ଜାନୁଆରୀ ୨୬ ତାରିଖ ହେଉଛି ଭାରତର ସାଧାରଣତନ୍ତ୍ର ଦିବସ। ଏହି ତାରିଖରେ ପ୍ରତିବର୍ଷ ପାଳିତ ହୋଇଆସୁଛି ସାଧାରଣତନ୍ତ୍ର ଦିବସ। ଭାରତର ସାଧାରଣତନ୍ତ୍ର ଦିବସ ସମ୍ପର୍କରେ କେତେକ ଅଜଣା ତଥ୍ୟ ସମ୍ପର୍କରେ ଜାଣନ୍ତୁ-
୧) ଭାରତ ସ୍ୱାଧୀନ ହେବାର ପ୍ରାୟ ୨ ବର୍ଷ ୧୧ ମାସ ପରେ ଭାରତର ସମ୍ବିଧାନ ପ୍ରସ୍ତୁତ ହୋଇଥିଲା।
୨) ପ୍ରଥମ ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ଅବସରରେ ଗାନ୍ଧିଜୀଙ୍କର ଏକ ପ୍ରିୟ ଗୀତ ‘ଆବାଇଡ୍ ଉଇଥ୍ ମି’ ବଜାଯାଇଥିଲା।
୩) ଭାରତର ସମ୍ବିଧାନ ହେଉଛି ସର୍ବବୃହତ୍। ଏଥିରେ ୪୪୮ଟି ଆର୍ଟିକଲ୍ ରହିଛି।
୪) ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ସମାରୋହରେ ଅତିଥି ରୂପେ ଯୋଗଦେଇଥିଲେ ଇଣ୍ଡୋନେସିଆର ପ୍ରଥମ ରାଷ୍ଟ୍ରପତି ସୁକାର୍ଣ୍ଣୋ।
୫) ୧୯୬୫ ମସିହା ସାଧାରଣତନ୍ତ୍ର ଦିବସ ଅବସରରେ ‘ହିନ୍ଦୀ’କୁ ଭାରତର ରାଷ୍ଟ୍ରୀୟ ଭାଷା ବୋଲି ଘୋଷଣା କରାଯାଇଥିଲା।
୬) ଭାରତର ପ୍ରଥମ ସାଧାରଣତନ୍ତ୍ର ଦିବସ ସମାରୋହ ମେଜର ଧ୍ୟାନଚାନ୍ଦ ରାଷ୍ଟ୍ରୀୟ ଷ୍ଟାଡିଅମ୍ରେ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୫ ହଜାର ନାଗରିକ ଯୋଗଦେଇଥିଲେ।
୭) ପ୍ରଥମ ସାଧାରଣତନ୍ତ୍ର ଦିବସ ଅବସରରେ ଦିନ ସାଢ଼େ ୧୦ଟା ସମୟରେ ଭାରତର ପ୍ରଥମ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା ପାଇଁ ୩୧ଟି ତୋପ ସଲାମୀ ଦିଆଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
୮) ଭାରତର ପ୍ରଥମ ରାଷ୍ଟ୍ରପତି ଭାବେ ଡକ୍ଟର ରାଜେନ୍ଦ୍ର ପ୍ରସାଦ ୧୯୫୦ ମସିହା ଜାନୁଆରି ୨୬ ତାରିଖରେ ଶପଥ ଗ୍ରହଣ କରିଥିଲେ। ଏହି ଶପଥ ଗ୍ରହଣ ଉତ୍ସବ ଗଭର୍ଣ୍ଣମେଣ୍ଟ ହାଉସ୍ର ଦରବାର୍ ହଲରେ ଆୟୋଜିତ ହୋଇଥିଲା।