ନୂଆଦିଲ୍ଳୀ: ଚିର ନିଦ୍ରାରେ ଶୋଇ ଯାଇଛନ୍ତି ପୂର୍ବତନ ରାଷ୍ଟ୍ରପତି ତଥା ବର୍ଷିୟାନ କଂଗ୍ରେସ ନେତା ପ୍ରଣବ ମୁଖାର୍ଜୀ। ୮୪ ବର୍ଷ ବୟସରେ ଦେହତ୍ୟାଗ କରିବା ପରେ ଆଜି ମନେ ପଡ଼ନ୍ତି ସମସ୍ତଙ୍କ ପ୍ରିୟ ପ୍ରଣବ ଦା’। ଜଣେ ଜ୍ଞାନୀ, ଗୁଣି ଓ ଅଭିଜ୍ଞ ବ୍ୟକ୍ତି ଭାବେ ତାଙ୍କର ଖୁବ୍ ନାମ ରହିଛି। ତାଙ୍କ ଅଭିଜ୍ଞତାରୁ ସେ କହି ଯାଇଥିବା ଅନେକ କଥା ଶିକ୍ଷଣୀୟ ବାଣୀ ପାଲଟିଛି। ତେବେ, ଚାଲନ୍ତୁ ଜାଣିବା ପ୍ରଣବ ଦା’ କହି ଯାଇଥିବା କେତୋଟି ମହତ ବାଣୀ...
: ଭୋକଠାରୁ ବଳି ଅପମାନ ସଂସାରରେ ଆଉ କିଛି ନାହିଁ।
: ଅସହିଷ୍ଣୁ ବ୍ୟକ୍ତିଙ୍କ ପାଇଁ ଭାରତରେ ସ୍ଥାନ ନାହିଁ।
: ବର୍ଷ ବର୍ଷର ଯୁଦ୍ଧ ଅପେକ୍ଷା କିଛି ସେକେଣ୍ଡ୍ର ଶାନ୍ତି ଅଧିକ ସଫଳତା ଅର୍ଜନ କରିପାରେ।
: ଭାରତର ଯୁବପିଢ଼ି ଏକ ଶକ୍ତ ଓ ଶକ୍ତିଶାଳୀ ରାଷ୍ଟ୍ର ଗଢ଼ିପାରନ୍ତି।
#PranabMukherjee's demise passing of an era, tweets Ram Nath Kovindhttps://t.co/GtgBTX4m6Y pic.twitter.com/evg6a9RYm1
— FinancialXpress (@FinancialXpress) August 31, 2020
: ଭାରତ ନିଜେ ସନ୍ତୁଷ୍ଟ ଏବଂ ସମୃଦ୍ଧିର ଉଚ୍ଚ ଟେବୁଲ ଉପରେ ବସିବାକୁ ଇଚ୍ଛା ଦ୍ୱାରା ପରିଚାଳିତ।
: ହିଂସା ଦ୍ୱାରା କୌଣସି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ଏହା କେବଳ ବିଭିନ୍ନ ଯନ୍ତ୍ରଣା ଏବଂ ଆଘାତକୁ ଉସୁକାଇଥାଏ।
: ଭାରତୀୟ ଭାବରେ, ଆମେ ନିଶ୍ଚିତ ଭାବରେ ଅତୀତରୁ ଶିଖିବା; କିନ୍ତୁ ଆମେ ଭବିଷ୍ୟତ ଉପରେ ଧ୍ୟାନ ରଖିବା ଆବଶ୍ୟକ। ମୋ ମତରେ, ଶିକ୍ଷା ହେଉଛି ପ୍ରକୃତ ଉପାଦାନ ଯାହା ଭାରତକୁ ଏହାର ପରବର୍ତ୍ତୀ ସୁବର୍ଣ୍ଣ ଯୁଗ ଦେଇପାରେ।