ପ୍ରବାସୀ ସ୍ବାମୀଙ୍କ ପରିତ୍ୟକ୍ତା ପତ୍ନୀଙ୍କ ପାଇଁ ଦେବଦୂତ ସାଜିଛନ୍ତି ଏହି ଆଇପିଏସ୍‌ ଅଧିକାରୀ

ହରିଆଣା: ପ୍ରବାସୀ ଭାରତୀୟ ସ୍ବାମୀଙ୍କ ଦ୍ବାରା ପରିତ୍ୟକ୍ତା ସ୍ତ୍ରୀମାନଙ୍କ ପାଇଁ ଆଶାର କିରଣ ପାଲଟିଛନ୍ତି ହରିଆଣାର ଆଇପିଏସ୍‌ ଅଧିକାରୀ ସିବାଶ କବିରାଜ। ବିବାହର ମାତ୍ର କିଛି ଦିନ କିମ୍ବା କିଛି ମାସ ମଧ୍ୟରେ ପ୍ରାୟ ୩୦ ହଜାର ମହିଳାଙ୍କୁ ସେମାନଙ୍କ ସ୍ବାମୀ ପରିତ୍ୟାଗ କରିଥିବା ବେଳେ ସେମାନଙ୍କ ପାଇଁ ଦେବଦୂତ ସାଜି ଉଦାହରଣ ପାଲଟିଛନ୍ତି କବିରାଜ।

ସାମାଜିକ ଚାପ ଏବଂ ପୀଡିତାଙ୍କ ମଧ୍ୟରେ ଏକ ଅସହାୟତା ଭାବନା ସେମାନଙ୍କୁ ଅସୁରକ୍ଷିତ ଅନୁଭବ କରାଉଥିବା ବେଳେ ସେମାନଙ୍କ ପାଇଁ ସାହାରା ପାଲଟିଛନ୍ତି ଏହି ଆଇପିଏସ୍‌ ଅଧିକାରୀ।

New Indian Express

୧୯୯୯ ମସିହା ବ୍ୟାଚ୍‌ ହରିୟାଣା କ୍ୟାଡର ଆଇପିଏସ୍ ଅଧିକାରୀ ଚଣ୍ଡିଗଡ଼ରେ ଆଞ୍ଚଳିକ ପାସପୋର୍ଟ ଅଫିସର (ଆରପିଓ) ଭାବରେ ପୋଷ୍ଟ ହୋଇଥିବା ସିବାଶ କବିରାଜ ବହୁସଂଖ୍ୟକ ଭାରତୀୟ ମହିଳା ବିଦେଶରେ ଚାକିରି କରୁଥିବା ସ୍ବାମୀଙ୍କ ଦ୍ବାରା ପରିତ୍ୟକ୍ତା ପାଲଟୁଥିବା ମାମଲା ଆସୁଥିବା ଦେଖିବା ପରେ ଏହାର ତଦନ୍ତ ଆରମ୍ଭ କରିଥି‌ଲେ। ସେ ଅବସ୍ଥାପିତ ହେବାର ମାତ୍ର ୩ ବର୍ଷ ମଧ୍ୟରେ ପ୍ରାୟ ୪୫୨ଟି ପ୍ରବାସୀ ଭାରତୀୟ ପାସ୍‌ପୋର୍ଟ ଜବତ ହୋଇଥିବା ବେଳେ ୩୭ଟି ରଦ୍ଦ କରି ଦେଇଛନ୍ତି। ତାଙ୍କର ଏପରି କାର୍ଯ୍ୟକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପ୍ରଶଂସା କରାଯିବା ସହ ସମସ୍ତ ଆର୍‌ପିଓଙ୍କୁ ଏପରି କରିବାକୁ କୁହାଯାଇଛି।

କବିରାଜ କୁହନ୍ତି ‘ଏହିପରି ଅପରାଧୀଙ୍କ ବିରୋଧରେ କାର୍ଯ୍ୟ କରିବା ପାଇଁ ବହୁ ଦସ୍ତାବିଜର ଆବଶ୍ୟକତା ରହିଛି। ମୋ‌ତେ ମଧ୍ୟ ପାସ୍‌ପୋର୍ଟ ଆଇନ୍‌ ବିଷୟରେ ଆହୁରି ଅଧ୍ୟୟନ କରିବାର ଅଛି।’ କବିରାଜ ପରିତ୍ୟକ୍ତା ମହିଳାମାନଙ୍କୁ ଆଇନ୍‌ ବିଷୟରେ ଅବଗତ କରାଇବା ସହ ସେମାନଙ୍କୁ ତାଙ୍କ ନିଜ କାର୍ଯ୍ୟାଳୟରେ କମ୍ପ୍ୟୁଟର, ପ୍ରିଣ୍ଟର୍, ହାଇ ସ୍ପିଡ୍ ଇଣ୍ଟରନେଟ୍ ଏବଂ ଫ୍ୟାକ୍ସ ମେସିନ୍ ସହିତ କାମ ଯୋଗାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର