ପୁରାଣରେ ଯେତେବେଳେ ଲଙ୍କାର ରାଜା ରାବଣଙ୍କ ନାମ ଉଲ୍ଳେଖ କରାଯାଏ, ତାଙ୍କର ଅଟଳ ଭକ୍ତି ଏବଂ ଅହଂକାର ସର୍ବଦା ଆଲୋଚନାର ପରିସରକୁ ଆସିଥାଏ। ରାବଣ କଠୋର ତପସ୍ୟା କରି ଅନେକ ଶକ୍ତି ଏବଂ ବରଦାନ ପାଇଥିଲେ। ଶେଷରେ ଅହଂକାର ରାବଣଙ୍କ ମୃତ୍ୟୁର କାରଣ ପାଲଟିଥିଲା। ଆସନ୍ତୁ ଦଶହରା ତଥା ବିଜୟାଦଶମୀ ଅବସରରେ ରାବଣଙ୍କ ବିଷୟରେ କିଛି ଜଣା ଓ ଅଜଣା କଥା ଜାଣିବା
ହିନ୍ଦୁ ବିଶ୍ୱାସ ଅନୁସାରେ, ଲଙ୍କାପତି ରାବଣଙ୍କ ଦଶଟି ମୁଣ୍ଡ ଥିଲା। ଏହି ମୁଣ୍ଡଗୁଡ଼ିର ନାମ ଥିଲା କାମନା, କ୍ରୋଧ, ଲୋଭ, ଆସକ୍ତି, ଦ୍ୱେଷ, ଘୃଣା, ପୂର୍ବାଗ୍ରହ, ଅହଂକାର, ବ୍ୟଭିଚାର ଏବଂ ଛଳନା।
ରାବଣଙ୍କ ଦଶ ମୁଣ୍ଡ ସମ୍ପର୍କରେ ଆଉ ଏକ ବିଶ୍ୱାସ ରହିଛି ଯେ ସେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଶଥର ତାଙ୍କ ମୁଣ୍ଡ ଦେଇଥିଲେ, କିନ୍ତୁ ପ୍ରତ୍ୟେକ ଥର ଶିବଙ୍କ କୃପାରୁ ମୁଣ୍ଡଗୁଡ଼ିକ ପୁନର୍ବାର ଯୋଡ଼ି ହୋଇଯାଇଥିଲା। ଏହି ଘଟଣା ପରେ ରାବଣ ଦଶାନନ ନାମରେ ପରିଚିତ ହୋଇଥିଲେ।
ସେହିପରି କୁହାଯାଏ ରାବଣ ତାଙ୍କ ତପସ୍ୟା ମାଧ୍ୟମରେ ଭଗବାନ ବ୍ରହ୍ମାଙ୍କଠାରୁ ଅମରତ୍ୱର ବର ପାଇଥିଲେ। ବ୍ରହ୍ମାଙ୍କଠାରୁ ଅମରତ୍ୱର ବର ପାଇବା ସମୟରେ, ସେ କହିଥିଲେ,‘‘ ମୋତେ କୌଣସି ଦେବତା, ଗନ୍ଧର୍ବ, ଯକ୍ଷ କିମ୍ବା ଅନ୍ୟ ଜୀବ ହତ୍ୟା କରି ପାରିବେ ନାହିଁ।’’ ଏହି ତାଲିକାରେ ମଣିଷ ଏବଂ ବାନରମାନଙ୍କୁ ଅନ୍ତର୍ଭୁକ୍ତ କରି ନଥିଲେ ରାବଣ। କାରଣ ସେ ସେମାନଙ୍କୁ ତୁଚ୍ଛ ମନେ କରୁଥିଲେ। ଏହି ଗର୍ବ ତାଙ୍କ ମୃତ୍ୟୁର କାରଣ ପାଲଟିଥିଲା।
ଆପଣ ଜାଣନ୍ତି ରାବଣ ରାଜ କରୁଥିବା ସୁବର୍ଣ୍ଣ ଲଙ୍କା ତାଙ୍କ ଦ୍ୱାରା ନିର୍ମିତ ନଥିଲା । ଏହା କୁବେରଙ୍କର ଥିଲା। ମହାଦେବଙ୍କ ନିର୍ଦ୍ଦେଶରେ ଭଗବାନ ବିଶ୍ୱକର୍ମା ଏହାକୁ ନିର୍ମାଣ କରିଥିଲେ। ରାବଣ ତାଙ୍କ ସାନ ଭାଇ କୁବେରଙ୍କଠାରୁ ବଳପୂର୍ବକ ଏହାକୁ ଛଡ଼ାଇ ନେଇଥିଲେ।
ହିନ୍ଦୁ ଶାସ୍ତ୍ର ଅନୁସାରେ, ରାବଣ ବିଭିନ୍ନ ପ୍ରକାରର ଜ୍ଞାନ, ତନ୍ତ୍ର-ମନ୍ତ୍ର, ଜ୍ୟୋତିଷ, ସଙ୍ଗୀତ ଇତ୍ୟାଦିର ଜ୍ଞାନ ପାଇଥିଲେ। ସେ ଜଣେ ମହାନ ତପସ୍ୱୀ ଥିଲେ। ତାଙ୍କ ତପସ୍ୟାରେ ସେ ଅନେକ ବରଦାନ ପାଇଥିଲେ। ପ୍ରଭୁ ଶ୍ରୀରାମ ରାବଣଙ୍କ ପାଣ୍ଡିତ୍ୟ ବିଷୟରେ ଭଲ ଭାବରେ ଅବଗତ ଥିଲେ। ଏହି କାରଣରୁ ଯେତେବେଳେ ସେ ଶେଷ ନିଶ୍ୱାସ ନେଉଥିଲେ, ସେ ତାଙ୍କ ସାନ ଭାଇ ଲକ୍ଷ୍ମଣଙ୍କୁ ଜ୍ଞାନ ଅନ୍ୱେଷଣ ପାଇଁ ରାବଣଙ୍କ ପାଖକୁ ପଠାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/02/untitled-7-2025-10-02-13-12-16.jpg)