ସିଆର୍‌ପିଏଫ୍‌ ପୁଲ୍‌ଓ୍ଵାମା ଆକ୍ରମଣ: ଭାରତର ଏହି ୭ଟି ପାରାମିଲିଟାରି ଫୋର୍ସ, ପାକିସ୍ତାନର ନକ୍‌ସା ଉଡ଼ାଇ ଦେଇ ପାରିବେ!

ଭାରତର ପାରାମିଲିଟାରି ଫୋର୍ସରେ ୧୦ ଲକ୍ଷରୁ ଅଧିକ ଯବାନ ଅଛନ୍ତି।

ଜମ୍ମୁ ଓ କଶ୍କୀରର ପୁଲ୍‌ଓ୍ଵାମାରେ ସିଆର୍‌ପିଏଫ୍‌ ଏରିୟାରେ ସବୁଠୁ ବଡ଼ ଆତଙ୍କୀ ଆକ୍ରମଣ ହୋଇଛି। ଏଥିରେ ୪୪ ଜଣ ଯବାନ ସହିଦ ହୋଇଛନ୍ତି, ଯାହା ଉରି ଆକ୍ରମଣରେ ସହିଦ ଯବାନଙ୍କ ସଂଖ୍ୟା ଠାରୁ ଅଧିକ। ସେଣ୍ଟ୍ରାଲ୍‌ ରିଜର୍ଭ୍‌ ପୋଲିସ୍‌ ଫୋର୍ସ୍‌ (ସିଆର୍‌ପିଏଫ୍‌) ପାରାମିଲିଟାରି ଫୋସ୍‌ର୍ରୁ ଆସିଥାଏ।

 

 

 

ବର୍ଡର୍‌ ସିକ୍ୟୁରିଟି ଫୋସ୍‌ର୍ (ବିଏସ୍‌ଏଫ୍‌)
୧୯୬୫ ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧ ପରେ ବିଏସ୍‌ଏଫ୍‌ ଅସ୍ତିତ୍ୱରେ ଆସିଲା। ଏହା ଦେଶର ସୀମାନ୍ତ ନିରାପତ୍ତା ପାଇଁ ଗଠନ କରାଯାଇଛି। ଅଢ଼େଇ ଲକ୍ଷରୁ ଅଧିକ ଯବାନ ଏଥିରେ ଅଛନ୍ତି। ଏମାନଙ୍କୁ ଭାରତକୁ ରକ୍ଷା କରୁଥିବା ପ୍ରଥମ ପ୍ରାଚୀର ମଧ୍ୟ କୁହାଯାଏ।

 

ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିୟାଲ୍‌ ସିକ୍ୟୁରିଟି ଫୋର୍ସ୍‌ (ସିଆଇଏସ୍‌ଏଫ୍‌)
ସିଆଇଏସ୍‌ଏଫ୍‌ର କାମ ହେଉଛି, ପବ୍ଲିକ୍‌ ସେକ୍ଟର୍‌ ଅନୁଷ୍ଠାନଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା। ବର୍ତ୍ତମାନ ଏହା ୩୦୦ରୁ ଅଧିକ ଇଣ୍ଡଷ୍ଟ୍ରିୟାଲ୍‌ ୟୁନିଟ୍‌କୁ ସୁରକ୍ଷା ପ୍ରଦାନ କରୁଛି।

 

ସେଣ୍ଟ୍ରାଲ୍‌ ରିଜର୍ଭ୍‌ ପୁଲିସ୍‌ ଫୋର୍ସ୍‌ (ସିଆର୍‌ପିଏଫ୍‌)
ସିଆର୍‌ପିଏଫ୍‌ ଅଭ୍ୟନ୍ତରିଣ ସୁରକ୍ଷାର କାର୍ଯ୍ୟ କରିଥାଏ। ଆଇନ୍‌ଶୃଙ୍ଖଳା ବଜାୟ ରଖିବା, ନକ୍ସଲ୍‌ ଦମନ ଅଭିଯାନ ଚଳାଇବା ଆଦି ସିଆର୍‌ପିଏଫ୍‌ ଦ୍ୱାରା କରାଯାଇଥାଏ। ବିଏସ୍‌ଏଫ୍‌ ପୂର୍ବରୁ ସିଆର୍‌ପିଏଫ୍‌ ହିଁ ଭାରତ-ପାକିସ୍ତାନ ସୀମାନ୍ତର ସୁରକ୍ଷା କରୁଥିଲା।

