ଅନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ସଚେତନତା ଦିବସ

୧୯୯୮ରୁ ପ୍ରତି ବର୍ଷ ଅକ୍‌ଟୋବର‌ ୨୨ରେ ପାଳନ କରାଯାଉଛି ‘ଅନ୍ତର୍ଜାତୀୟ ଅସ୍ପଷ୍ଟ ଉଚ୍ଚାରଣ ସଚେତନତା ଦିବସ’ (ଇଣ୍ଟର‌୍‌ନେସ୍‌ନାଲ୍‌ ଷ୍ଟଟରି˚ ଆେଵରନେସ ଡେ)। ବିଶ୍ବର ମୋଟ ଜନସ˚ଖ୍ୟାର ଏକ ପ୍ରତିଶତ ଖନା; ଯେଉଁମାନେ ସ୍ପଷ୍ଟ କହିପାରନ୍ତିନାହିଁ। ସେମାନଙ୍କ ବାବଦରେ ସଚେତନତା ସୃଷ୍ଟି କରିବା, ଏହି ଦିବସ ପାଳନର ଲକ୍ଷ୍ୟ। ‘ୟୁରୋପିଆନ୍‌ ଲିଗ୍‌ ଅଫ୍‌ ଷ୍ଟଟରି˚ ଆସୋସିଏସନ୍‌ସ’, ‘ଇଣ୍ଟର‌୍‌ନେସ୍‌ନାଲ୍‌ ଫ୍ଲୁଏନ୍‌ସି ଆସୋସିଏସନ୍‌’ ଏବ˚ ‘ଇଣ୍ଟର‌୍‌ନେସ୍‌ନାଲ୍‌ ଷ୍ଟଟରି˚ ଆସୋସିଏସନ୍‌’ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଉଛି।

୨-୫ ବର୍ଷ ମଧ୍ୟରେ ପ୍ରାୟ ୫ ପ୍ରତିଶତ ଶିଶୁ ଖନାନ୍ତି। ଏଥିରେ ସୁଧାର ଅଣା ନ ଗଲେ, କେତେକଙ୍କ କ୍ଷେତ୍ରରେ ତାହା ଆଜୀବନ ରହିଯାଏ। ଝିଅଙ୍କ ତୁଳନାରେ ପୁଅ ଖନା ହେବାର ଆଶଙ୍କା ଅଧିକ। ଏହା ଏକ ସ୍ନାୟୁଗତ ବିକାର; ଜିନ୍‌ ଦୋଷରୁ ମଧ୍ୟ ହୋଇପାରେ। ଶିଶୁ ଏକୁଟିଆ ଅଧିକ ସମୟ ରହୁଥିଲେ ବି ଏହାର ଶିକାର ହୋଇପାରେ। ବ୍ରିଟେନ୍‌ର ରାଜା ଷଷ୍ଠ ଜର୍ଜ‌୍‌ ଆଜୀବନ ଖନା ଥିଲେ। ବ୍ରିଟିସ୍‌ ପ୍ରଧାନ ମନ୍ତ୍ରୀ ଵିନ୍‌ଷ୍ଟନ୍‌ ଚର୍ଚିଲ୍‌, ଇ˚ଲିସ୍‌ ଲେଖକ ଲୁଇସ୍‌ କାରୋଲ୍‌, ଗଲ୍‌ଫ ଖେଳାଳି ଟାଇଗର‌୍‌ ଉଡ୍‌ସ, ହଲିଉଡ୍‌ କଳାକାର ବ୍ରୁସ୍‌ ଵିଲିସ୍‌, ଜୁଲିଆ ରବର୍ଟ‌୍‌, ମେରିଲିନ୍‌ ମନ୍‌ରୋ ଆଦି ଶୈଶବରେ ଖନା ଥିଲେ।

ସମ୍ବନ୍ଧିତ ଖବର