ଭାରତରେ ଧୀରେ ଧୀରେ ଲିଙ୍ଗଗତ ପାର୍ଥକ୍ୟ କମ ହେବାରେ ଲାଗିଛି। ବର୍ତ୍ତମାନ ସମାଜ ମହିଳାଙ୍କ ସାମର୍ଥ୍ୟକୁ ବୁଝୁଛି ଏବଂ ଏହାକୁ ସମର୍ଥନ ମଧ୍ୟ କରୁଛି। ଏହାପରେ ମଧ୍ୟ ଭାରତରେ ମହିଳା ପୋଲିସ କର୍ମଚାରୀ କେବଳ ୬.୧୧ ପ୍ରତିଶତ ଥିବା ବେଳେ ୧୭ ପ୍ରତିଶତ ମହିଳା କେବଳ ଆଇଏଏସ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । କମ ପ୍ରତିଶତ ମହିଳା ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିଲେ ମଧ୍ୟ ସେମାନେ ସମସ୍ତଙ୍କ ପାଇଁ ଉଦାହରଣ ପ୍ରସ୍ତୁତ କରିପାରିଛନ୍ତି । ଆସନ୍ତୁ ଜାଣିବା ସେମିତି କିଛି ପୋଲିସ କର୍ମଚାରୀଙ୍କ ବିଷୟରେ ....
ସଂଯୁକ୍ତା ପରାସର: ଆସାମର ଲୌହ ମହିଳା ଭାବେ ପରିଚତ ସଂଯୁକ୍ତା ପରାସର। ଆସାମର ପ୍ରଥମ ଆଇପିଏସ ଅଫିସର ଭାବେ ସେ ନିଯୁକ୍ତ ପାଇଥିଲେ । ସେ ୬୪ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ବହୁ ମାତ୍ରାରେ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି। ସଂଯୁକ୍ତା ସାହାସର ସହ ଆତଙ୍କବାଦ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ନିଜ କାର୍ଯ୍ୟକୁ ଉତ୍ସର୍ଗ କରିଛନ୍ତି। ସେ ଆସାମ ସହ ସାରା ଦେଶବାସୀଙ୍କୁ ପ୍ରେରଣା ପ୍ରଦାନ କରୁଛନ୍ତି।
ସ୍ମିତା ସବରଓ୍ଵାଲ :୨୩ ବର୍ଷ ବୟସରେ ୟୁପିଏସସି ପରୀକ୍ଷା ପାସ କରିବା ସହ ଏତେ କମ ବୟସରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟରେ ନିଯୁକ୍ତ ହୋଇଥିବା ଦେଶରେ ସ୍ମିତା ପ୍ରଥମ । ତାଙ୍କ କାଯ୍ୟର୍ର ୧୫ ବର୍ଷ ମଧ୍ୟରେ ସେ ଲୋକଙ୍କ ଉପକାର ପାଇଁ ବହୁତ ପ୍ରକାରର କାର୍ଯ୍ୟ କରିଛନ୍ତି। ସେ ଗ୍ରାମଞ୍ଚଳରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟର ଅଗ୍ରଗତି ପାଇଁ ବହୁ ପ୍ରକାରର କାର୍ଯ୍ୟନୁଷ୍ଠାନ କରିଛନ୍ତି। ଏହା ସହ ରାଜ୍ୟରେ ସମସ୍ତ କାଯ୍ୟର୍ ସଠିକ ଭାବେ ହେଉଛି କି ନାହିଁ ତାହାକୁ ସ୍କାଇପ ସାହାଯ୍ୟରେ ନଜର ରଖିଥାନ୍ତି। ତାଙ୍କ କାର୍ଯ୍ୟ ଦ୍ୱାରା ଅନ୍ୟ ରାଜ୍ୟର ଅଫିସର ମାନେ ମଧ୍ୟ ଅନୁପ୍ରାଣିତ ହେଉଛନ୍ତି।
