ନୂଆଦିଲ୍ଲୀ: ଦେଶର ଅନେକ ଆଇପିଏସ୍ ଅଫିସରଙ୍କ ସାହସିକତାର କାହାଣୀ ଶୁଣିଛେ । କାହା ଭୟରେ ଅପରାଧୀ ଅପରାଧ ଛାଡିଦେଇଛନ୍ତି ତ ଆଉ କିଏ ଅପରାଧକୁ ମୂଳରୁ ଓପାଡି ଫୋପାଡ଼ି ଦେଇଛନ୍ତି । କିନ୍ତୁ ବର୍ତ୍ତମାନ ଯେଉଁ ଆଇପିଏସ୍ ଅଫିସରଙ୍କ କଥା କହିବାକୁ ଯାଉଛୁ, ସେ ଟିକେ ନିଆରା । ସେ ମାତ୍ର ୨୩ବର୍ଷ ବୟସରେ ଆଇପିଏସ୍ ବନିବାର ରେକର୍ଡ ମଧ୍ୟ କରିସାରିଛନ୍ତି ।
ସଚିନ ଅନୁଲକର, ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ତାଙ୍କର ଜନ୍ମ । ମାତ୍ର ୨୩ବର୍ଷ ବୟସରେ ୟୁପିଏସସି ସିଭିଲ ସର୍ଭିସ୍ ପରୀକ୍ଷା ପାସ୍ କରିନେଇଥିଲେ ସେ । ୨୦୦୭ରେ ଯେତେବେଳେ ତାଙ୍କୁ ଆଇପିଏସ ପାଇଁ ଚୟନ କରାଯାଇଥିଲା, ସେତେବେଳେ ସେ ତାଙ୍କ ବ୍ୟାଚର ସବୁଠୁ କମ୍ ବୟସ୍କ ଥିଲେ । ଏଥିପାଇଁ ତାଙ୍କୁ ସବୁ ସ୍ଥାନରେ ସବୁଠାରୁ କମ ବୟସ୍କ ଅଫିସର ନାମରେ ଜଣାଯାଉଥିଲେ । କେବଳ ଏତିକି ନୁହେଁ, ସଚିନ୍ ଅତୁଲକର କାମକୁ ଛାଡି ତାଙ୍କ ଫିଟନେସଙ୍କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି । ସଚିନଙ୍କ ଫିଟନେସ୍ ଆଗରେ ବଡ ବଡ ବଡିବିଲ୍ଡର ବି ଫିକା ପଡ଼ିଯାଇଛନ୍ତି । ତାଙ୍କର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ତାଙ୍କୁ ହ୍ୟାଣ୍ଡସମ୍ ପୁଲିସବାଲା ବୋଲି ମଧ୍ୟ କୁହାଯାଏ । ସୋସିଆଲ ମିଡିଆରେ ବି ସଚିନଙ୍କ ଅନେକ ପ୍ରଶଂସକ ରହିଛନ୍ତି । ଇନଷ୍ଟାଗ୍ରାମରେ ସଚିନଙ୍କ ୧ ମିଲିୟନରୁ ଅଧିକ ଫଲଓର୍ସ ରହିଛନ୍ତି ।
ସଚିନ୍ ତାଙ୍କ ଫିଟନେସ୍ ପାଇଁ ୫ରୁ ୬ଦିନ ବ୍ୟାୟାମ କରନ୍ତି । ପ୍ରତିଦିନ ୧ଘଣ୍ଟା ଜିମରେ ଝାଳ ବୁହାଇଥାନ୍ତି ସଚିନ । ଏହାଛଡା ଯୋଗ ଆଉ ଧ୍ୟାନ ମଧ୍ୟ କରନ୍ତି ସଚିନ୍ । ସବୁଠୁ ବଡକଥା ହେଉଛି, ସଚିନଙ୍କୁ ଦୁଇଥର କଲର୍ସର ଲୋକପ୍ରିୟ ରିୟାଲିଟି ସୋ’ ବିଗ୍ ବସ୍ ପାଇଁ ଅଫର ମଧ୍ୟ ମିଳିସାରିଛି। କିନ୍ତୁ ସେ ଦୁଇଥର ବିଗ୍ ବସ୍ ଅଫରକୁ ମନା କରିଦେଇଛନ୍ତି ।