ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ ଆଜି

୧୯୮୭ରୁ ପ୍ରତି ବର୍ଷ ଅକ୍‌ଟୋବର‌ ୧୭ ତାରିଖରେ ପାଳିତ ହେଉଛି ‘ଅନ୍ତର୍ଜାତୀୟ ଦାରିଦ୍ର୍ୟ ଦୂରୀକରଣ ଦିବସ’। ଦାରିଦ୍ର୍ୟ, କ୍ଷୁଧା, ହି˚ସା ଓ ଭୟ ଦୂରକରିବା, ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ୧୯୮୭ରେ ଫାଦର‌୍‌ ଜୋସେଫ୍‌ ରିସିନ୍‌ସ୍କିଙ୍କ ନେତୃତ୍ବରେ ପାରିସ୍‌ରେ ଏକ ଲକ୍ଷ ଲୋକ ଏକତ୍ର ହୋଇ, ଏହି ଦିବସ ପାଳନ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଥିଲେ। ଭୋକ-ଦାରିଦ୍ର, ହି˚ସା-ଭୟ ନ ଥିବା ସମାଜ ଦେଖିବା ପ୍ରତ୍ୟେକ ମଣିଷର ସ୍ବପ୍ନ। ଏହା ଏକ ମାନବିକ ଅଧିକାର। ତେଣୁ, ପ୍ରତ୍ୟେକ ମଣିଷ ଏ ବାବଦରେ ସଚେତନ ହେବା ଉଚିତ।

ଫାଦର‌୍‌ ଜୋସେଫ୍‌ଙ୍କ ପରଲୋକର ଚାରି ବର୍ଷ ପରେ ‘ଜାତି ସ˚ଘ’ ଏହି ଦିବସ ପାଳନକୁ ଅନୁମୋଦନ ଦେଇଥିଲା। ଫାଦର‌୍‌ ଜୋସେଫ୍‌ ଭଲ ଭାବେ ବୁଝିଥିଲେ ଯେ, କୌଣସି ଦେଶର ସରକାର ଆନ୍ତରିକ ଭାବେ ଦାରିଦ୍ର୍ୟର ଦୂରୀକରଣ ଚାହାଁନ୍ତିନାହିଁ। ତେଣୁ, ବିଶ୍ବର ବହୁ ବିଧ ବିକାଶ ସତ୍ତ୍ବେ ଏହି ପୁରାତନ ସାମାଜିକ ବ୍ୟାଧି ବଞ୍ଚିରହିଛି। ନ ହେଲେ, ଆମେରିକା ଭଳି ବିତ୍ତଶାଳୀ ରାଷ୍ଟ୍ରରେ ମଧ୍ୟ ଲୋକେ ଭିକ ମାଗନ୍ତେ କି? ତେଣୁ, ଏହି ବ୍ୟାଧିର ମୂଳୋତ୍ପାଟନ ଲାଗି ସାରା ବିଶ୍ବର ମଣିଷ ଏକତ୍ର ହେବାକୁ ସେ ଆହ୍ବାନ ଦେଇଥିଲେ।

ସମ୍ବନ୍ଧିତ ଖବର