ନୀଳମଣି ଏନ୍. ରାଜୁ :୧୯୮୩ ବ୍ୟାଚର ଆଇପିଏସ ଅଫିସର ନୀଳମଣି ଏନ ରାଜୁ କର୍ଣ୍ଣାଟକର ପ୍ରଥମ ଡ଼ାଇରେକ୍ଟର ଜେନେରାଲ ଏବଂ ଇନସ୍ପେକ୍ଟର ଜେନେରାଲ ଅଫ ପୋଲିସ । ଉତ୍ତରାଖଣ୍ଡରୁ ନିଜ କାର୍ଯ୍ୟରମ୍ଭ କରି ସେ ୧୦ ବର୍ଷ ହେଲା କର୍ଣ୍ଣାଟକରେ କାର୍ଯ୍ୟରତ ଅଛନ୍ତି। ଏହି ବର୍ଷ ନଭେମ୍ବରରେ ସେ କର୍ଣ୍ଣାଟକର ୮୦,୦୦୦ କର୍ମଚାରୀଙ୍କର ନେତୃତ୍ୱ ନେଇଥିଲେ । ପୋଲିସକୁ ଜନସାଧାରଣଙ୍କର ବନ୍ଧୁ କରିବା ପାଇଁ ଚେଷ୍ଟା କରୁଛନ୍ତି ନୀଳମଣି ଏନ ରାଜୁ ।
ରିତୁ ମହେଶ୍ୱରୀ : ୩୯ ବର୍ଷ ବୟସର ଆଇଏଏସ ଅଫିସର ରିତୁ ମହେଶ୍ୱରୀ ଉତ୍ତରପ୍ରଦେଶରେ ବିଦ୍ୟୁତ ଚୋରି କମ କରିବା ପାଇଁ କାର୍ଯ୍ୟ ଚଲାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୩୦ ପ୍ରତିଶତ ବିଦ୍ୟୁତ ଚୋରି କମ ହୋଇଛି। ସେ ୨୦୧୯ ପର୍ଯ୍ୟନ୍ତ ଏହାର ମାତ୍ରା ଅହୁରି କମ କରିବେ ବୋଲି କହିଛନ୍ତି । ସେ କାନପୁର ଇଲେକଟ୍ରିସିଟି ସହ ମିଶି ୨୦୧୧ ମସିହାରେ ନୂତନ ମିଟର ବସାଇବା ସହ ବିଦ୍ୟୁତଚୋରି ପାଇଁ ଅଭିଯାନ ଆରମ୍ଭ କରିଥିଲେ । ଏହା ଦ୍ୱାରା ସେ କାନପୁର ସହ ଦେଶରେ ହେଇଥିବା ବିଦ୍ୟୁତ ଚୋରି ଅପରାଧକୁ କମ କରିବା ପାଇଁ ଚେଷ୍ଟା କରୁଛନ୍ତି।
ଅପରାଜିତା ରାଏ: ଆଠ ବର୍ଷ ବୟସରେ ନିଜ ବାପାଙ୍କୁ ହରାଇ ଥିବା ଅପରାଜିତା ସିକିମର ପ୍ରଥମ ମହିଳା ଆଇପିଏସ ଅଫିସର । ପ୍ରଥମ ପ୍ରୟାସରେ ୟୁପିଏସସି ପରୀକ୍ଷାରେ ବିଫଳ ହୋଇଥିବା ଅପରାଜିତା ୨୦୧୨ରେ ଦ୍ୱିତୀୟ ଥରରେ ସଫଳତା ହାସଲ କରିଥିଲେ । ସେ ତାଙ୍କ କାର୍ଯ୍ୟପାଇଁ ବହୁ ଭାବେ ପୁରସ୍କାର ପ୍ରାପ୍ତ କରିଛନ୍ତି। ସେ ବର୍ତ୍ତମାନ ପଶ୍ଚିମବଙ୍ଗର ହୁଗଲିଠାରେ କାର୍ଯ୍ୟରତ ଅଛନ୍ତି ।
ଦୁର୍ଗା ଶକ୍ତି ନାଗପାଲ : ୨୦୦୯ ମସିହାରେ ୟୁପିଏସସି ପରୀକ୍ଷାରେ ୨୦ ତମ ସ୍ଥାନ ରଖିବା ପରେ ୨୦୧୧ରେ ପଞ୍ଜାବରେ କ୍ୟାଡରରେ ନିଯୁକ୍ତ ହୋଇଥିଲେ ଦୁର୍ଗା ଶକ୍ତି ନାଗପାଲ। ଏହାପରେ ସେ ଉତ୍ତରପ୍ରଦେଶକୁ ସ୍ଥାନାନ୍ତର ହୋଇଥିଲେ ଏବଂ ସେଠାରେ ବାଲି ଚୋରି ମାଫିଆଙ୍କୁ ଲୋକଙ୍କୁ ସାମ୍ନାକୁ ଆଣିଥିଲେ, ଏଥି ପାଇଁ ତାଙ୍କୁ ୟୁପି ସରକାର ନିଲମ୍ବନ ମଧ୍ୟ କରିଥିଲା ।