ଆପଣଙ୍କ ଏଲ୍‌ପିଜି ଗ୍ୟାସ୍‌ରେ ମଧ୍ୟ ମିଳିବ ୪୦-୫୦ଲକ୍ଷ ପର୍ଯ୍ୟନ୍ତ ବୀମା କଭର !

ବର୍ତ୍ତମାନ ସମସ୍ତଙ୍କ ଘରେ ଏଲ୍‌ପିଜି ଗ୍ୟାସ୍‌ରେ ରୋଷେଇ ହେଉଥିବାର ଦେଖିବାକୁ ମିଳିଥାଏ। ତେବେ ଆପଣଙ୍କ ଘରେ ସାଧାରଣ ଭାବେ ବ୍ୟବହୃତ ହେଉଥିବା ଏଲ୍‌ପିଜି ଗ୍ୟାସ୍‌ରେ ମଧ୍ୟ ବୀମାର ସୁବିଧା ରହିଛି । ଖାଲି ସେତିକି ନୁହଁ; ଏହା ଦ୍ୱାରା ଆପଣ ୪୦-୫୦ ଲକ୍ଷ ପର୍ଯ୍ୟନ୍ତ ବୀମାର ଲାଭ ମଧ୍ୟ ଉଠାଇ ପାରିବେ । ଆସନ୍ତୁ ଜାଣିବା କଣ ରହିଛି ଏହାର ସୁବିଧା…

rochakpost

ସମସ୍ତ ପଞ୍ଜୀକୃତ ଉପଭୋକ୍ତା ଏହି ସେବାର ଲାଭ ଉଠାଇ ପାରିବେ। ଏଥିରେ ଗ୍ୟାସ୍‌ ଜନିତ ଦୁର୍ଘଟଣାରେ ସାଧାରଣ ଜନତାଙ୍କୁ ୪୦-୫୦ ଲକ୍ଷ ପର୍ଯ୍ୟନ୍ତ ବୀମା ମିଳିପାରିବ । ଏହି ବୀମା କଭର୍‌ରେ ପରିବାରର ସମସ୍ତ ସଦସ୍ୟା ଅନ୍ତର୍ଭୁକ୍ତ ରହିଥାନ୍ତି । ଏହା ଛଡ଼ା ଏଲ୍‌ପିଜି ବାଣ୍ଟୁଥିବା ବ୍ୟକ୍ତିଙ୍କୁ ଥାର୍ଡ଼ପାର୍ଟି ଲାଏବିଲିଟି ବୀମାର ମଧ୍ୟ ସୁବିଧା ମିଳିଥାଏ।
ଏହି ବୀମାର ଲାଭ ଉଠାଇବା ପାଇଁ ପରିବାରର କୌଣସି ବ୍ୟକ୍ତଙ୍କ ଗ୍ୟାସ ଦୁର୍ଘଟଣା ଜନିତ ମୃତ୍ୟୁରେ ତାଙ୍କ ପରିବାରର ଅନ୍ୟ ସଦସ୍ୟ କୋର୍ଟରେ ମାମଲା ରୁଜୁ କରିପାରିବେ । କୋର୍ଟରେ ମୃତବ୍ୟକ୍ତିଙ୍କ ବୟସ, କାର୍ଯ୍ୟ ଏବଂ ଅନ୍ୟ ସମସ୍ତ ପରିସ୍ଥିତିକୁ ଦେଖି ବୀମା ରକମ ଠିକ୍‌ କରାଯାଇ ତାଙ୍କୁ ପ୍ରଦାନ କରାଯିବ । କିନ୍ତୁ ଏହି ସମସ୍ତ ପାଇଁ ଆପଣଙ୍କ ଘରର ଏଲ୍‌ପିଜି ଗ୍ୟାସ ଅଧିକୃତ ଥିବା ଆବଶ୍ୟକ ।

ସମ୍ବନ୍ଧିତ ଖବର