ବିମାନ ଦୁର୍ଘଟଣାରେ ଭାବିସ୍ୱାମୀଙ୍କ ମୃତ୍ୟୁ ପରେ ବିବାହ ଦିନ ପିନ୍ଧିବାକୁ ଥିବା ପୋଷାକରେ ମହିଳା କରାଇଲେ ଫଟୋସୁଟ୍‌, ଜାଣନ୍ତୁ ଯିବା ପୂର୍ବରୁ କ’ଣ କହି ଯାଇଥିଲେ ତାଙ୍କ ଭାବିସ୍ୱାମୀ

ନୂଆଦିଲ୍ଲୀ : କୁହାଯାଏ ଭଲ ପାଇବା ସତ ହୋଇଥିଲେ ତାହା ସବୁଦିନ ପାଇଁ ଅମର ହୋଇ ରହିଥାଏ । ଇଣ୍ଡୋନେସିଆର ଜଣେ ମହିଳାଙ୍କ ଏହା ସତ ବୋଲି ପ୍ରମାଣ କରିଛନ୍ତି । ଲାୟନ ଏୟାରଲାଇନ୍ସର ବିମାନ ଦୁର୍ଘଟଣାରେ ଭାବି ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଯେଉଁ ପଦକ୍ଷେପ ନେଇଛନ୍ତି, ସେ ବିଷୟରେ ଜାଣି ଏବେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନିଜ ଭାବିସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କରିବା ପାଇଁ ସେ ଏକ ଧଳା ରଙ୍ଗର ଗାଉନ୍‌ ପିନ୍ଧି ହାତରେ ଧଳା ରଙ୍ଗର ଫୁଲ ତୋଡ଼ା ଧରି ଫଟୋ ଉଠାଇଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋସୁଟ୍‌ ପଛର କାରଣ ସମସ୍ତଙ୍କୁ ଭାବବିହ୍ଵଳ କରିଥିବା ଦେଖାଯାଇଛି ।

Metro

ସୂଚନା ମୁତାବକ, ମୃତ ପ୍ରାତମା ଏବଂ ସୟାରୀ ୧୩ ବର୍ଷ ହେଲା ପରସ୍ପରକୁ ଡ଼େଟ୍‌ କରି ଆସୁଥିଲେ । ୧୩ବର୍ଷ ପରେ ଦୁହେଁ ବିବାହ କରିବା ପାଇଁ ସ୍ଥିର କରିବା ସହ ନଭେମ୍ବର ୧୧ ତାରିଖରେ ଦୁହିଁଙ୍କର ବିବାହ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା । କିନ୍ତୁ କାହାକୁ ଜଣା ନ ଥିଲା ଯେ ପ୍ରାତମା ସୟାରୀଙ୍କୁ ଏହି ସଂଘର୍ଷମୟ ଜୀବନରେ ଏକା ଛାଡ଼ି ଚାଲିଯିବେ । ବିବାହ କିଛି ଦିନ ପୂର୍ବରୁ ରିୟୋ ନନ୍ଦା ପ୍ରାତମା କିଛି କାମରେ ଲାୟନ ଏୟାରଲାଇନ୍ସ ବିମାନରେ ବସି ଜାକର୍ତ୍ତାରୁ ଉଡ଼ାଣ ଭରିଥିଲେ । ବିମାନରେ ବସି ପୂର୍ବରୁ ପ୍ରାତମା, “ମୋତେ ଆସିବାକୁ ବିଳମ୍ବ ହେଲେ ତୁମେ ସଜବାଜ ହୋଇ ନିଜର ଫଟୋସୁଟ୍‌ କରାଇବା ସହ ମୋତେ ପଠାଇବା । ମୁଁ ଦୂରରେ ଥାଇ ତୁମକୁ ଦେଖି ନେବି” ବୋଲି ସୟାରୀଙ୍କୁ କହିଥିଲେ । ତାଙ୍କର ଏହି କଥା ଶେଷ କଥା ହେବ ବୋଲି ସୟାରୀଙ୍କୁ ଜଣା ନଥିିଲା । ଦୁର୍ଘଟଣାର ଖବର ଶୁଣିବା ପରେ ସେ କିଛି ସମୟ ପାଇଁ ଭାଙ୍ଗି ପଡ଼ିଥିଲେ ମଧ୍ୟ ପ୍ରାତମାଙ୍କ ପାଇଁ ସେ ଖୁସିରେ ବଞ୍ଚିବେ ବୋଲି ନିଷ୍ପତ୍ତିି ନେଇଥିଲେ । ଏଥି ପାଇଁ ବିବାହ ଦିନ ସେ ଧଳା ରଙ୍ଗର ପୋଷାକ ପିନ୍ଧି ନିଜର ଫଟୋସୁଟ୍‌ କରାଇଥିଲେ ।

ସମ୍ବନ୍ଧିତ ଖବର