କ‌ରୋନା କାଳରେ ଗ୍ରାମୀଣ ଭାରତ ଲୋକଙ୍କ ପାଇଁ ସାହା ପାଲଟିଛି ସୁନାଗହଣା

ନୂଆଦିଲ୍ଲୀ: କରୋନା ମହାମାରୀ ସମାଜର ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ରୋଜଗାରର ମାଧ୍ୟମ ହରାଇ ବେକାର ହୋଇପଡ଼ିଥିବା ଏହି ପରିବାରଗୁଡ଼ିକର ଶେଷ ଭରସା ହେଉଛି ସୁନା । ନିଜ ପାଖରେ ଥିବା ସୁନାକୁ ବିକ୍ରି କରି ସେମାନେ ଗୁଜରାଣ ମେଂଟାଉଛନ୍ତି । ଗ୍ରାମୀଣ ଭାରତରେ ଏହି ସମସ୍ୟା ଅତ୍ୟନ୍ତ ଜଟିଳ।

ବ୍ୟାଙ୍କ ନଥିବା ଅଂଚଳରେ ଲୋକମାନଙ୍କ ଲାଗି ଟଙ୍କା ଯୋଗାଡ଼ କରିବାର ଏକମାତ୍ର ମାଧ୍ୟମ ହେଉଛି ସୁନା । ଅନ୍ୟଥା ସେମାନଙ୍କୁ ମହାଜନଙ୍କଠାରୁ ମୋଟା ଅଙ୍କର ସୁଧ ଦେଇ କରଜ ଆଣିବାକୁ ପଡ଼ିବ । ସେଭଳି ସମସ୍ୟାରେ ନପଡ଼ି ସୁନା ବିକିବାକୁ ଲୋକ ଅଧିକ ଉଚିତ ମଣୁଛନ୍ତି । ସ୍ଥାନୀୟ ଲୋକମାନେ ସୁନା ବିକ୍ରି କରୁଥିବାରୁ ସ୍କ୍ରାପ ସୁନା ଯୋଗାଣରେ ବୃଦ୍ଧି ଘଟିଛି । ପୁରୁଣା ସୁନା କିଣୁଥିବା ଦୋକାନୀମାନେ ଏହାକୁ ତରଳାଇ ସୁନା ଗହଣା ତିଆରି କରିବା ଲାଗି ଯୋଗାଇ ଦେଉଛନ୍ତି । ଏଥର ସ୍କ୍ରାପ ସୁନା ଯୋଗାଣ ୨୧୫ ଟନରୁ ଅଧିକ ହେବ ବୋଲି ଆକଳନ କରାଯାଇଛି ।

ସମ୍ବନ୍ଧିତ ଖବର