କୁକୁର ଛୁଆକୁ ଘରକୁ ନେବା ପାଇଁ ଘରୋଇ ଜେଟ୍‌ରେ ପରିବାର ସହିତ ବେଙ୍ଗାଲୁରୁ ପହଞ୍ଚିଲେ ଶିଳ୍ପପତି

ବେଙ୍ଗାଲୁରୁ: କରୋନା ସଂକ୍ରମଣ ରୋକିବା ପାଇଁ ଦେଶରେ ଲକଡାଉନ୍‌ ଲାଗୁ କରାଯାଇଥିଲା । ଏବେ ଲକଡାଉନ୍‌ କଟକଣାକୁ ଅନେକ ମାତ୍ରାରେ କୋହଳ କରାଯାଇଛି । ଏହି ସମୟରେ ଜଣେ ଶିଳ୍ପପତି ଓ ତାଙ୍କ ପରିବାର ସହିତ ଏକ କୁକୁର ଛୁଆକୁ ନେବା ପାଇଁ ବେଙ୍ଗାଲୁରୁରେ ପହଞ୍ଚିଥିଲେ।

ଗୋଲ୍‌ଡନ୍‌ ରିଟ୍ରିଭର୍‌ କୁକୁର ଛୁଆକୁ ନେବା ପାଇଁ ଅଟୋମୋବାଇଲ୍‌ ଶିଳ୍ପର ଜଣେ ଶିଳ୍ପପତି ତାଙ୍କ ପତ୍ନୀ ଓ ପୁଅ ସହିତ ଗତ ଜୁନ୍‌ ୪ ତାରିଖରେ ଏକ ଘରୋଇ ଚାର୍ଟାର୍ଡ୍‌ ଫ୍ଲାଇଟ୍‌ ବୁକ୍‌ କରିଥିଲେ । ଏଥିରେ ସେମାନେ ମୁମ୍ବାଇରୁ ବେଙ୍ଗାଲୁରୁ ଯାତ୍ରା କରିଥିଲେ।

ସାଥୀରେ ତିନିଜଣ କୋଭିଡ-୧୯ ନେଗେଟିଭ୍‌ ରିପୋର୍ଟ ବି ନେଇଥିଲେ। କାରଣ ମହାରାଷ୍ଟ୍ରରେ ଯାତ୍ରୀଙ୍କ ପାଇଁ କୋଭିଡ-୧୯ ନେଗେଟିଭ୍‌ ସାର୍ଟିଫିକେଟ୍‌ ଆଣିବା ରାଜ୍ୟ ସରକାରଙ୍କ ଦ୍ୱାରା ଅନିବାର୍ଯ୍ୟ କରାଯାଇଛି। ବେଙ୍ଗାଲୁରୁରେ ଶିଳ୍ପପତି ପହଞ୍ଚିବା ପରେ କୁକୁର ଛୁଆଟିକୁ ଧରି ପୁଣି ମୁମ୍ବାଇ ଫେରି ଯାଇଥିଲେ।

Bengaluru: Industrialist flies in from private jet to pick up pet ...
Times Now

ଲକଡାଉନ୍‌ ସମୟରେ ଶିଳ୍ପପତିଙ୍କର କୁକୁର ପ୍ରତି ସଉକ୍‌ ବୃଦ୍ଧି ପାଇଥିଲା । ସେ ଯେଉଁ ପ୍ରଜାତିର କୁକୁର ଚାହୁଁଥିଲେ ତାହା ବେଙ୍ଗାଲୁରୁରେ ଥିବା ଜାଣିପାରିଥିଲେ। ତେବେ ଲକଡାଉନ୍‌ ପାଇଁ କୁକୁରଟିକୁ ବେଙ୍ଗାଲୁରୁରୁ ମୁମ୍ବାଇ ପଠାଯାଇ ପାରି ନଥିଲା । କୁକୁର ପାଳିବାର ନିଶା ଶିଳ୍ପପତିଙ୍କୁ ଏତେ ଘାରିଥିଲା ଯେ ସେ  ତାଙ୍କ ପରିବାର ସହିତ ଏକ ଘରୋଇ ଚାର୍ଟାର୍ଡ ଫ୍ଲାଇଟ୍‌ ବୁକ୍‌ କରି ମୁମ୍ବାଇରୁ କର୍ଣ୍ଣାଟକ ଯାତ୍ରା କରିଥିଲେ। ବେଙ୍ଗାଲୁରୁରୁ କୁକୁର ଛୁଆକୁ ଧରି ଖୁସିରେ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର