ଜାଣିଛନ୍ତି କି? ଭାରତରେ ରହିଛି ବିଶ୍ୱର ସବୁଠାରୁ ବଡ଼ ପଙ୍ଖା!

ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଭାରତରେ ରହିଛି ବିଶ୍ୱର ସବୁଠାରୁ ବଡ଼ ପଙ୍ଖା। ଏହି ପଙ୍ଖାରେ ରହିଛି ୬ଟି ପାତ। ଏହି ୬ ପାତିଆ ଯୁକ୍ତ ପଙ୍ଖାଟି ଏବେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ବର୍ତ୍ତମାନ ରାଜସ୍ଥାନର ଜୟପୁର ଜଙ୍କସନରେ ଥିବା ରେଳ ଷ୍ଟେସନରେ ରହିଛି।

ରାଜସ୍ଥାନର ରାଜଧାନୀ ପିଙ୍କ ସିଟି ଅର୍ଥାତ୍‌ ଜୟପୁର ନିଜ ଆଶ୍ଚର୍ଯ୍ୟଜନକ ଏବଂ ଅସାଧାରଣ ନିର୍ମାଣ ଶୈଳୀ ପାଇଁ ବହୁତ ଆଗରୁ ଦେଶ ଏବଂ ଦୁନିଆର ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ହଜାର ବର୍ଷ ପୂର୍ବରୁ ନିର୍ମାଣାଧୀନ ଗଡ ଆଜି ବି ନିଜର ଗୈାରବଶାଳୀ ଅତୀତକୁ ସଜାଇ ରଖିଛି। ଦେଶ ଓ ଦୁନିଆର ପର୍ଯ୍ୟଟକ ଏହାକୁ ଦେଖିବା ପାଇଁ ଟ୍ରେନରେ ଜୟପୁରକୁ ଆସନ୍ତି। ଯେବେ ଜୟପୁର ନିଜର ଅନନ୍ୟ ନିର୍ମାଣ ଶୈଳୀ ପାଇଁ ପ୍ରସିଦ୍ଧ, ତେବେ ରେଲୱେ ଷ୍ଟେସନ ବି ନିର୍ମାଣ କାର୍ଯ୍ୟ ପାଇଁ ଅଭିନବ ଥିବ।

ଜୟପୁର ଜଙ୍କସନ କେବଳ ସୁବିଧା ଏବଂ ବଡ ଷ୍ଟେସନ ହୋଇଥିବାରୁ ହିଁ ନୁହେଁ ବରଂ ନିଜର ଅଦ୍ଭୁତ ସୁବିଧା ପାଇଁ ବି ସମସ୍ତଙ୍କୁ ଚକିତ କରିଦିଏ। ଏହି ଷ୍ଟେସନ୍‌ର ୱେଟିଙ୍ଗ ରୁମ୍‌ କୌଣସି ରାଜ ପ୍ରାସାଦ ଠାରୁ କମ୍‌ ନୁହେଁ। ଏତେ ବଡ ହଲ୍‌ରେ ଲୋକଙ୍କୁ ଗରମରୁ ଆଶ୍ୱସ୍ତି ଦେବା ପାଇଁ ବଡ ଫ୍ୟାନ ବି ଜରୁରୀ ଥିଲା। ଏଥିପାଇଁ ଏକ ବଡ଼ ଫ୍ୟାନର ବ୍ୟବସ୍ଥା କରାଯାଇଛି। ୬ଟି ପାତିଆ ଯୁକ୍ତ ଏହି ଫ୍ୟାନ୍‌ର ବ୍ୟାସ ୨୪ ଫୁଟ୍‌। ଏହା ଭିନ୍ନ ଭିନ୍ନ ସ୍ପିଡରେ ଘୂରେ। ଏହି ଗୋଟାଏ ପଙ୍ଖା ହଲ୍‌ର ସମସ୍ତ କୋଣକୁ ପବନ ପହଞ୍ଚାଏ। ଏହି ଅଜୁବା ପଙ୍ଖା ବିଜୁଳି ଦ୍ୱାରା କାମ କରେ। ମଜା କଥା ଏହା ଯେ, ୱେଟିଙ୍ଗ ହଲ୍‌ରେ ବସିଥିବା ହଜାର ହଜାର ଯାତ୍ରୀଙ୍କୁ ଏହି ଗୋଟିଏ ପଙ୍ଖାରୁ ପବନ ମିଳେ। ଏହା ଶବ୍ଦ ବି ସୃଷ୍ଟି କରେନି।

ସମ୍ବନ୍ଧିତ ଖବର