ମା’ପେଟରୁ ହିଁ ନିର୍ଦ୍ଧାରିତ ହୋଇଥାଏ ଶିଶୁର ଭବିଷ୍ୟତ ସହ ଜଡ଼ିତ ଏହି ୪ଟି କଥା
ପୁରାତନ ଗ୍ରନ୍ଥମାନଙ୍କରେ ଜୀବନର ରହସ୍ୟକୁ ନେଇ ଏମିତି କିଛି କଥା ରହିଛି ଯାହା ବିଷୟରେ ଖୁବ୍ କମ ଲୋକ ଜାଣନ୍ତି । ଏମିତି ଅନେକ ଜିନିଷ ରହିଛି ଯାହା ଆମ ଆଖି ସାମ୍ନାରେ ଥାଇ ମଧ୍ୟ ସେ ବିଷୟରେ ଆମେ ଜାଣି ପାରି ନଥାଏ । ଆଜି ଆମେ ପଞ୍ଚତନ୍ତ୍ରରେ ଉଲ୍ଲେଖ ଥିବା ଏମିତି ଏକ ପ୍ରସଙ୍ଗ କହିବାକୁ ଯାଉଛୁ,ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ । ବିଷ୍ଣୁ ଶର୍ମାଙ୍କ ଦ୍ୱାରା ରଚିତ ଏହି ଗ୍ରନ୍ଥ ଅନୁଯାୟୀ, ଯେତେବେଳେ ଶିଶୁଟି ମା’ର ଗର୍ଭରେ ଥାଏ, ସେହି ସମୟରେ ଈଶ୍ୱରଙ୍କ ଦ୍ୱାରା ତା’ ଜୀବନ ସହ ଜଡ଼ିତ ୪ଟି କଥା ନିର୍ଦ୍ଧାରିତ ହୋଇ ଯାଇଥାଏ । ସେ ୪ଟି କଥା କ’ଣ ଆସନ୍ତୁ ଜାଣିବା….
Sambad is now on WhatsApp
Join and get latest news updates delivered to you via WhatsApp
୧.ଆୟୁଷ : ଶିଶୁଟି ମା’ ପେଟରେ ଥିବା ବେଳେ ତା’ର ଆୟୁଷ କେତେ ହେବା ତାହା ନିର୍ଦ୍ଧାରିତ ହୋଇ ଯାଇଥାଏ । ଶିଶୁଟି କେତେ ଦିନ ପର୍ଯ୍ୟନ୍ତ ଏହି ସଂସାରରେ ରହିବ ତାହା ନିର୍ଦ୍ଧାରିତ ହେବା ପରେ ଶିଶୁଟି ବାହାରକୁ ଆସିଥାଏ ।
୨.କର୍ମ : ଯୋଗ୍ୟ ହେବା ପରେ ଶିଶୁଟି କେଉଁ କ୍ଷେତ୍ରରେ ନିଜ ଭବିଷ୍ୟତ ତିଆରି କରିବ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ଯାଇଥାଏ । ବ୍ୟବସାୟ କରିବ ନା ଚାକିରି, ତାହା ନିର୍ଦ୍ଧାରିତ ହେବା ପରେ ହିଁ ଶିଶୁଟି ଜନ୍ମଲାଭ କରିଥାଏ ।
୩.ଧନସଂପତ୍ତି : ଜନ୍ମ ନେବା ପରେ ନିଜର ଆଗାମୀ ଜୀବନରେ ଶିଶୁଟି କେତେ ଧନସଂପତ୍ତିର ମାଲିକ ହେବ, ତାହା ଧାର୍ଯ୍ୟ ହୋଇ ଯାଇଥାଏ । ଶିଶୁଟି ନିଜେ ଧନସଂପତ୍ତିି ଅର୍ଜନ କରି ପାରିବ କି ନାହିଁ ବା ତାକୁ କିଛି ପୈତୃକ ସଂପତ୍ତି ମିଳି ପାରିବ କି ନାହିଁ ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇ ଯାଇଥାଏ ।
୪.ବିଦ୍ୟା : ଶିଶୁଟି ପାଠପଢ଼ାରେ ବା ବିଦ୍ୟାରେ କେତେ ଭଲ ହେବ ବା କେତେ ଚାଲାକ ହେବ ତାହା ପୂର୍ବରୁ ଭଗବାନଙ୍କ ଦ୍ୱାରା ଠିକ୍ କରି ଦିଆ ଯାଇଥାଏ ।