ନୂଆଦିଲ୍ଲୀ: ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ ହେବାକୁ କିଏ ବା ନ ଚାହେଁ। ଏଥିପାଇଁ ସମଗ୍ର ଦେଶରୁ ଲକ୍ଷାଧିକ ଯୁବକ/ଯୁବତୀମାନେ ଲୋକ ସେବା ଆୟୋଗ (ୟୁପିଏସସି)ର ପରୀକ୍ଷା ଦେଇଥାଆନ୍ତି। କିନ୍ତୁ ବହୁତ କମ ଲୋକ ଅଛନ୍ତି ଯେଉଁମାନଙ୍କ ଏଇ ସ୍ବପ୍ନ ପୁରା ହୋଇପାରେ।
ଏହି କ୍ରମରେ ଆଇପିଏସ ଅଧିକାରୀ ବୈଭବ ବ୍ୟାଙ୍କର ତାଙ୍କ ଆଇପିଏସ ଯାତ୍ରାର ଅନୁଭବ ସେୟାର କରିଛନ୍ତି। ବ୍ୟାଙ୍କର ୨୦୧୯ ବ୍ୟାଚର ଆଇପିଏସ ଅଧିକାରୀ ରହିଛନ୍ତି। ସେ ଛତିଶଗଡ଼ର ଦୁର୍ଗରେ ନିୟୋଜିତ ଅଛନ୍ତି। ତେବେ ଆଇପିଏସ ପରୀକ୍ଷା ଫଳ ବାହାରିବା ଦିନ ତାଙ୍କ ଅନୁଭବ କିପରିଥିଲା ତାହାର ଏକ ଭିଡିଓ ସେ ସେୟାର କରିଛନ୍ତି, ଯାହାକି ଖୁବ ଭାଇରାଲ ହୋଇଛି।
ବୈଭବ ଏହି ଭିଡିଓରେ କହୁଛନ୍ତି, ‘ଆମେ ଚାରି/ପାଞ୍ଚ ଜଣ ସାଙ୍ଗ ମିଶି ଚା’ ପିଉଥିଲୁ। ଏହି ସମୟରେ ଶୁଣିବାକୁ ମିଳିଲା କି ୟୁପିଏସସିର ପରୀକ୍ଷା ଫଳ ବାହାରିଛି। ମୋର ସାଙ୍ଗମାନେ ପରୀକ୍ଷାଫଳ ଦେଖିବାକୁ ଦୌଡ଼ାଦୌଡ଼ି ହୋଇ ଯାଇଥିଲେ। ମୁଁ ତାଙ୍କୁ କହିଥିଲି ବୋର୍ଡରେ ଯଦି ମୋ ନାମ ଦେଖ ତେବେ ଜଣାଇଦେବ। ଏହାରି ଭିତରେ ଜଣେ ସାଙ୍ଗ ମୋ ଫୋନକୁ ଏକ ପିଡିଏଫ ଫାଇଲ ପଠାଇଥିଲା। ମୁଁ ଫୋନକୁ ନେଇ ଦୂରକୁ ଚାଲି ଯାଇଥିଲା।
ଯେଉଁଠାରେ କେହି ବି ନଥିଲେ, ସେଠାରେ ପିଡିଏଫ ଫାଇଲ ଖୋଲି ପ୍ରଥମେ ମୋର ଟାଇଟେଲ ମାରିଥିଲି। ଭୟ ଲାଗୁଥିଲା କି ରେଜଲ୍ଟ ନଟ ଫାଉଣ୍ଡ ଲେଖି ନଦେଉ। କିଛି ସମୟରେ ପରେ ୱାନ ରେଜଲ୍ଟ ଫାଉଣ୍ଡ ଆସିଲା। ମୁଁ ଖୁସିରେ ଝୁମି ଯାଇଥିଲି। ସାଙ୍ଗପାଖକୁ ଦୌଡ଼ି ଆସିଥିଲି। ସେମାନେ ଯେତେବେଳେ ମୋତେ ରାଙ୍କ ପଚାରିଥିଲେ। ମୁଁ କହିଲି ରାଙ୍କ କି ନାମ ମୁଁ ଦେଖି ନାହିଁ। ପରେ ରାଙ୍କ ଦେଖିଲି, ସେଥିରେ ମୋର ରାଙ୍କ ୬୧୬ ଥିଲା।
ୟୁପିଏସସି ପରୀକ୍ଷାରେ ସଫଳ ହେବା ଯାତ୍ରା ସହଜ ନଥିଲା। ବହୁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ମୋ ମତରେ ଏଦିଗରେ ଯେଉଁମାନେ ପ୍ରୟାସ କରୁଛନ୍ତି ସେମାନେ ଚେଷ୍ଟାକୁ ଅଧାରୁ ଛାଡ଼ିବା କଥା ନୁହେଁ। ସଫଳ ନହେବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖିବା ଉଚିତ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/୯-.jpg)