ଇଣ୍ଟରଭ୍ୟୁ ଦେବାକୁ ଯିବା ପୂର୍ବରୁ ଖୁସ୍‌ମିଜାଜ ରହନ୍ତୁ

ଯୁବକ, ଯୁବତୀମାନେ କୌଣସି ଚାକିରିଲାଗି ଅନେକ ସମୟରେ ଲିଖିତ ପରୀକ୍ଷା ଦେବାକୁ ଯାଆନ୍ତି । କିଛି ଲୋକଙ୍କୁ କେବଳ ଇଣ୍ଟରଭ୍ୟୁପାଇଁ ଡକାଯାଏ । ସେତେବେଳେ ସମସ୍ତେ ନିଜର ପାଠ ପ୍ରତି ତ ଧ୍ୟାନ ଦେଇଥାନ୍ତି । ହେଲେ ଆଉ କେତେକ କଥା ପ୍ରତି ବି ଗୁରୁତ୍ୱ ଦିଆଯିବା ଦରକାର। ଆସନ୍ତୁ ସେସଂପର୍କରେ ଜାଣିବା…

ଖୁସ୍‌ମିଜାଜ ରହନ୍ତୁ: ଇଣ୍ଟରଭ୍ୟୁ ଦେବା ସମୟରେ ଆପଣ ଖୁସ୍‌ମିଜାଜ ରହନ୍ତୁ । ଏହା ଦ୍ୱାରା ଆପଣଙ୍କ ପରିବେଶ ମଧ୍ୟ ଖୁସିରେ ଭରିଉଠିବ । ମନେରଖନ୍ତୁ ଆପଣଙ୍କ ମଧୁର ହସ, ହାତ ମିଳାଇବାର ଶୈଳୀ ଓ କଥା କହିବା ଦର୍ଶନୀରେ ବି ରହିଛି ସଫଳତା । ଯଦି ଆପଣ ହସି ହସି ବିଭିନ୍ନ ପ୍ରଶ୍ନୋତ୍ତର ଦେବେ ତେବେ ଏହା ଆପଣଙ୍କୁ ସଫଳତା ଆଣିଦେବ । କେବେ ହେଲେ ଇଣ୍ଟରଭ୍ୟୁ ସମୟରେ ନୈରାଶ୍ୟ ଭାବ ମୁହଁରେ ରଖନ୍ତୁ ନାହିଁ ।

photo-youtube

ପୋଷାକ ପ୍ରତି ଧ୍ୟାନ ଦିଅନ୍ତୁ: ଅଧିକାଂଶ ସମୟରେ ଇଣ୍ଟର ଭ୍ୟୁକୁ ଯିବାବେଳେ ଆମେ ଫର୍ମାଲ ପୋଷାକ ପିନ୍ଧିଥାଉ । ଏକଥା ମନେ ରଖନ୍ତୁ ଆପଣ ନିଜର ପୋଷାକ ପ୍ରତି ଧ୍ୟାନ ଦିଅନ୍ତୁ, କାରଣ ଆପଣଙ୍କ ଡ୍ରେସ୍‌ସେନ୍ସ ଏଥିରୁ ଜଣାପଡ଼ିଥାଏ । ଭଲ ପୋଷାକ ପିନ୍ଧିଥିଲେ, ଆପଣ ଅଧିକ ସ୍ମାର୍ଟ ଲାଗିବେ, ଯାହା ଆପଣଙ୍କୁ ଅଧିକ ଫିଲଗୁଡ୍‌ ଦେବ । ମନେରଖନ୍ତୁ ଆପଣଙ୍କ ବ୍ୟକ୍ତିତ୍ୱ ପାଇଁ ଯେଉଁ ଭଳି ପୋଷାକ ସୁଟ୍‌ କରେ, ଠିକ୍‌ ସେହିଭଳି ପୋଷାକ ପିନ୍ଧି ଇଣ୍ଟରଭ୍ୟୁ ଦେବାକୁ ଯାଆନ୍ତୁ । କିନ୍ତୁ ତା’ର ଅର୍ଥ ନୁହେଁଯେ ଆପଣ କୁର୍ତ୍ତା ପାଇଜାମା ପିନ୍ଧି କୌଣସି ଇଣ୍ଟରଭ୍ୟୁ ଦେବାକୁ ଯିବେ ।

ସମ୍ବନ୍ଧିତ ଖବର