ଦେଶର ପ୍ରଥମ ଦୃଷ୍ଟିହୀନ ଆଇଏଏସ୍‌ ଅଧିକାରୀ ତିରୁବନନ୍ତପୁରମର ଉପ-ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ

ତିରୁବନନ୍ତପୁରମ୍‌: ଦେଶର ପ୍ରଥମ ଦୃଷ୍ଟିହୀନ ଆଇଏଏସ୍‌ ଅଧିକାରୀ ତଥା ଏର୍ଣ୍ଣାକୁଲମର ପୂର୍ବତନ ଆସିଷ୍ଟାଣ୍ଟ୍‌ କଲେକ୍ଟର ପ୍ରାଞ୍ଜଳ ପାଟିଲ୍‌ ସୋମବାର ତିରୁବନ୍ତପୁରମ୍‌ର ଉପ-ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ରର ଉଲ୍ଲାସନଗରର ବାସିନ୍ଦା ପ୍ରାଞ୍ଜଳ ୨୦୧୬ ମସିହାରେ ୟୁପିଏସ୍‌ସି ପରୀକ୍ଷାରେ ୭୭୩ ର‍୍ୟାଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇଥିଲେ। ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରାଞ୍ଜଳ ପ୍ରଥମ ଥରରେ ହିଁ ୟୁପିଏସ୍‌ସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୨୦୧୭ରେ ସେ ପୁଣି ଥରେ ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ ଓ ୧୨୪ ର‍୍ୟାଙ୍କ୍‌ରେ ରହିଲେ।

୨୦୧୬ ମସିହାରେ ୭୭୩ ର‍୍ୟାଙ୍କ୍‌ରେ ଆସିବା ପରେ ତାଙ୍କୁ ରେଳବାଇ ସେବାରେ ଚାକିରି ଆବଣ୍ଟନ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଟ୍ରେନିଂ ସମୟରେ ରେଳବାଇ ମନ୍ତ୍ରାଳୟ ତାଙ୍କୁ ଚାକିରି ଦେବାକୁ ମନା କରି ଦେଇଥିଲା। ୨୦୧୭ ମସିହାରେ ପୁଣି ଥରେ ପରୀକ୍ଷା ଦେଇ ୧୨୪ ର‍୍ୟାଙ୍କ୍‌ରେ ଆସିବା ପରେ ପ୍ରାଞ୍ଜଳ କେରଳର ଏର୍ଣ୍ଣାକୁଲମରେ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲେ। ପ୍ରାଞ୍ଜଳ ନିଜ ସଫଳତାର ଶ୍ରେୟ ମାତାପିତାଙ୍କ ସହ ନିଜ ସ୍ୱାମୀଙ୍କୁ ଦେଇଥିଲେ।

ସମ୍ବନ୍ଧିତ ଖବର