 

ଇଣ୍ଡୋ-ତିବ୍ଦତ ବର୍ଡର୍‌ ପୁଲିସ୍‌ (ଆଇଟିବିପି)
ଏହାକୁ ୧୯୬୨ ମସିହାରେ ଭାରତ-ଚୀନ୍‌ ଯୁଦ୍ଧ ସମୟରେ ଗଠିତ ହୋଇଥିଲା। ସିଆର୍‌ପିଏଫ୍‌ ଆକ୍ଟ୍‌ରୁ ହିଁ ଆଇଟିବିପି ଗଠନ କରାଯାଇଛି। ଉତ୍ତରାଞ୍ଚଳ ସୀମାନ୍ତର ସୁରକ୍ଷା କରିବା ଏହି ଫୋର୍ସ୍‌ର କାମ। ବେଆଇନ ପ୍ରବାସବାସ, ସୀମା ପାରି ଚୋରା ଚାଲାଣ ଆଦିକୁ ରୋକିବାର କାର୍ଯ୍ୟ ମଧ୍ୟ ଏହି ଫୋର୍ସ୍‌ କରିଥାଏ।

 

ନେସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ୍ସ (ଏନ୍‌ଏସ୍‌ଜି)
ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଏନ୍‌ଏସ୍‌ଜି ଗଠନ କରାଯାଇଥିଲା। ଏହି ଯବାନମାନେ ବ୍ଲାକ୍‌ କ୍ୟାଟ୍‌ ଭାବେ ଜଣାଶୁଣା।

 

ସଶସ୍ତ୍ର ସୀମା ବଳ (ଏସ୍‌ଏସ୍‌ବି)
ଏହା ୧୯୬୩ରେ ଗଠିଥ ହୋଇଥିଲା। ଏସ୍‌ଏସ୍‌ବି ଭାରତ-ନେପାଳ ଓ ଭାରତ-ଭୁଟାନ୍‌ ବର୍ଡର୍‌ର ସୁରକ୍ଷା କରିଥାଏ। ୨୦୧୪ ମସିହାରୁ ଏହି ସେନାରେ ମହିଳାଙ୍କୁ ମଧ୍ୟ ଭର୍ତ୍ତି କରାଯାଉଛି।

 

ଆସାମ ରାଇଫଲ୍ସ୍‌ (ଏଆର୍‌)
ଏଆର୍‌ ହେଉଛି ଭାରତର ସବୁଠୁ ପୁରୁଣା ପାରାମିଲିଟାରି ସେନା। ଏହା ବ୍ରିଟିସ୍‌ ସେନା ଅମଳରେ ପାରାମିଲିଟାରି ପୋଲିସ୍‌ ଫୋର୍ସ୍‌ ଭାବେ ୧୮୩୫ରେ ଗଠିତ ହୋଇଥିଲା, ଯାହାର ନାମ ଥିଲା କାଚାର୍‌ ଲେଭି।୧୮୮୩ ମସିହାରେ ଏହାର ନାମ ପରିବର୍ତ୍ତନ ହୋଇ ଆସାମର ମୁଖ୍ୟ ପୁଲିସ ବାହିନୀ ଭାବେ କରା ହେଲା ଓ ପରେ ୧୮୯୧ ମସିହାରେ ଆସାମ ମିଲିଟାରି ପୁଲିସ ଭାବେ ରହିଥିଲା। ୧୯୧୭ ମସିହାରେ ସ୍ୱତନ୍ତ୍ର ହୋଇ ଏହା ଆସାମ ରାଇଫଲ୍ସ୍‌ ଭାବେ ନାମିତ ହୋଇଛି।

 

ସମ୍ବନ୍ଧିତ ଖବର