ନୂଆଦିଲ୍ଲୀ: ପିଲାମାନେ କୌଣସି କ୍ଷେତ୍ରରେ ସଫଳତା ପାଇଲେ ସବୁଠାରୁ ବେଶୀ ଖୁସି ବାପା ଓ ମା’ ହୋଇଥାଆନ୍ତି। ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଭାଇରାଲ ଭିଡିଓରେ ଚେନ୍ନାଇରୁ କୋଏମ୍ବାଟୁର ଅଭିମୁଖେ ଏକ ଇଣ୍ଡିଗୋ ବିମାନ ଉଡ଼ିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ପାଇଲଟ ବିମାନରେ ବସିଥିବା ତାଙ୍କ ପରିବାର ଲୋକଙ୍କୁ ସ୍ୱାଗତ କରୁଥିବା ଦେଖିବାକୁ ମିଳୁଛି।
କ୍ୟାପଟେନ ପ୍ରଦୀପ କୃଷ୍ଣନ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ବିମାନରେ ଏକ ବିଶେଷ ଘୋଷଣା ସମୟରେ ତାଙ୍କ ମା କାନ୍ଦୁଥିବା ଦେଖିବାକୁ ମିଳିଥିଲା।
ବିମାନ ଉଡ଼ାଇବା ପୂର୍ବରୁ କୃଷ୍ଣନ ଘୋଷଣା କରିଥିଲେ ଯେ ତାଙ୍କ ଜେଜେବାପା ଏବଂ ଜେଜେମା ଓ ମା’ ତାଙ୍କ ସହ ବିମାନରେ ଅଛନ୍ତି। ମୋତେ ଘୋଷଣା କରିବାକୁ ଖୁସି ଲାଗୁଛି ଯେ ଆଜି ମୋ ପରିବାର ମୋ ସହ ଯାତ୍ରା କରୁଛନ୍ତି। ମୁଁ ଯେଉଁ ବିମାନ ଉଡ଼ାଇବି ସେଥିରେ ମୋ ପରିବାର ବସି ଯାତ୍ରା କରିବେ। ୟା ଠାରୁ ଖୁସି ଓ ସୌଭାଗ୍ୟର ମୁହୂର୍ତ୍ତ ଆଉ କ’ଣ ହୋଇପାରେ।
View this post on Instagram
ଘୋଷଣା ସମୟରେ କୃଷ୍ଣନ ତାଙ୍କ ଜେଜେବାପାଙ୍କୁ ମଜାକ କରି କହିଥିଲେ, ବାପା ମୁଁ ଛୋଟ ଥିଲା ବେଳେ ତୁମେ ସ୍କୁଟରରେ ବୁଲାଉଥିଲ। ଏବେ ତୁମେ ବୁଢ଼ା ହୋଇଗଲଣି ମୋ ସହିତ ବିମାନରେ ଯାତ୍ରା କର।