭାରତୀୟ ଭାଷାରୁ ସମ୍ପୃକ୍ତ ଶବ୍ଦଗୁଡ଼ିକୁ ଉଧାର ଅଣାଯାଇଛି କିଂବା ପ୍ରଚଳିତ ଇଂରାଜୀ ଶବ୍ଦଗୁଡ଼ିକୁ ପରିବର୍ତ୍ତନ କରାଯାଇଛି।

Image Courtesy of The Better India

ଯଥାକ୍ରମେ ମାର୍ଚ, ଜୁନ୍‌, ସେପ୍ଟେମ୍ବର ଓ ଡିସେମ୍ବରରେ ବର୍ଷକୁ ଚାରି ଥର ଅକ୍ସଫୋର୍ଡ ଇଂଲିଶ୍‌ ଡିକ୍‌ସ୍‌ନାରି ସଦ୍ୟତମ ସଂସ୍କରଣ ପ୍ରକାଶ କରେ। ୨୦୧୭ ସେପ୍ଟେମ୍ବର ଅପ୍‌ଡେଟ୍‌ରେ ଏଥିରେ ୧୦୦୦ ନୂତନ ଶବ୍ଦ, ଅନୁଭବ, ଏବଂ ସବ୍‌ଏନ୍‌ଣ୍ଟ୍ରି ଆଦି ସାମିଲ କରାଯାଇଛି।

ଅଭିଧାନ ସଂଯୋଜନା କରିବା ନିମନ୍ତେ କିପରି ‘କର୍ପସ୍‌’ ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଉଛି ତାହାକୁ ଅକ୍ସ୍‍ଫୋର୍ଡ ୟୁନିଭର୍ସିଟି ପ୍ରେସ୍‌ ସର୍ବସାଧାରଣରେ ପ୍ରକାଶ କରିଛି। ଏହି ଶବ୍ଦାବଳୀ ସଂଗ୍ରହ କରିବା ନିମନ୍ତେ କ୍ରୀଡ଼ା ଠାରୁ ଆରମ୍ଭ କରି ବିପଣନ, ରାଜନୀତି ଏବଂ ସାମାଜିକ ଗଣମାଧ୍ୟ ଯାଏଁ ସେମାନେ ଜୀବନର ସବୁ ବର୍ଗର ଘଟଣାପ୍ରବାହ ଉପରେ ନିଘା ରଖୁଛନ୍ତି।

ସମ୍ବନ୍ଧିତ ଖବର