୧୫ ମାସ ତଳେ ପାଣିରେ ପଡ଼ି ଯାଇଥିବା ଆଇଫୋନ୍‌କୁ ପାଇଲେ ୟୁଟ୍ୟୁବର୍‌, ଫୋନ୍‌ଟି ପୂର୍ବ ପରି କାମ କରୁଛି ଦେଖି ଆତ୍ମହରା ହୋଇ ଉଠିଲେ ମାଲିକ

ନୂଆଦିଲ୍ଲୀ: ନିକଟରେ ଭାଇରାଲ୍‌ ହୋଇଥିବା ଜଣେ ୟୁଟ୍ୟୁବର୍‌ଙ୍କ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ୧୫ ମାସ ତଳେ ପାଣିରେ ପଡ଼ି ଯାଇଥିବା ଏକ ଆଇଫୋନ୍‌ଟିକୁ ୟୁଟ୍ୟୁବର୍‌ର ଖୋଜି ପାଇଛନ୍ତି। ପାଇବା ପରେ ଫୋନ୍‌ରେ ଲାଗିଥିବା ଓ୍ଵାଟର୍‌ ପ୍ରୁଫ୍‌ କଭର୍‌ଟିକୁ ଖୋଲି ଦେଖନ୍ତି ତ ଫୋନ୍‌ଟି ପୂର୍ବ ପରି କାମ କରୁଛି। ଫୋନ୍‌ଟିକୁ ପାଇବା ପରେ ୟୁଟ୍ୟୁବର୍‌ ଫୋନର ଅସଲ ମାଲିକକୁ ଫୋନ୍‌ଟିକୁ ହସ୍ତାନ୍ତର କରାଇଛନ୍ତି।

‘ନୁଗେଟନୋଜିନ୍‌’ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ଭିଡିଓଟି ଅପ୍‌ଲୋଡ ହେବା ପରେ ଏହାକୁ ଅନେକ ଲୋକ ଦେଖିବା ସହ ସେୟାର୍‌ ମଧ୍ୟ କରିଛନ୍ତି। ୭.୪ ଲକ୍ଷ ସବ୍‌ସ୍କ୍ରାଇବର୍‌ ଥିବା ଏହି ଚ୍ୟାନେଲ୍‌ର ଭିୟୁ ସଂଖ୍ୟା କହିଲେ ନସେରେ। ତେବେ, ଭିଡିଓଟିକୁ ନିଜ ଚ୍ୟାନେଲ୍‌ରେ ଅପ୍‌ଲୋଡ କରିଥିବା ୟୁଯ୍ୟୁବର୍‌ ଜଣକ ୧୨ ବର୍ଷ ବୟସରୁ ବିଭିନ୍ନ ପୁରୁଣା ଜିନିଷକୁ ଖୋଜି ତାହାକୁ ଭିଡିଓ କରି ନିଜ ଚ୍ୟାନେଲ୍‌ରେ ଅପ୍‌ଲୋଡ କରନ୍ତି। ତାଙ୍କର ଏପରି କାମ ପାଇଁ ସେ ଖୁବ୍‌ ପ୍ରସିଦ୍ଧ। ନିକଟରେ ପାଇଥିବା ଆଇଫୋନ୍‌ ତାଙ୍କୁ ଆହୁରି ବି ଲୋକପ୍ରିୟ ସଜାଇଛି। ୟୁଟ୍ୟୁବର୍‌ ଫୋନ୍‌ଟିକୁ ତା’ର ଅସଲ ମାଲିକଙ୍କୁ ଧରାଇବା ପରେ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ଫୋନ୍‌ ମାଲିକ।

ସମ୍ବନ୍ଧିତ ଖବର