ଆନ୍ତର୍ଜାତିକ ଜୈବ ବିବିଧତା ଦିବସ ଆଜି

ଆଜି ସାରା ବିଶ୍ବରେ ‘ଆନ୍ତର୍ଜାତିକ ଜୈବ ବିବିଧତା ଦିବସ’ ପାଳିତ ହେଉଛି। ଉଲ୍ଲେଖଯୋଗ୍ୟ, ଜୈବ ବିବିଧତା ଏଭଳି ଏକ ସ୍ତମ୍ଭ, ଯାହା ଉପରେ ଆମର ସଭ୍ୟତା ଦଣ୍ଡାୟମାନ। ଆମର ଯାବତୀୟ ବୈଷୟିକ ଉନ୍ନତି ସତ୍ତ୍ବେ ଆମେ ଆମର ଜଳ, ଖାଦ୍ୟ, ଔଷଧ, ପୋଷାକ, ଇନ୍ଧନ, ଆଶ୍ରୟ ଓ ଶକ୍ତି ପାଇଁ ସଂପୂର୍ଣ୍ଣ ଭାବରେ ସୁସ୍ଥ ଓ ସକ୍ରିୟ ପରିସଂସ୍ଥା ଉପରେ ନିର୍ଭରଶୀଳ। ତେଣୁ ଆମର ଜୈବିକ ସମ୍ପଦର ସମ୍ମାନ, ସୁରକ୍ଷା ଓ ରକ୍ଷଣାବେକ୍ଷଣ ଜରୁରୀ। ଯଦିଓ ଭବିଷ୍ୟତ ପିଢ଼ି ପାଇଁ ଜୈବ ବିବିଧତା ଏକ ବିଶ୍ବସ୍ତରୀୟ ମୂଲ୍ୟବାନ ସମ୍ପଦର ମାନ୍ୟତା ପାଇଛି, ତଥାପି କେତେକ ମାନବୀୟ କାର୍ଯ୍ୟକଳାପ ଯୋଗୁଁ ବିଭିନ୍ନ ପ୍ରଜାତି ସଂଖ୍ୟାରେ ଉଲ୍ଲେଖନୀୟ ହ୍ରାସ ଘଟିଚାଲିଛି। ତେଣୁ ଜୈବ ବିବିଧତା ସମ୍ପର୍କିତ ପ୍ରସଙ୍ଗଗୁଡ଼ିକ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଜାତି ସଂଘ ପକ୍ଷରୁ ପ୍ରତି ବର୍ଷ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇଛି। ଏହାଦ୍ବାରା ପ୍ରାକୃତିକ ଜଗତ ସହିତ ଆମର ସମ୍ପର୍କର ପୁନଃସମୀକ୍ଷା କରିବା ପାଇଁ ବିଶ୍ବ ସମୁଦାୟକୁ ଆହ୍ବାନ କରାଯାଉଛି। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ରାଜିନାମାଠାରୁ କାର୍ଯ୍ୟାନୁଷ୍ଠାନ ଯାଏ: ଜୈବ ବିବିଧତାର ନିର୍ମାଣ’।

ସମ୍ବନ୍ଧିତ ଖବର