ଲକ୍ଷ୍ମୌ: ପୁଲିସର ତତ୍ପରତା ଯାଞ୍ଚ କରିବା ପାଇଁ ଉତ୍ତରପ୍ରଦେଶର ଜଣେ ବରିଷ୍ଠ ମହିଳା ପୁଲିସ ଅଧିକାରୀ ଏକ ନିଆରା ପଦ୍ଧତି ଆପଣାଇଥିଲେ । ସେ ଛଦ୍ମବେଶରେ ଜରୁରୀକାଳୀନ ନମ୍ବରକୁ ଡାଏଲ କରି ପୁଲିସକୁ ସଶସ୍ତ୍ର ଡକାୟତି ବିଷୟରେ ମିଥ୍ୟା ତଥ୍ୟ ଦେଇଥିଲେ। ଖୁସିର ବିଷୟ ହେଉଛି ପୁଲିସ ଏହି ପରୀକ୍ଷାରେ ପାସ ହୋଇ ଯାଇଥିଲା।
ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଚାରୁ ନିଗମ ଔରେୟା ପୁଲିସ ଅଧୀକ୍ଷକ ଭାବରେ ପୋଷ୍ଟ ହୋଇଛନ୍ତି। ଗତ ଗୁରୁବାର ଦିନ ସେ ଏକ କୁର୍ତ୍ତା ଏବଂ ଚଷମା ପିନ୍ଧି ମୁହଁରେ କପଡ଼ା ଘୋଡାଇ ହୋଇ ଛଦ୍ମବେଶ ଧାରଣ କରିଥିଲେ। ତାଙ୍କୁ ଯେପରି ତାଙ୍କ ସହ କର୍ମଚାରୀମାନେ ଚିହ୍ନି ନପାରନ୍ତୁ ସେ ସେପରି ବେଶ ଧାରଣ କରିଥିଲେ। ଏହା ପରେ ସେ ଜରୁରୀକାଳୀନ ସେବା ନମ୍ବର ୧୧୨ କୁ ଫୋନ କରି ନିଜକୁ ସଶସ୍ତ୍ର ଡକାୟତିର ଶିକାର ବୋଲି କହିଥିଲେ। ସେ କହିଥିଲେ, ‘‘ମୁଁ ସରିତା ଚୌହ୍ବାନ କହୁଛି ଏବଂ ମୋତେ ଦୁଇଜଣ ସଶସ୍ତ୍ର ଲୋକ ଲୁଟି ନେଇଛନ୍ତି…’’
जनपदीय पुलिस के रिस्पांस टाइम व सतर्कता को चेक करने हेतु पुलिस अधीक्षक औरैया @ipsCharuNigam ने स्वयं की पहचान छुपाते हुए सुनसान रोड पर तमंचे के बल पर बाइक सवार अज्ञात व्यक्तियों द्वारा झूठी लूट की सूचना कंट्रोल रूम व डायल112 पर दी गयी जिसमे जनपदीय पुलिस की कार्यवाही संतोषजनक रही। pic.twitter.com/I4n3yJoUHP
— Auraiya Police (@auraiyapolice) November 3, 2022
ମାଇକ୍ରୋ ବ୍ଲଗିଂ ୱେବସାଇଟ୍ ଟ୍ୱିଟରରେ ଔରେୟା ପୁଲିସ ଦ୍ୱାରା ପ୍ରକାଶିତ ଭିଡିଓ ଓ ଫଟୋରେ ଆଇପିଏସ ଚାରୁ ନିଗମ ଏକ ନିଛାଟିଆ ସ୍ଥାନରେ ଫୋନ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ଫୋନ କଲ ପାଇବା ପରେ ତିନି ଜଣ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।
ପୁଲିସ ଅଧିକାରୀ ମହିଳାଙ୍କ ଅଭିଯୋଗ ଶୁଣି ତାଙ୍କୁ ପଚରାଉଚରା କରିଥିଲେ । ସେମାନେ ଜାଣି ନଥିଲେ ଯେ ତାଙ୍କ ଅଧିକାରୀ ତାଙ୍କ କାର୍ଯ୍ୟର ତଦାରଖ କରିବା ପାଇଁ ଏସବୁ କରୁଛନ୍ତି। ଏକ ଘଣ୍ଟା ଧରି ଯାନବାହନ ଯାଞ୍ଚ କରିବା ପରେ ସେମାନେ ଜାଣିବାକୁ ପାଇଲେ ଯେ ଅଭିଯୋଗ କରିଥିବା ମହିଳା ଆଉ କେହି ନୁହନ୍ତି ସେମାନଙ୍କ ବରିଷ୍ଠ ଅଧିକାରୀ।
ପୁଲିସ ଦେଇଥିବା ଟୁଇଟ୍ ଅନୁଯାୟୀ ଆଇପିଏସ୍ ଚାରୁ ନିଗମ୍ ସ୍ଥାନୀୟ ପୁଲିସର ରେସପନ୍ସ ଟାଇମ ଯାଞ୍ଚ କରିବାକୁ ଚାହୁଁଥିଲେ। ଆଉ ସେ ଏଥିରେ ସନ୍ତୋଷ ଅଛନ୍ତି।