ଏହି କାରଣ ପାଇଁ ଦୁଇ ଯୁବତୀଙ୍କୁ ବିବାହ କଲେ ଏହି ଯୁବକ

ନୂଆଦିଲ୍ଲୀ : ଆଜି କାଲିକା ସମାଜରେ ସଂପର୍କର ବିଭିନ୍ନ ବର୍ଗ ବାହାରି ଲାଣି । ଅନେକ ବିବାହ ପୂର୍ବରୁ ଲିଭ୍‌ ଇନ୍‌ରେ ରହୁଥିବାର ଦେଖାଯାଉଛି । କିଛି ଲୋକ ନିଜ ସଂପର୍କକୁ କମ୍ପ୍ଲିକେଟେଡ୍‌ ବୋଲି କହିବା ସହ କିଛି ଓପନ ରିଲେସନ୍‌ସିପ୍‌ରେ ରହୁଥିବା କଥା କହୁଛନ୍ତି । ତେବେ ଇଣ୍ଡୋନେସିଆରେ ଜଣେ ଯୁବକ କରିଥିବା କାମ ସଂପର୍କର ଭିନ୍ନ ବର୍ଗ ସୃଷ୍ଟି କରିଛି । ନିଜର ଦୁଇଜଣ ପ୍ରେମିକାଙ୍କ ମନ ଦୁଃଖ କରିବାକୁ ଚାହୁଁ ନଥିବାରୁ ସେ ଦୁଇ ଜଣଙ୍କୁ ବିବାହ କରିନେବାର ନିଷ୍ପତ୍ତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଯୁବକଙ୍କ ନାଁ ସାମ୍ନାକୁ ଆସି ନଥିବା ବେଳେ ବିବାହ ସମୟ କିଛି ଫଟୋ ଏବଂ ଭିଡିଓ ଫେସ୍‌ବୁକ୍‌ରେ ଭାଇରାଲ ହୋଇଛି । ଦୁଇଜଣ ଯୁବତୀଙ୍କୁ ବିବାହ କରିବା ସହ ଯୁବକ ଦୁଇଜଣଙ୍କ ପରିବାରକୁ ଯୌତୁକ ଆକାରରେ ଲକ୍ଷ ଲକ୍ଷ ଟଙ୍କା ଦେଇଥିବା ମଧ୍ୟ ଜଣା ପଡ଼ିଛି ।

ତେବେ ଇଣ୍ଡୋନେସିଆରେ ବର କନ୍ୟା ପକ୍ଷରୁ ଯୌତୁକ ଦେବାର ପ୍ରଥା ରହିଛି । ଏହି ପ୍ରଥା ବର ଠିକ୍‌ ଭାବରେ କନ୍ୟାକୁ ଚଳାଇ ପାରିବ କି ନାହିଁ, ତାହା ଦର୍ଶାଇଥାଏ । ତେବେ ବହୁବିବାହ ଇଣ୍ଡୋନେସିଆରେ ନୂଆ ନୁହେଁ । ସେଠାରେ ପ୍ରଚଳିତ ଆଇନ୍‌ ଅନୁଯାୟୀ, ଜଣେ ଯୁବକ ଦେଖାଶୁଣା କରିବାରେ ସକ୍ଷମ ଥିଲେ ଏକା ସାଙ୍ଗରେ ୪ଟି ସ୍ତ୍ରୀ ରଖି ପାରିବ ।

ସମ୍ବନ୍ଧିତ ଖବର