ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତର କୃଷି ରପ୍ତାନିରେ ଅଭୂତପୂର୍ବ ବୃଦ୍ଧି ଦେଖିବାକୁ ମିଳିଛି। ଦେଶର ଅନେକ କୃଷି ଉତ୍ପାଦ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ବଜାରରେ ପହଞ୍ଚିଛି। ଏହି ଐତିହାସିକ ବିସ୍ତାର କେବଳ ବାଣିଜ୍ୟ ସହ ଜଡ଼ିତ ନୁହେଁ, ବରଂ ଏହା ଚାଷୀଙ୍କୁ ସଶକ୍ତ କରିବା, ଗ୍ରାମୀଣ ରୋଜଗାର ବଢ଼ାଇବା ଓ ବିଶ୍ୱ ମାନଚିତ୍ରରେ ଭାରତର ସମୃଦ୍ଧ କୃଷି ଐତିହ୍ୟକୁ ପ୍ରତିଷ୍ଠିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆକର୍ଷକ ଫଳଠାରୁ ଆରମ୍ଭ କରି ପାରମ୍ପରିକ ଖାଦ୍ୟସାମଗ୍ରୀ ପର୍ଯ୍ୟନ୍ତ, ମୋଦୀ ସରକାରଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ କିଭଳି ଭାରତୀୟ ଚାଷୀଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି ତାହା ସର୍ବପ୍ରଥମ ପଣ୍ୟ ସାମଗ୍ରୀ ଭାରତରେ ପହଞ୍ଚିବା ପରେ ସ୍ପଷ୍ଟ ହୋଇଛି।
ମୋଦୀ ସରକାରଙ୍କ ଅମଳରେ କେତେକ ଭାରତୀୟ କୃଷିଜାତ ଉତ୍ପାଦ ପ୍ରଥମ ଥର ପାଇଁ ବିଦେଶ ମାଟିରେ ପହଞ୍ଚିଛି। ଭାରତର କୃଷି ରପ୍ତାନି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଭାବେ ଭାରତ ସଫଳତାର ସହ ପ୍ରଥମ ଥର ପାଇଁ ସମୁଦ୍ର ପଥରେ ଅଷ୍ଟ୍ରେଲିଆକୁ ପ୍ରିମିଅମ୍ ସାଙ୍ଗୋଲା ଓ ଭଗୱା ଡାଳିମ୍ବ ପଠାଇଛି। ଏହି ସଫଳତା ଅଷ୍ଟ୍ରେଲିଆ ବଜାରରେ ଭାରତୀୟ ତାଜାଫଳର ପ୍ରବେଶକୁ ବୃଦ୍ଧି କରିଛି, ଯାହା ଅଧିକ ଭାରତୀୟ ଉତ୍ପାଦ ବିଶ୍ୱ ଯୋଗାଣ ଶୃଙ୍ଖଳାରେ ପ୍ରବେଶ କରିବା ପାଇଁ ପଥ ପରିଷ୍କାର କରିଛି।
ଭାରତର ଅଭିନବ ଜିଆଇ-ଟ୍ୟାଗ୍ ହୋଇଥିବା ପୁରନ୍ଦର ଫିଗ୍ ବା ଡିମିରି ଏବେ ୟୁରୋପରେ ସ୍ୱତନ୍ତ୍ର ଚାହିଦା ସୃଷ୍ଟି କରିଛି। ୨୦୨୪ରେ ମୋଦୀ ସରକାର ପୁରନ୍ଦର ଡିମିରିରୁ ପ୍ରସ୍ତୁତ ଭାରତର ପ୍ରଥମ ପାନୀୟ ଡିମିରି ରସ ପୋଲାଣ୍ଡ୍କୁ ରପ୍ତାନି କରିବାକୁ ସୁବିଧା କରିଥିଲେ। ପୂର୍ବରୁ ୨୦୨୨ରେ ଜର୍ମାନୀକୁ ମଧ୍ୟ ଏହି ରପ୍ତାନି କରାଯାଇଥିଲା। ପୁରନ୍ଦର ଡିମିରି ନିଜର ଅନନ୍ୟ ସ୍ୱାଦ ଓ ଆକାର ପାଇଁ ଜଣାଶୁଣା। ଏହି କାର୍ଯ୍ୟକ୍ରମ ବିଶ୍ୱ ସ୍ତରରେ ଭାରତର ଅନନ୍ୟ କୃଷି ଉତ୍ପାଦକୁ ପ୍ରୋତ୍ସାହିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତାକୁ ଦର୍ଶାଇଥାଏ। ଫଳ ରପ୍ତାନିରେ ବିବିଧତା ଆଣିବା ଲାଗି ଭାରତର ପ୍ରୟାସର ଅଂଶବିଶେଷ ସ୍ୱରୂପ ‘କମଲମ୍’ ନାମରେ ସ୍ୱଦେଶରେ ପରିଚିତ ଫାଇବର ଓ ଖଣିଜ ସମୃଦ୍ଧ ଡ୍ରାଗନ୍ ଫଳ ୨୦୨୧ରେ ଲଣ୍ଡନ୍ ଓ ବାହାରିନ୍କୁ ରପ୍ତାନି କରାଯାଇଥିଲା। ଲଣ୍ଡନ୍କୁ ରପ୍ତାନି କରାଯାଉଥିବା ଫଳ ଗୁଜରାଟର କଚ୍ଛ ଅଞ୍ଚଳର କୃଷକମାନଙ୍କ ଠାରୁ ଅଣାଯାଇଥିବା ବେଳେ ବାହାରିନ୍କୁ ପଠାଯାଇଥିବା ଫଳ ପଶ୍ଚିମ ମେଦିନାପୁର (ପଶ୍ଚିମବଙ୍ଗ)ର କୃଷକମାନଙ୍କ ଠାରୁ ଅଣାଯାଇଥିଲା। ୨୦୨୩ରେ, ଆମେରିକା ବଜାରରେ ନିଜର ଉପସ୍ଥିତି ବୃଦ୍ଧି କରିବା ଦିଗରେ ଭାରତ ଏକ ବଡ଼ ପଦକ୍ଷେପ ନେଇଥିଲା, ଯେଉଁଥିରେ ପ୍ରଥମ ଥର ପାଇଁ ପରୀକ୍ଷାମୂଳକ ଭାବେ ଯୁକ୍ତରାଷ୍ଟ୍ର ଆମେରିକାକୁ ବିମାନ ଯୋଗେ ତାଜା ଡାଳିମ୍ବ ରପ୍ତାନି କରାଯାଇଥିଲା। ମହାରାଷ୍ଟ୍ରରୁ ଭଗୱା ଡାଳିମ୍ବର ଯଥେଷ୍ଟ ରପ୍ତାନି ସମ୍ଭାବନା ରହିଛି ଏବଂ ଦେଶରୁ ରପ୍ତାନି ହେଉଥିବା ଫଳର ପ୍ରାୟ ୫୦ ପ୍ରତିଶତ ଏହି ରାଜ୍ୟର ସୋଲାପୁର ଜିଲ୍ଲାରୁ ଆସିଥାଏ।
ଉତ୍ତର-ପୂର୍ବାଞ୍ଚଳ ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ଆସାମରେ ‘ଲେଟେକୁ’ ଭାବରେ ଜଣାଶୁଣା ବର୍ମା ଅଙ୍ଗୁରର ପ୍ରଥମ ସିପମେଣ୍ଟ ୨୦୨୧ରେ ଗୌହାଟୀରୁ ଦିଲ୍ଲୀ ଦେଇ ଦୁବାଇକୁ ପଠାଯାଇଥିଲା। ଏହି ରପ୍ତାନି ଆସାମର ଅଭିନବ କୃଷି ଉତ୍ପାଦକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇଛି, ଯାହା ଅନ୍ତର୍ଜାତୀୟ ବାଣିଜ୍ୟରେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକର ସାମର୍ଥ୍ୟକୁ ପ୍ରମାଣିତ କରୁଛି। ୨୦୨୧ରେ ଭାରତର ତାଜା ପଣସ ତ୍ରିପୁରାରୁ ଜର୍ମାନୀକୁ ଯାଇଥିଲା। ପ୍ରଥମ ଥର ପାଇଁ ତ୍ରିପୁରାରୁ ଜର୍ମାନୀକୁ ବିମାନ ମାର୍ଗରେ ତାଜା ପଣସ ରପ୍ତାନି କରାଯାଇଥିଲା। ଅଗରତାଲାରୁ ଏକ ମେଟ୍ରିକ୍ ଟନ୍ ତାଜା ପଣସ ପ୍ରଥମ ସିପମେଣ୍ଟକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଏହା ଭାରତର କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନି ମାନଚିତ୍ରରେ ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ପ୍ରତିଷ୍ଠିତ କରିବା ପାଇଁ ମୋଦୀ ସରକାରଙ୍କ ପ୍ରୟାସକୁ ପ୍ରତିଫଳିତ କରୁଛି।
୨୦୨୧ରେ, ଉତ୍ତର-ପୂର୍ବାଞ୍ଚଳରୁ ଜିଆଇ ଉତ୍ପାଦଗୁଡ଼ିକର ରପ୍ତାନିକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ, ନାଗାଲାଣ୍ଡ୍ରୁ ‘ରାଜା ମିର୍ଚା’ ବା କିଙ୍ଗ୍ ଚିଲିର୍ ଗୋଟିଏ ସିପମେଣ୍ଟ ପ୍ରଥମ ଥର ପାଇଁ ଗୌହାଟୀ ଦେଇ ଲଣ୍ଡନ୍କୁ ବିମାନରେ ରପ୍ତାନି କରାଯାଇଥିଲା। ଏହାର ପଚନଶୀଳ ପ୍ରକୃତି କାରଣରୁ ଏହି ଉତ୍ପାଦକୁ ରପ୍ତାନି କରିବା ଏକ ଚ୍ୟାଲେଞ୍ଜ ଥିଲା, କିନ୍ତୁ ଭାରତ ସଫଳତାର ସହ ବିମାନ ଯୋଗେ ଏହାର ପରିବହନକୁ ସୁଗମ କରିଥିଲା ଯାହା ସ୍ୱତନ୍ତ୍ର କୃଷି-ରପ୍ତାନି ପରିଚାଳନା କରିବାରେ ଭାରତର ସାମର୍ଥ୍ୟକୁ ଦର୍ଶାଇଥିଲା। ୨୦୨୧ରେ, ଭାରତର ଚାଉଳ ରପ୍ତାନି ସମ୍ଭାବନାକୁ ଏକ ପ୍ରମୁଖ ପ୍ରୋତ୍ସାହନ ଦେବା ପାଇଁ, ଲାଲ ଚାଉଳ ବା ‘ରେଡ୍ ରାଇସ୍’ର ପ୍ରଥମ ମାଲ୍କୁ ଆମେରିକାକୁ ପଠାଯାଇଥିଲା। କୌଣସି ରାସାୟନିକ ସାର ବ୍ୟବହାର ନକରି ଆସାମର ବ୍ରହ୍ମପୁତ୍ର ଉପତ୍ୟକାରେ ଲୌହସାରରେ ସମୃଦ୍ଧ ‘ଲାଲ ଚାଉଳ’ ଚାଷ କରାଯାଏ। ଚାଉଳର ଏହି କିସମକୁ ‘ବାଓ-ଧାନ’ କୁହାଯାଏ, ଯାହା ଆସାମ ଖାଦ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ। ୨୦୨୨ରେ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଥିବା କେରଳ ଏର୍ଣ୍ଣାକୁଲମ୍ ଅନ୍ତର୍ଗତ ୱଡ୍କୁଲମ୍ର ‘ୱଡ୍କୁଲମ୍ ସପୁରୀ’କୁ ନେଇ ପ୍ରଥମ କନ୍ସାଇନ୍ମେଣ୍ଟ ୟୁଏଇର ଦୁବାଇ ଓ ସାରଜାକୁ ପଠାଯାଇଥିଲା। ଏହି ସପୁରୀ ବିଦେଶକୁ ପଠାଯିବା ସହିତ ଚାଷୀମାନେ ଭଲ ରୋଜଗାର ପାଇପାରିବେ ଏବଂ ବିଶ୍ୱ ବଜାରରେ ସେମାନଙ୍କ ଉତ୍ପାଦ ଅଧିକ ପ୍ରଚାରପ୍ରସାର ହୋଇପାରିବ।
ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/22/FC5ColCdnMDXn8NMVvyy.jpg)