ଭାରତର ସବୁଠାରୁ ଡେଙ୍ଗା ପରିବାର : ଉଚ୍ଚତା ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ପୃଥିବୀରେଏପରି ଅନେକକଥା ଅଛି ଯାହା ଶୁଣିବା ପରେ ସାଧାରଣତଃ ଆପଣ ବିଶ୍ୱାସ କରିପାରନ୍ତି ନାହିଁ । ପୁଣେର ସଟେ ପିମ୍ପରି ଅଞ୍ଚଳରେ ଏପରି ଏକ ପରିବାର ବସବାସ କରନ୍ତି,ଯାହାର ସଦସ୍ୟମାନେ ଭିନ୍ନ। ଏହି ପରିବାରର ସଦସ୍ୟ ସାଧାରଣ ଦେଖାଯାଉଥିଲେ ମଧ୍ୟ ସେମାନଙ୍କ ଉଚ୍ଚତା ଦେଖି ବୋଧ ହୁଏ ଅମିତାଭ ବଚ୍ଚନ ମଧ୍ୟ ଲାଜେଇ ଯିବେ। ଏହି ପରିବାରର ମୁଖ୍ୟ ଶରତ ଏବଂ ସଞ୍ଜୋତ ଦେଶର ସବୁଠାରୁ ଅଧିକ ଉଚ୍ଚତା ସଂପନ୍ନ ଦମ୍ପତି ଭାବେ ପରିଗଣିତ ହେଉଥିବା ବେଳେ ସେମାନଙ୍କ ସନ୍ତାନଙ୍କ ଉଚ୍ଚତା ମଧ୍ୟ ଆକାଶଛୁଆଁ ।

Interesting Facts

ପୁଣେର ଏହି ଦୀର୍ଘଦେହୀ ପରିବାରରେ ୪ ଜଣ ସଦସ୍ୟ ଅଛନ୍ତି । ୫୬ ବର୍ଷିୟ ଶରଦ କୁଲକର୍ଣ୍ଣିଙ୍କ ଉଚ୍ଚତା ୭ ଫୁଟ ୧ଇଞ୍ଚ ରହିଥିବା ବେଳେ ତାଙ୍କ ପତ୍ନୀ ସଞ୍ଜୋତଙ୍କ ଉଚ୍ଚତା ୬ ଫୁଟ ରହିଛି। ମାତା ପିତାଙ୍କର ଉଚ୍ଚତା ଏପରି ହୋଇଥିବା ବେଳେ ସନ୍ତାନମାନଙ୍କର ଉଚ୍ଚତା ବା କିପରି କମ୍‌ ହୁଅନ୍ତା? ଶରଦଙ୍କର ବଡ଼ ଝିଅର ବୟସ ୨୬ ବର୍ଷ ହୋଇଥିବା ବେଳେ ଉଚ୍ଚତା ୬ ଫୁଟ। ସେହିଭଳି ସାନ ଝିଅର ବୟସ ୨୦ ରହିଥିବା ବେଳେ ଉଚ୍ଚତା ରହିଛି ୬ ଫୁଟ ୪ ଇଞ୍ଚ। ଶରଦ ଏବଂ ସଞ୍ଜୋତଙ୍କ ନାମ ଦେଶର ଡେଙ୍ଗା ଦମ୍ପତି ଭାବେ ଲିମକା ବୁକ୍‌ ଅଫ୍‌ ରେକର୍ଡରେ ସ୍ଥାନ ପାଇଛି। ତେବେ ବର୍ତ୍ତମାନ ଶରଦଙ୍କ ପରିବାର ସବୁଠାରୁ ଅଧିକ ଉଚ୍ଚତା ବିଶିଷ୍ଟ ପରିବାର ଭାବେ ଗିନିଜ ବୁକ ଅଫ ରେକର୍ଡରେ ନିଜ ନାମ ଦର୍ଜ କରିବା ଲାଗି ଉଦ୍ୟମ ଚଳାଇଛନ୍ତି ।

ସମ୍ବନ୍ଧିତ ଖବର