ଆଜି ସମଗ୍ର ବିଶ୍ବରେ ‘ଆନ୍ତର୍ଜାତିକ ସେବିକା ଦିବସ’ ପାଳିତ ହେଉଛି। ବିଶ୍ବବ୍ୟାପୀ ସ୍ବାସ୍ଥ୍ୟକ୍ଷେତ୍ରରେ ସେବିକା ବା ଧାଈ ଏବଂ ସେମାନଙ୍କର ଅତୁଳନୀୟ ଉତ୍ସର୍ଗୀକୃତ କାର୍ଯ୍ୟକୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜଣାଇବା ଲାଗି ୧୯୬୫ ମସିହାରୁ ଆନ୍ତର୍ଜାତିକ ସେବିକା ପରିଷଦ ପକ୍ଷରୁ ଏହି ଦିବସ ପାଳନର ପରିକଳ୍ପନା କରାଯାଇଛି। ଆଧୁନିକ ଧାତ୍ରୀସେବାର ପ୍ରତିଷ୍ଠାତ୍ରୀ ଭାବେ ବିବେଚିତ ଫ୍ଲୋରେନ୍ସ ନାଇଟିଙ୍ଗେଲଙ୍କ ଜନ୍ମବାର୍ଷିକୀ ମେ’ ୧୨ ତାରିଖକୁ ସେଥିପାଇଁ ଚୟନ କରାଯାଇଛି। ଉଲ୍ଲେଖଯୋଗ୍ୟ, ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରମାନେ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଅନେକଙ୍କର ଧାରଣା। ତେବେ ଚିକିତ୍ସା ପ୍ରତିଷ୍ଠାନମାନଙ୍କରେ ରୋଗୀମାନଙ୍କର କଲ୍ୟାଣ, ନିରାପତ୍ତା ଓ ଚିକିତ୍ସା ପାଇଁ ଧାଈମାନେ ଏକ ପ୍ରମୁଖ ଭୂମିକା ନିର୍ବାହ କରିଥା’ନ୍ତି। ସେମାନେ ଦୁନିଆକୁ ନୂତନ ଜୀବନ ଆଣିବାରେ ସାହାଯ୍ୟ କରନ୍ତି, ରୋଗୀ ଓ ଆହତମାନଙ୍କର ନିରନ୍ତର ଯତ୍ନ ନିଅନ୍ତି ଏବଂ ବେଳେ ବେଳେ ସଚେତନ ସେବିକାମାନେ ଡାକ୍ତରଙ୍କ ଚିଠାରେ ଅଜଣା ତ୍ରୁଟିକୁ ଠଉରାଇ କାହାର ଜୀବନ ମଧ୍ୟ ବଞ୍ଚାଇପାରିଥା’ନ୍ତି। ତେଣୁ ସେମାନଙ୍କର କଠିନ ପରିଶ୍ରମ ଓ ନିଷ୍ଠାକୁ ସ୍ବୀକାର କରିବା ଲାଗି ସମସ୍ତେ ଆଗେଇ ଆସିବା ଉଚିତ। ଚଳିତବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ହେଉଛି, ‘ଆମରି ସେବିକା, ଆମରି ଭବିଷ୍ୟତ’। ଅର୍ଥାତ୍ ଭବିଷ୍ୟତର ଧାତ୍ରୀସେବାରେ ଉନ୍ନତି ଆଣି ଭବିଷ୍ୟତର ବୈଶ୍ବିକ ସ୍ବାସ୍ଥ୍ୟ ଆହ୍ବାନଗୁଡ଼ିକର ମୁକାବିଲା କରିବା।
ଆନ୍ତର୍ଜାତିକ ସେବିକା ଦିବସ ଆଜି
/sambad/media/post_attachments/wp-content/uploads/2023/05/465465dagdaggdgd.jpg)
/sambad/media/agency_attachments/2024-07-24t043029592z-sambad-original.webp)