ଆଜି ଆନ୍ତର୍ଜାତିକ ବୈଧବ୍ୟ ଦିବସ। ବିଶ୍ବର କୋଣ ଅନୁକୋଣରେ ରହିଥିବା ଅସଂଖ୍ୟ ବିଧବା ଓ ସେମାନଙ୍କର ଦୁଃଖକୁ ଲୋକଲୋଚନକୁ ଆଣିବା ପାଇଁ ଜାତିସଂଘର ସ୍ବୀକୃତି କ୍ରମେ ଏହି ଦିବସ ପାଳନ କରାଯାଇ ଆସୁଛି। ଅନ୍ୟାୟ, ଭେଦଭାବ ଓ ଦାରିଦ୍ର୍ୟର ସମ୍ମୁଖୀନ ହେଉଥିବା ବିଧବାମାନଙ୍କ ସ୍ବରକୁ ଅଧିକ ସ୍ପଷ୍ଟ କରିବା ପାଇଁ ଏ ଦିବସ ପାଳନର ଲକ୍ଷ୍ୟ ରହିଛି। ବିଧବାମାନଙ୍କର ଆହ୍ବାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ମିଳିତ ଜାତିସଂଘ ୨୦୧୦ ମସିହାରୁ ପ୍ରତିବର୍ଷ ଆନ୍ତର୍ଜାତିକ ବିଧବା ଦିବସ ପାଳନ ପାଇଁ ସଂକଳ୍ପ ପାରିତ କରିଥିଲା।

Advertisment

ତେବେ ତାହା ପୂର୍ବରୁ ଲୂମ୍ବା ଫାଉଣ୍ଡେସନ ପକ୍ଷରୁ ୨୦୦୫ ମସିହାରେ ବୈଧବ୍ୟ ଦିବସ ପାଳନ ଆରମ୍ଭ ହୋଇଥିଲା। ବିଶେଷ କରି ଯେଉଁ ମହିଳାମାନେ ନିଜ ସ୍ବାମୀଙ୍କ ମୃତ୍ୟୁ ପରେ ନିଜର ଭରଣପୋଷଣ ସହ ସମାଜରେ ଖାପ ଖୁଆଇ ଚଳିବା ପାଇଁ ଅସମର୍ଥ, ଏହି ଦିବସ ପାଳନ ସେମାନଙ୍କୁ ସଶକ୍ତ କରିବାର ଅବସର ଦେଇଥାଏ। ଏଥି ସହିତ ସେମାନଙ୍କୁ ସାମନାକୁ ଆସି ଅନ୍ୟ ସମୁଦାୟଙ୍କୁ ସେମାନଙ୍କର ସଂଘର୍ଷ ସମ୍ପର୍କରେ ଅବଗତ କରାଇବା ପାଇଁ ମଧ୍ୟ ଏହା ଏକ ପ୍ରକୃଷ୍ଟ ଅବସର। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି ‘ଲିଙ୍ଗଗତ ସମାନତା ପାଇଁ ଅଭିନବତ୍ବ ଓ ପ୍ରଯୁକ୍ତିବିଦ୍ୟା’।