ଦୁଇ ବର୍ଷ ହେଲା ନାବାଳକ ଦେଉଛନ୍ତି ଅଣ୍ଡା ! ଡ଼ାକ୍ତର ବୁଝିପାରୁ ନାହାନ୍ତି କାହିଁକି ଏଭଳି ଘଟୁଛି

ଜାକର୍ତ୍ତା : ଇଣ୍ଡୋନେସିଆରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ସାଧାରଣତଃ କାହାକୁ ବିଶ୍ୱାସ ହେବ ନାହିଁ । ଏବେ ଏହି ଘଟଣାକୁ ଏକ ବିରଳ ଘଟଣାର ଆଖ୍ୟା ପ୍ରଦାନ କରାଯାଇଛି। ସେଠାରେ ୧୪ ବର୍ଷର ଜଣେ ନାବଳାକ ଅଣ୍ଡା ଦେଉଥିବାର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ପରିବାର ସଦସ୍ୟଙ୍କ ସୂଚନା ଅନୁଯାୟୀ ନାବାଳକ ଜଣକ ଦୀର୍ଘ ଦୁଇ ବର୍ଷ ହେବ ଅଣ୍ଡା ଦେଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ଉପରେ ୨୦ଟି ଅଣ୍ଡା ଦେଇସାରିଥିବା ଶୁଣିବାକୁ ମିଳିଛି ।

dailymail

ଘଟଣା ଅନୁଯାୟୀ , ଇଣ୍ଡୋନେସିଆରେ ୧୪ ବର୍ଷିୟ ନାବାଳକ ଅକ୍‌ମଲ୍‌ର ଏକ ଭିଡ଼ିଓ ଜାରି କରାଯାଇଛି, ଯେଉଁଥିରେ ସେ ଡ଼ାକ୍ତରମାନଙ୍କ ସାମ୍ନାରେ ଅଣ୍ଡା ଦେଉଥିବାର ଦେଖିବାକୁ ମିଳିଛି। ଏହା ପ୍ରଥମ ଥର ନୁହଁ, ଏହା ପୂର୍ବରୁ ମଧ୍ୟ ଅକ୍‌ମଲ୍‌ ଅଣ୍ଡା ଦେଇସାରିଛନ୍ତି ବୋଲି ତାଙ୍କ ପରିବାର ଲୋକ କହିଛନ୍ତି । ଏବେ ପର୍ଯ୍ୟନ୍ତ ଆକ୍‌ମାଲ୍‌ ମୋଟ ୨୦ ଟି ଅଣ୍ଡା ଦେଇ ସାରିଥିବା ଶୁଣିବାକୁ ମିଳିଛି।

ଆକ୍‌ମଲ୍‌ କେଉଁ ରୋଗରେ ପୀଡ଼ିତ ଅଛନ୍ତି ତାହା ନେଇ ଡ଼ାକ୍ତରୀ ମାଇନା କରୁଥିବା ସମୟରେ ତାଙ୍କ ଶରୀରରେ ଅଣ୍ଡା ଦେଖାଯାଇଥିଲା। ଏଥି ସହ ଅଣ୍ଡା ଦେବା ସମୟରେ ଆକ୍‌ମଲ୍‌ଙ୍କୁ ବହୁତ କଷ୍ଟ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି। ଦୁନିଆରେ ଏପରି ପ୍ରଥମ ଥର ହୋଇ ଥିବା କହିବା ସହ ଅଣ୍ଡା ପ୍ରସ୍ତୁତିର କାରଣ ଜାଣିବାକୁ ଚେଷ୍ଟା ଚଳାଇଛନ୍ତି ଡ଼ାକ୍ତର ।

ସମ୍ବନ୍ଧିତ ଖବର