ସମୁଦ୍ରରେ ହଜି ଯାଇଥିବା ଆଇଫୋନକୁ ବର୍ଷେ ପରେ ଏପରି ପାଇଲେ ମହିଳା, ଏବେ ବି ପୂର୍ବ ଭଳି କାମ କରୁଛି

ନୂଆଦିଲ୍ଲୀ:  ଆପଲ ନିର୍ମିତ ଆଇଫୋନ ଅନେକ ଉନ୍ନତ ଫିଚର ସହିତ ବଜାରକୁ ଆସିଥାଏ। ଅନେକ ଥର ଫୋନର ମୂଲ୍ୟ ହେତୁ କମ୍ପାନିକୁ ଟ୍ରୋଲ କରାଯାଇଥାଏ। କିନ୍ତୁ ପ୍ରିମିୟମ ଫିଲ ଓ କମ୍ପାନି ଭ୍ୟାଲୁ ହେତୁ ଆଇଫୋନର ବିକ୍ରି ଅଧିକ ରହିଛି। ନିକଟରେ ଏକ ନୂଆ ଖବର ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି କି ୧୨ମାସ ପର୍ଯ୍ୟନ୍ତ ସମୁଦ୍ରରେ ହଜିଯାଇଥିବା ଏକ ଆଇଫୋନ ମିଳିଛି, ଯାହାକି ଏବେ ବି କାମ କରୁଛି। ଏହି କଥାକୁ ଅନେକ ବିଶ୍ବାସ କରିବାକୁ ରାଜି ନାହାନ୍ତି। ଏହା ଅସମ୍ଭବ ବୋଲି ଯୁକ୍ତି ବାଢ଼ୁଛନ୍ତି।

କୁହାଯାଉଛି କି, ଆଇଫୋନ ୱାଟର ରେଜିଷ୍ଟାଣ୍ଟ୍ ରେଟିଙ୍ଗ ସହିତ ଆସିଥାଏ। କିନ୍ତୁ ଏହାର ବି ଏକ ସୀମା ରହିଥାଏ। ଅଧିକ ଗଭୀର ପାଣି କି ପାଣିରେ ବେଶୀ ସମୟ ପଡ଼ି ରହିଲେ, ଏହା ଆଉ କାମ କରେ ନାହିଁ। ତେବେ ନିକଟରେ ଆସିଥିବା ଖବର ଅନୁଯାୟୀ, ଏକବର୍ଷ ହେବ ସମୁଦ୍ର ପାଣିରେ ଆଇଫୋନ ପଡ଼ି ରହିବା ପରେ ବି ସୁରକ୍ଷିତ ଅଛି।

ଆମେରିକାରୁ ଆସିଥିବା ଏହି ଘଟଣାଟି ହେଉଛି ଏପରି। ଜଣେ ବ୍ରିଟିଶ ମହିଳାଙ୍କ ଆଇଫୋନ ୮ପ୍ଲସ ଏକବର୍ଷ ପୂର୍ବେ ସମୁଦ୍ରରେ ହଜି ଯାଇଥିଲା। ନିକଟରେ ବ୍ରେଡଲି ନାମକ ଜଣେ ବ୍ୟକ୍ତି ମହିଳାଙ୍କ ହଜି ଯାଇଥିବା ଆଇଫୋନକୁ ସମୁଦ୍ରରୁ ପାଇଥିଲେ। ଆଉ ତାଙ୍କୁ ଖବର ଦେଇଥିଲେ। ଯେତେବେଳେ ବ୍ରିଟିଶ ମହିଳା ଜଣକ ତାଙ୍କର ଏହି ଫୋନକୁ ପାଇଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏକ ବର୍ଷ ସମୁଦ୍ର ପାଣିରେ ରହିବା ପରେ ବି ତାଙ୍କ ଆଇଫୋନ ୮ପ୍ଲସ କାମ କରୁଛି। କିନ୍ତୁ ଫୋନର ପଛପାର୍ଶ୍ବ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।  ଫୋନଟି ଅନ୍ ହେବା ସହିତ ପୂର୍ବଭଳି କାମ ବି କରୁଛି।

ଜାତୀୟ ଗଣମାଧ୍ୟମ ‘ଆଜତକ୍’ରେ ପ୍ରକାଶିତ ଏହି ଖବରକୁ ଅନେକ ପାଠକ ଫେକ୍ ନ୍ୟୁଜ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର