ଆଜି ସର୍ବତ୍ର ‘ଆନ୍ତର୍ଜାତିକ ନ୍ୟାୟ ଦିବସ’ ପାଳନ କରାଯାଉଛି। ବିଶେଷ କରି ମାନବାଧିକାର ଉଲ୍ଲଂଘନର ଗୁରୁତର ମାମଲା ଏବଂ ତାହାକୁ ଦୂର କରିବାରେ ଆନ୍ତର୍ଜାତିକ ଆପରାଧିକ ଅଦାଲତ (ଆଇଆଇସି)ର ଭୂମିକା ଉପରେ ଆଲୋକପାତ କରିବା ପାଇଁ ଏହି ସ୍ବତନ୍ତ୍ର ଦିବସର ପରିକଳ୍ପନା କରାଯାଇଛି। ସର୍ବୋପରି ମାନବିକ ଅଧିକାର ପାଳନ, ଦଣ୍ଡହୀନତାର ବିରୋଧ ଓ ଆଇନର ଶାସନକୁ ପ୍ରୋତ୍ସାହନ କରିବାର ଏହା ଏକ ଅବସର ଯୋଗାଇଥାଏ। ଲୋକଙ୍କୁ ନରସଂହାର, ମାନବିକତା ବିରୋଧୀ ଅପରାଧ, ଯୁଦ୍ଧ ଅପରାଧ ଓ ଆକ୍ରମଣ ଅପରାଧରୁ ରକ୍ଷା କରିବା ଲାଗି ୧୯୯୮ ଜୁଲାଇ ୧୭ରେ ରୋମ୍ଠାରେ ଆଇସିସିର ପ୍ରତିଷ୍ଠାତା ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ସେଇ ଐତିହାସିକ ମୁହୂର୍ତ୍ତକୁ ସ୍ମରଣୀୟ କରିବା ଲାଗି ୨୦୧୦ ମସିହାରୁ ପ୍ରତିବର୍ଷ ‘ଆନ୍ତର୍ଜାତିକ ନ୍ୟାୟ ଦିବସ’ ପାଳନ କରାଯାଇ ଆସୁଛି। ଏହି ଦିବସ ନ୍ୟାୟକୁ ସମର୍ଥନ କରିବାକୁ ଚାହୁଁଥିବା, ପୀଡ଼ିତଙ୍କ ଅଧିକାରକୁ ପ୍ରୋତ୍ସାହିତ କରୁଥିବା ଏବଂ ବିଶ୍ବର ଶାନ୍ତି, ସୁରକ୍ଷା ଓ କଲ୍ୟାଣ ପ୍ରତି ବିପଦ ସୃଷ୍ଟି କରୁଥିବା ଅପରାଧ ରୋକିବାକୁ ଚାହୁଁଥିବା ସମସ୍ତ ଲୋକଙ୍କୁ ଏକଜୁଟ୍ କରିବାର ସୁଯୋଗ ଆଣିଥାଏ। ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି: ସାମାଜିକ ନ୍ୟାୟ ପାଇଁ ପ୍ରତିବନ୍ଧକୁ ଦୂର କରିବା ଏବଂ ସୁଯୋଗ ଉନ୍ମୋଚନ କରିବା।
ଆନ୍ତର୍ଜାତିକ ନ୍ୟାୟ ଦିବସ
/sambad/media/post_attachments/wp-content/uploads/2023/07/ghfghfgh65465465.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)