ଜାଣନ୍ତି କି, ଲକ୍ଷ୍ମଣଙ୍କ ମୃତ୍ୟୁ ପାଇଁ କିଏ ଦାୟୀ?

ମହାକାବ୍ୟ ରାମାୟଣରେ ଲକ୍ଷ୍ମଣ ଏକ ବଳିଷ୍ଠ ଚରିତ୍ର। ରାମାୟଣରେ ପ୍ରଭୂ ରାମଚନ୍ଦ୍ରଙ୍କୁ ଯେତିକି ଗୁରୁତ୍ୱ ଦିଆଯାଇଛି, ତାଙ୍କ ଅନୁଜ ଲକ୍ଷ୍ମଣଙ୍କୁ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଇଛିି। ଆମେ ଜାଣନ୍ତି ଭଗବାନ ବିଷ୍ଣୁ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ଧରାବତାରଣ କରି ଅବତାର ଗ୍ରହଣ କରିଥାନ୍ତି। ଥରେ ଅବତାର ଗ୍ରହଣର ଲକ୍ଷ୍ୟ ପୂରଣ ହେଲେ ତାଙ୍କୁଏହି ଧରାପୃଷ୍ଠ ତ୍ୟାଗ କରିବାକୁ ପଡ଼ିଥାଏ।

ଠିକ ଯେମିତି ପ୍ରଭୁ ଶ୍ରୀରାମ ରାବଣ ନିଧନ କରି ସାରିଲା ପରେ, ତାଙ୍କ ଧରାବତରଣର ଲକ୍ଷ୍ୟ ପୂରଣ ହୋଇଛି ଓ ସେ ଧରାଧାମ ତ୍ୟାଗ କରିବା ଉଚିତ ବୋଲିି ମଣିଥିଲେ। ତେବେ ସବୁବେଳେ ତାଙ୍କ ପାଖେପାଖେ ଅନୁଜ ଲକ୍ଷ୍ମଣ ଓ ଭକ୍ତ ହନୁମାନ ରହୁଥିବାରୁ ତାଙ୍କ ଯୋଜନା କାର୍ଯ୍ୟକାରୀ ହେବା ନେଇ ଆଶଙ୍କା ପ୍ରକାଶ କରିଥିଲେ ପ୍ରଭୂ ଶ୍ରୀରାମ। ତେଣୁ କୌଶଳ କ୍ରେମେ ସେ ବୀର ହନୁମାନଙ୍କ ଏକ କାର୍ଯ୍ୟ ଦେଇ ପାତାଳକୁ ପଠାଇ ଦେଇଥିିଲେ। ପରେ ଲକ୍ଷ୍ମଣଙ୍କୁ ବାଟରୁ ହଟାଇବା ପାଇଁ ପ୍ରଭୂ ଶ୍ରୀରାମ ଏକ ଚାଲ ଖେଳିଥିଲେ।

ଲକ୍ଷ୍ମଣଙ୍କୁ ଡାକି କହିଥିଲେ ଯେ ସେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଭିତରେ ଆଲୋଚନା କରୁଛନ୍ତି। ଯିଏ ଆସିଲେ ମଧ୍ୟ ତାଙ୍କୁ ଭିତରକୁ ଛାଡ଼ିିବ ନାର୍ହିଁ। ଆଉ ଯିଏ ଏହି ସମୟରେ ଭିତରକୁଅାସିବେ ତାଙ୍କୁ ସେ ହତ୍ୟାକରିବେ। ଏହା କହି ଅନୁଜ ଲକ୍ଷ୍ମଣଙ୍କୁ ବାହାରେ ଜଗାଇ ପ୍ରଭୂ ଶ୍ରୀରାମ ଭିତରେ ରହିଥିଲେ। ଏହି ସମୟରେ ସେ (ଶ୍ରୀରାମ) ଦୁର୍ବାସାଙ୍କୁ ସ୍ମରଣ କରିଥିଲେ ଓ ତାଙ୍କୁ ଭେଟିବାକୁ ଆଗ୍ରହୀ ବୋଲି ଇଛା ପ୍ରକାଶ କରିଥିଲେ। ଶ୍ରୀରାମଙ୍କ ଇଚ୍ଛାନୁସାରେ ଋଷି ଦୁର୍ବାସା ଅଯୋଧ୍ୟାରେ ପହଞ୍ଚିିଥିଲେ। ମାତ୍ର ତାଙ୍କୁ ଦ୍ୱାରପାଳ ଭାବେ ଥିବା ଲକ୍ଷ୍ମଣ ଭିତରକୁ ଛାଡ଼ି ନ ଥିଲେ। ଏହା ଫଳରେ ଦୁର୍ବାସାଙ୍କ ମଧ୍ୟରେ କ୍ରୋଧ ଜାତ ହୋଇଥିଲା। ଅଯୋଧ୍ୟା ଓ ପ୍ରଭୂ ଶ୍ରୀରାମଙ୍କୁ ଦୁର୍ବାସାଙ୍କ କ୍ରୋଧରୁ ରକ୍ଷା କରିବା ପାଇଁ ଲକ୍ଷ୍ମଣ ବିନତୀ କରି ଶ୍ରୀରାମଙ୍କ ଠାରୁ ଅନୁମତି ଆଣିଲେ ସେ( ଦୁର୍ବାସା) ଭିତରକୁ ଯାଇ ପାରିବେ କହି ଦୁର୍ବାସାଙ୍କୁ ସେଠାରେବସାଇ ଶ୍ରୀରାମଙ୍କୁ ଭେଟିବାକୁ ଭିତରକୁ ଯାଇଥିଲେ। ଭିତରେ ଋଷି ଦୁର୍ବାସା ଆସିଥିବା ସୂଚନା ଦେବାରୁ ସସମ୍ମାନେ ତାଙ୍କୁ ଭିତରକୁ ଆଣିବାକୁ କହିବା ସହିତ ଲକ୍ଷ୍ମଣ ଭିତରକୂୁ ଆସି ସତ୍ୟଭଙ୍ଗ କରିଛନ୍ତି ବୋଲି କହିଥିଲେ। ଦୁର୍ବାସାଙ୍କ ସହିତ ତାଙ୍କ ଜୀବନର ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଭୂ ଶ୍ରୀରାମ ଆଲୋଚନା କରୁଥିବା ବେଳେ ଅନୁଜ ଲକ୍ଷ୍ମଣ ନେଇଥିଲେ ଏକ ବଡ଼ ନିଷ୍ପତ୍ତି। ଭାଇ ଶ୍ରରାମଙ୍କୁ ଭାତୃହତ୍ୟା ପାପରୁ ରକ୍ଷା କରିବା ପାଇଁ ସେ ସରଜୁ ନଦୀରେ ଜଳ ସମାଧି ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ସରଜୁ ନଦୀରେ ପଶି ଧ୍ୟାନ କରିବା ଅବସ୍ଥାରେ ଜଳସମାଧି ଗ୍ରହଣ କରିଥିଲେ।

ଅନୁଜ ଲକ୍ଷ୍ମଣଙ୍କ ଜଳସମାଧି ଖବର ପାଇବା ପରେ ପ୍ରଭୂ ଶ୍ରୀରାମ ଅନ୍ୟ ଦୁଇ ସାନଭାଇ ଭରତ ଓ ଶତୃଘ୍ନଙ୍କ ସହିତ ଜଳସମାଧି ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର