ଆଜି ବିଶ୍ବର ବିଭିନ୍ନ ସ୍ଥାନରେ ‘ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ’ ପାଳନ କରାଯାଉଛି। ବିଶେଷ କରି ସଂଗ୍ରହାଳୟର ପରିବର୍ତ୍ତନକାରୀ ଶକ୍ତି ରହିଛି ବୋଲି ବିଶ୍ବାସକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ ସଂଗ୍ରହାଳୟ ପରିଷଦ ପକ୍ଷରୁ ୧୯୭୭ ମସିହାରୁ ମେ’ ୧୮ ତାରିଖକୁ ‘ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ’ ଭାବେ ପାଳନ କରାଯାଇଆସୁଛି। ଏହାର ଉଦ୍ଦେଶ୍ୟ ହେଉଛି, ସମସ୍ତଙ୍କ ମନରେ ଏକ ସଚେତନତା ସୃଷ୍ଟି କରିବା ଯେ ସାଂସ୍କୃତିକ ବିନିମୟ, ସାଂସ୍କୃତିକ ସମୃଦ୍ଧି ଏବଂ ପାରସ୍ପରିକ ବୁଝାମଣା, ସହଯୋଗ ଓ ଶାନ୍ତି ପ୍ରତିଷ୍ଠା ଦିଗରେ ସଂଗ୍ରହାଳୟ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ସଂଗ୍ରହାଳୟ, ସ୍ଥିରତା ଓ କଲ୍ୟାଣ’। ଅର୍ଥାତ୍ ସଂଗ୍ରହାଳୟଗୁଡ଼ିକ ହେଉଛନ୍ତି ମାନବ ଜାତିର କଲ୍ୟାଣ ତଥା ଆମ ସମ୍ପ୍ରଦାୟର ନିରନ୍ତର ବିକାଶରେ ପ୍ରମୁଖ ଯୋଗଦାନକାରୀ। କାରଣ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବା ନିମିତ୍ତ ଜଳବାୟୁ କାର୍ଯ୍ୟକୁ ସମର୍ଥନ କରିବା ଓ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବାଠାରୁ ଆରମ୍ଭ କରି ସାମାଜିକ ବିଚ୍ଛିନ୍ନତାର ମୁକାବିଲା କରିବା ଓ ମାନସିକ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ପର୍ଯ୍ୟନ୍ତ ସଂଗ୍ରହାଳୟଗୁଡ଼ିକର ଅନେକ ଅବଦାନ ରହିଛି।
ଆନ୍ତର୍ଜାତିକ ସଂଗ୍ରହାଳୟ ଦିବସ ଆଜି
/sambad/media/post_attachments/wp-content/uploads/2023/05/6465465fshfhhfhhffhfh.jpg)