ଆମେରିକାରେ କର୍ମଚାରୀମାନେ ସବୁଠାରୁ ଅଧିକ ଓଭରଟାଇମ୍ କରିବାକୁ ପସନ୍ଦ କରନ୍ତି, ଜାଣନ୍ତୁ ଭାରତର କେତେ ପ୍ରତିଶତ କର୍ମଚାରୀ ଓଭରଟାଇମ୍ କରିବାକୁ ଚାହାଁନ୍ତି
ଇଣ୍ଟରନେସନାଲ ଓ୍ଵାର୍କଫୋର୍ସ ମ୍ୟାନେଜମେଣ୍ଟ୍ କମ୍ପାନି କ୍ରୋନୋସ୍ ଇନ୍କୋର ପୋରେଟେଡ୍ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ସେହି ସର୍ଭେରୁ ଜଣାଯାଇଛି କି ସାରା ବିଶ୍ୱରେ ଭାରତର ଲୋକମାନେ ସବୁଠାରୁ ଅଧିକ ପରିଶ୍ରମୀ। ଏହି ସର୍ଭେରେ ୬୯ ପ୍ରତିଶତ କର୍ମଚାରୀ କହିଛନ୍ତି ଯେ ସପ୍ତାହରେ ୫ ଦିନ କାମ କରିବାକୁ ଚାହାଁନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତ ପରେ ଦ୍ୱିତୀୟ ସ୍ଥାନରେ ରହିଛି ମେକସିକୋ, ଯେଉଁଠାରେ ୪୩ ପ୍ରତିଶତ କର୍ମଚାରୀ ଫୁଲ୍ଟାଇମ୍ (ସପ୍ତାହରେ ୫ ଦିନ) କାମ କରିବାକୁ ଚାହାଁନ୍ତି। ତୃତୀୟ ସ୍ଥାନରେ ରହିଛି ଆମେରିକା। ଏଠାରେ ସପ୍ତାହରେ ୫ ଦିନ କାମ କରିବାକୁ ରାଜି କେବଳ ୨୭ ପ୍ରତିଶତ କର୍ମଚାରୀ। ଅଷ୍ଟ୍ରେଲିଆରେ ୧୯ ପ୍ରତିଶତ ଓ ଫ୍ରାନ୍ସରେ ୧୭ ପ୍ରତିଶତ ସପ୍ତାହରେ ୫ ଦିନ କାମ କରି ସନ୍ତୁଷ୍ଟ ବୋଲି ଜଣାଯାଇଛି।
ଯଦି ଦରମାରେ ବିଶେଷ ପରିବର୍ତ୍ତନ ନ ଘଟେ, ତେବେ ସପ୍ତାହରେ ୪ ଦିନ କାମ କରିବାକୁ ପସନ୍ଦ କରୁଛନ୍ତି ବିଶ୍ୱର ମାତ୍ର ୩୪ ପ୍ରତିଶତ କର୍ମଚାରୀ। ଅପରପକ୍ଷରେ ମାତ୍ର ୨୦ ପ୍ରତିଶତ କର୍ମଚାରୀ ସପ୍ତାହରେ ମାତ୍ର ୩ ଦିନ କାମ କରିବାକୁ ଚାହାଁନ୍ତି।
ଆମେରିକାରେ କର୍ମଚାରୀମାନେ ସବୁଠାରୁ ଅଧିକ ଓଭରଟାଇମ୍ କରିବାକୁ ପସନ୍ଦ କରନ୍ତି। ତା’ପଛକୁ ରହିଛି ଭାରତ। ଭାରତର ୪୪ ପ୍ରତିଶତ ଓଭରଟାଇମ୍ କରିବାକୁ ଚାହାଁନ୍ତି।