ନୂଆଦିଲ୍ଲୀ: ଯଦି ଆପଣ ଭାବୁଥା’ନ୍ତି ଯେ ମୋବାଇଲରୁ ଡାଟା ସିଗନାଲ ଅଫ୍ କରିବାଲାଗି ମୋବାଇଲ ଅପରେଟରଙ୍କୁ ଅଧିକ ସମୟ ଲାଗି ନ ଥାଏ, ତେବେ ତାହା ଠିକ୍ ନୁହେଁ। ଇଣ୍ଟରନେଟ କଟା ହେବାପରେ ଯଦିଓ ତତକ୍ଷଣାତ୍ ତାହା ଆପଣଙ୍କ ମୋବାଇଲରୁ ଚାଲି ଯାଇଥାଏ, କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଘରୋଇ ମୋବାଇଲ ଅପରେଟରଙ୍କୁ ଦୁଇରୁ ଅଢ଼େଇ ଘଣ୍ଟା ସମୟ ଲାଗିଥାଏ । ଏଥିପାଇଁ ଆବଶ୍ୟକ ପଡ଼ିଲେ ଗୃହ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମୌଖିକ ଆଦେଶ ଜାରି ହୋଇଥାଏ ।
ବିଶେଷଜ୍ଞଙ୍କ ଅନୁସାରେ ଘରୋଇ ଅପରେଟରଙ୍କ ନିକଟରେ ପ୍ରତି ଜିଲ୍ଲାର ଟିଡିଏମଙ୍କ ଭଳି ଅଧିକାରୀ ଅଥବା ଜିଲ୍ଲାବ୍ୟାପି ସିଷ୍ଟମ ନ ଥାଏ । ଏଥିପାଇଁ ସେମାନଙ୍କୁ ଭିନ୍ନ-ଭିନ୍ନ ଜିଲ୍ଲାର ଉପଭୋକ୍ତାଙ୍କ ମୋବାଇଲର ଡାଟା ସିଗନାଲ ଓ ମେସେଜ ବନ୍ଦ କରିବାକୁ ଅଧିକ ସମୟ ଲାଗିଥାଏ । ସେମାନେ ନିଜର ମୁଖ୍ୟ ସୁଇଚ ଦ୍ୱାରା ସବୁ କାମ କରିଥାନ୍ତି । କୌଣସି ସ୍ୱତନ୍ତ୍ର ଅଞ୍ଚଳରେ ମେସେଜ ବନ୍ଦ କରିବାକୁ ହେଲେମୋବାଇଲ ଅପରେଟରମାନେ ବିଟିଏସ ମାଧ୍ୟମରେ ସମସ୍ତ ତଥ୍ୟ ଏକାଠି କରିଥାନ୍ତି । ଏହିଭଳି ଭାବେ ଡାଟା ସିଗନାଲ ବନ୍ଦ କରିବାଲାଗି ବିଟିଏସ ବାଛିବାକୁ ପଡ଼ିଥାଏ । ଏହି କାରଣରୁ ଯଥେଷ୍ଟ ସମୟ ଲାଗିଥାଏ ।