ଚଳିତବର୍ଷ ଭାରତରେ ଅସହ୍ୟ ଗ୍ରୀଷ୍ମ ଅନୁଭୂତ ହୋଇଛି। ଏଥିରେ ଅତିଷ୍ଠ ହୋଇ ୭୭ ପ୍ରତିଶତ ଭାରତୀୟ ଦୃଢ଼ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ବାରୋପ କରିଛନ୍ତି ବୋଲି ମିଳିତ ଜାତିସଂଘ ବିକାଶ ଯୋଜନା (ୟୁଏନ୍ଡିପି) ଓ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଏକ ମିଳିତ ସର୍ବେକ୍ଷଣରୁ ଜଣାପଡ଼ିଛି। ‘ପିପୁଲ୍ସ କ୍ଲାଇମେଟ୍ ଭୋଟ ୨୦୨୪’ ନାମକ ଏହି ସର୍ବେକ୍ଷଣରୁ ଆହୁରି ମଧ୍ୟ ସ୍ପଷ୍ଟ ହୋଇଛି ଯେ ଚଳିତବର୍ଷ ୩୩ ପ୍ରତିଶତ ଭାରତୀୟ ଚରମ ପାଣିପାଗର ପରିଣାମକୁ ଅଙ୍ଗେ ନିଭାଇଛନ୍ତି। ମୋଟ ୭୭ଟି ଦେଶର ୭୫,୦୦୦ ଜଣ ନାଗରିକ ସାମିଲ ହୋଇଥିବା ଏହି ସର୍ବେକ୍ଷଣର ଅନ୍ୟ ଏକ ନିର୍ଯାସ ହେଲା, ବାୟୁମଣ୍ଡଳ ଉତ୍ତପ୍ତକାରୀ ସବୁଜ ଗୃହ ବାଷ୍ପ ଅଧିକ ନିର୍ଗମନ କରୁଥିବା ଦେଶର ଅଧିବାସୀମାନେ ଅଧିକ ଦୃଢ଼ ଜଳବାୟୁ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରୁଛନ୍ତି।
‘ପିପୁଲ୍ସ କ୍ଲାଇମେଟ୍ ଭୋଟ ୨୦୨୪’ ନାମକ ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି ଯେ ଚଳିତବର୍ଷ ୩୩% ଭାରତୀୟ ଚରମ ପାଣିପାଗର ପରିଣାମକୁ ଅଙ୍ଗେ ନିଭାଇଛନ୍ତି
ଆମେରିକା ଓ ରୁଷିଆର ୬୬ ପ୍ରତିଶତ, ଚୀନର ୭୩ ପ୍ରତିଶତ, ଦକ୍ଷିଣ ଆଫ୍ରିକା ଓ ଭାରତର ୭୭ ପ୍ରତିଶତ, ବ୍ରାଜିଲର ୮୫ ପ୍ରତିଶତ, ଜର୍ମାନୀର ୬୭ ପ୍ରତିଶତ, ଇରାନର ୮୮ ପ୍ରତିଶତ ଓ ଇଟାଲିର ୯୩ ପ୍ରତିଶତ ଲୋକ ଦୃଢ଼ ଜଳବାୟୁ କାର୍ଯ୍ୟାନୁଷ୍ଠାନକୁ ସମର୍ଥନ କରିଛନ୍ତି। ସେହିପରି ବିଶ୍ବସ୍ତରରେ ୭୨ ପ୍ରତିଶତ ଲୋକ ଖଣିଜତୈଳ ବ୍ୟବହାରରେ ଦ୍ରୁତ ହ୍ରାସ ଘଟାଇବା ଉପରେ ଗୁରୁତ୍ବାରୋପ କରିଛନ୍ତି। ଏଥି ସହିତ ୬୯ ପ୍ରତିଶତ ଲୋକ, ବିଶେଷ କରି ଅନୁନ୍ନତ ଦେଶବାସୀଙ୍କର ପ୍ରମୁଖ ଜୀବନ ନିଷ୍ପତ୍ତି ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପଡ଼ିଥିବା ଏହି ଅନୁଧ୍ୟାନରୁ ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/fhsfhfhfhfh.jpg)